ସମସ୍ୟା ଘେରରେ ଫଡନାୱିସ, ତଥ୍ୟ ଲୁଚାଇବା ଆଧାରରେ ସମନ ଜାରି କଲା କୋର୍ଟ


ମହାରାଷ୍ଟ୍ରର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାୱିସ ବର୍ତ୍ତମାନ ସମସ୍ୟା ଘେରରେ ଛନ୍ଦି ହୋଇଯାଉଛନ୍ତି । ପଦବୀକୁ ହଟିବା ପରେ ତାଙ୍କୁ କୋର୍ଟରୁ ଏକ ସମନ ଜାରି କରାଯାଇଛି । ଏହି ଘଟଣା ସଂପର୍କରେ ସୂଚନା ନାଗପୁର ସଦର ପୋଲିସ ନୀରିକ୍ଷକ ମହେଶ ବସୋନ୍ଦେ ଦେଇଥିବାବେଳେ କୋର୍ଟ ପକ୍ଷରୁ ତାଙ୍କୁ ସମନ ଜାରୀ କରାଯାଇଛି ବୋଲି ସେ କହିଛନ୍ତି । ଦେବେନ୍ଦ୍ର ଫଡାୱିସ ନାମାଙ୍କନ ପତ୍ର ଦାଖଲ ସମୟରେ ତାଙ୍କୁ ବିରୋଧରେ ଥିବା ଦୁଇଟି ଅପରାଧିକ ମାମଲା ଲୁଚାଇ ଘଟଣାକୁ ନେଇ କୋର୍ଟ ପକ୍ଷରୁ ସମନ ଜାରି କରାଯାଇଛି ବୋଲି ଜାଣିବାକୁ ମିଳିଛି ।


ପ୍ରକାଶ ଥାଉକି, ପୂର୍ବରୁ ଫଡନାୱିସ ବିରୋଧରେ ଅଭିଯୋଗ ଏହା ଥିଲା ଯେ ୨୦୧୪ ବିଧାନସଭା ନିର୍ବାଚନ ସମୟରେ ସେ ନିର୍ବାଚନ କମିଶନଙ୍କୁ ଦେଇଥିବା ତଥ୍ୟରେ ତାଙ୍କ ନାମ ସହ ଜଡିତ ଥିବା ଦୁଇଟି ଅପରାଧିକ ମାମଲାର ତଥ୍ୟ ଲୁଚାଇଥିବାର ଅଭିଯୋଗ ହୋଇଥିଲା । ମାଜିଷ୍ଟ୍ରେଟ ଏସ.ଡି ମେହତାଙ୍କ କହିବା ମୁତାବକ, “ଫଡନାୱିସ ଏଭଳି କରି ଜନପ୍ରତିନିଧିତ୍ୱ ଆଇନ ୧୯୫୧ର ଧାରା ୧୨୫ଏର ଉଲଘଂନ କରିଛନ୍ତି, ଯାହାକି ଏକ ଦଣ୍ଡନୀୟ ଅପରାଧ ଅଟେ । ”


Share It

Comments are closed.