ପରଲୋକରେ ପ୍ରସିଦ୍ଧ ବୈଜ୍ଞାନିକ ଷ୍ଟିଫେନ ହକିଙ୍ଗ


ଷ୍ଟିଫେନ ହକିଙ୍ଗ, ବ୍ରିଟିଶର ତାତ୍ତ୍ୱିକ ପଦାର୍ଥ ବିଜ୍ଞାନୀ ୭୬ ବର୍ଷ ବୟସରେ ୟୁନିଭରସିଟି ଅଫ କେମ୍ବ୍ରିଜରେ ମୃତ୍ୟୁବରଣ କରିଛନ୍ତି । ସେ ଏକାଧାରରେ ଜଣେ ବୈ÷ଜ୍ଞାନିକ, ବିଶ୍ୱତତ୍ତ୍ୱ ବିଜ୍ଞାନୀ, ଜ୍ୟୋତି , ଗଣିତଜ୍ଞ ଏବଂ ଲେଖକ ମଧ୍ୟ । ତାଙ୍କର ଏକ ବହି “ଏ ବ୍ରିଫ ହଷ୍ଟ୍ରି ଅଫ ଟାଇମ” ୧୦ ଲକ୍ଷରୁ ଅଧିକ କପି ବିକ୍ରି ହେଇଥିଲା । ସେ ଅନ୍ୟ ଏକ ପଦାର୍ଥ ବିଜ୍ଞାନୀ ରୋଜର ପେନରୋଜଙ୍କ ସହିତ ମିଶି କ୍ୱାନଟମ ଥିଓରି ସମ୍ବନ୍ଧରେ ଗବେଷଣା କରି ଏହା ଦର୍ଶାଇଥିଲେ ଯେ, ମହାକାଶ ଏବଂ ସମୟ ବିଗବ୍ୟାଙ୍ଗ ଠାରୁ ପ୍ରାରମ୍ଭ ଏବଂ ବ୍ଲାକ ହୋଲରେ ଶେଷ ।

ପ୍ରଫେସର ଷ୍ଟିଫେନ ୱିଲିୟମ ହକିଙ୍ଗ ୮ ଜାନୁଆରୀ ୧୯୪୨ ମସିହାରେ ଇଂଲଣ୍ଡର ଅକ୍ସଫୋର୍ଡରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଜନ୍ମ ଗ୍ରହଣ କରିଥିଲେ । ୧୯୬୨ ମସିହାରେ ସେ ଆପଲାଏଡ ମାଥମେଟିକ୍ସ ଏବଂ ଥିଓରିଟିକାଲ ଫିଜିକ୍ସ ବିଭାଗରେ କେମ୍ବ୍ରିଜ ୟୁନିଭରସିଟିରେ ବିଶ୍ୱତତ୍ତ୍ୱ ବିଜ୍ଞାନ ଗବେଷଣା ପାଇଁ ଯାଇଥିଲେ । ପ୍ରପୋଟିଜ ଅଫ ଏକ୍ସପାଣ୍ଡିଙ୍ଗ ୟୁନିଭର୍ସ ଥେସିସ ସହିତ ୧୯୬୫ରେ ସେ ନିଜର ପିଏଚଡି ଶେଷ କରିଥିଲେ । ସେ ୧୩ରୁ ଅଧିକ ସମ୍ମାନିତ ଡିଗ୍ରିର ଅଧିକାରୀ ହୋଇଥିଲେ । ସେ ୨୧ ବର୍ଷ ବୟସରେ ଏଏଲଏସ ନାମକ ଏକ ମସ୍ତିଷ୍କ ରୋଗରେ ଆକ୍ରାନ୍ତ ହୋଇଥିଲେ ଏବଂ ସେ ସବୁଦିନ ପାଇଁ ହ୍ୱିଲ ଚେୟାରରେ ବସିଥିଲେ । କିନ୍ତୁ ଏହା ପରେ ମଧ୍ୟ ନିଜର ଗବେଷଣା ଜାରି ରଖିଥିଲେ ଏବଂ ବହୁ ବହି ଲେଖିଥିଲେ ଏବଂ ବହୁ ପରୁସ୍କାରର ଅଧିକାରୀ ମଧ୍ୟ ହୋଇଥିଲେ । ସେ ଏକାଡେମିକ ଜଗତ ବାହାରେ ମଧ୍ୟ ଖୁବ ଲୋକପ୍ରିୟ ଥିଲେ । ସେ ବିଗ ବ୍ୟାଙ୍କ, ଦ ସିମ୍ପନସ ଏବଂ ରେଡ ଡ୍ୱାର୍ଫ ପରି ଟିଭି ସୋର ଅଂଶ ହୋଇଥିଲେ ।


Share It

Comments are closed.