ରାଷ୍ଟ୍ରପତି ଭବନରେ ହିଚ୍କିର ସ୍ୱତନ୍ତ୍ର ସ୍କ୍ରିନିଙ୍ଗ


ଯୁବ ସମୟ – ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପାଇଁ ରାଷ୍ଟ୍ରପତି ଭବନରେ ହିଚକି ଫିଲ୍ମର ସ୍ୱତନ୍ତ୍ର ସ୍କ୍ରିନିଙ୍ଗ କରାଯାଇଛି । ହିଚ୍କି ଚଳଚ୍ଚିତ୍ରଟି ରାଣୀ ମୁଖାର୍ଜିଙ୍କ ଅଭିନୀତ ଏକ ଭିନ୍ନ ଧରଣର ଫିଲ୍ମ ଯାହା ଶିକ୍ଷକ ଏବଂ ବିଦ୍ୟାର୍ଥୀଙ୍କ ସମ୍ପର୍କରେ ଆଧାରିତ । ହିଚ୍କି ଫିଲ୍ମରେ ଏକ ଭଲ ସାମାଜିକ ମେସେଜ ରହିଛି ଯାହା ସମାଜର ସମସ୍ତ ବର୍ଗର ବ୍ୟକ୍ତିବିଶେଷଙ୍କୁ ପ୍ରଭାବିତ କରିପାରିବ । ରାଷ୍ଟ୍ରପତି ମହୋଦୟ ଏହି ଚଳଚ୍ଚିତ୍ର ସମ୍ପର୍କରେ ଜାଣିବା ପରେ ତାଙ୍କ ଉଦ୍ଦେଶ୍ୟରେ ଏହି ଫିଲ୍ମଟିର ସ୍ୱତନ୍ତ୍ର ସ୍କ୍ରିନିଙ୍ଗର ବ୍ୟବସ୍ଥା କରାଯାଇଛି ।

ଏହି ଫିଲ୍ମରେ ରାଣୀ ଟୋରଟ୍ ସିଣ୍ଡ୍ରୋମ୍ ମାନକ ଏକ ସ୍ନାୟୁ ଜନିତ ରୋଗରେ ଆକ୍ରାନ୍ତ । ରାଣୀ (ନୈନା ମାଥୁର) ଏପରି ରୋଗରେ ଆକ୍ରାନ୍ତ ସତ୍ତେ୍ୱ ନିଜର ସ୍ୱପ୍ନ ଶିକ୍ଷକତାକୁ ପୂରଣ କରିବାକୁ ଚାହିଁଛନ୍ତି । ସେଥିପାଇଁ ତାଙ୍କୁ ଖୁବ ସଂଘର୍ଷ କରିବାକୁ ପଡିଛି । ଶେଷରେ ସେ ସଫଳ ହୋଇଛନ୍ତି କିନ୍ତୁ ତାଙ୍କ ଶିକ୍ଷକତାରେ ତାଙ୍କ ବିଦ୍ୟାର୍ଥୀମାନଙ୍କ ସହିତ ମଧ୍ୟ ଭଲ ସମ୍ପର୍କ ସ୍ଥାପନ ପାଇଁ କଷ୍ଟ କରିବାକୁ ପଡିଛି । ସେ ଏସବୁ ଦୁର୍ବଳତାକୁ ହରାଇ ନିଜ ଦୃଢ ଆତ୍ମବିଶ୍ୱାସ ସହିତ ନିଜର ବିଦ୍ୟାର୍ଥୀମାନଙ୍କୁ ଜୀବନରେ ସଫଳ ହେବା ପାଇଁ ପ୍ରେରଣା ଦିଅନ୍ତି ଏବଂ ଏହି କାର୍ଯ୍ୟରେ ସଫଳ ମଧ୍ୟ ହୁଅନ୍ତି ।


Share It

Comments are closed.