ଗୁରୁତର ହେବାରେ ଲାଗିଛି ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ୱାସ୍ଥ୍ୟବସ୍ଥା


ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ୱାସ୍ଥ୍ୟବସ୍ଥା ଅତ୍ୟନ୍ତ ଗମ୍ଭୀର ହେବାରେ ଲାଗିଛି । ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀ କିଡନୀ ସଂକ୍ରମଣ, ଛାତିରେ ଯନ୍ତ୍ରଣା ଏବଂ ପରିସ୍ରା ଜନିତ ଏକାଧିକ ସମସ୍ୟା ଯୋଗୁଁ ସେ ଗତ ୧୧ ଜୁନରୁ ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । ବାଜପେୟୀଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଏମ୍ସ ପକ୍ଷରୁ ଜାରୀ ହୋଇଥିବା ହେଲଥ ବୁଲେଟିନରେ କୁହାଯାଇଛି ଯେ, ବାଜପେୟୀଙ୍କ ସ୍ୱାସ୍ଥ୍ୟବସ୍ଥା ଗମ୍ଭୀର ହେବାରେ ଲାଗିଛି ଯେଉଁଥିପାଇଁ ତାଙ୍କୁ ଲାଇଫ ସପୋର୍ଟ ସିଷ୍ଟମରେ ରଖାଯାଇଛି । ଗତ ୯ ସପ୍ତାହ ହେବ ଏମ୍ସରେ ଚିକିତ୍ସତ ହେଉଥିବା ବାଜପେୟୀଙ୍କ ସ୍ୱାସ୍ଥ୍ୟବସ୍ଥା ୨୪ ଘଣ୍ଟା ହେବ ଗମ୍ଭୀର ହୋଇପଡିଛି ।
ଏହି ଖବର ପାଇବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଭେଟିବା ପାଇଁ କାଲି ସନ୍ଧ୍ୟା ସାଢେ ୭ଟା ବେଳେ ଏମ୍ସରେ ପହଞ୍ଚିଥିଲେ । ତାଙ୍କ ପରେ କେନ୍ଦ୍ର ମନ୍ତ୍ରୀ ପିୟୁସ ଗୋଏଲ, ସୁରେଶ ପ୍ରଭୁ, ଜିତେନ୍ଦ୍ର ସିଂହ, ହର୍ଷବର୍ଦ୍ଧନ ଏବଂ ବିଜେପି ସାଂସଦ ମିନାକ୍ଷି ଲେଖି ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁ ବିଜେପି ଅଧ୍ୟକ୍ଷ ଅମିତା ଶାହା ଉତ୍ତର ପ୍ରଦେଶ ଏବଂ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଏବଂ ଶିବରାଜ ସିଂହଙ୍କ ସମେତ ଅନ୍ୟ ବରିଷ୍ଠ ନେତା ମଧ୍ୟ ଦିଲ୍ଲୀ ଏମ୍ସରେ ପହଞ୍ଚିଥିଲେ ।
ସେହିଭଳି ଆଜି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ ଟିଏମସି ସୁପ୍ରିମୋ ମମତା ବାନାର୍ଜି ଏମ୍ସରେ ବାଜପେୟୀଙ୍କ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି ।
ଡିମେସିଆ ରୋଗରେ ପିଡିତ ହୋଇ ୨୦୦୯ ମସିହାରେ ଅସୁସ୍ଥ ଅଛନ୍ତି ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ । ସେଥିପାଇଁ ସେ ୨୦୦୯ ମସିହାରୁ ହ୍ୱିଲଚେୟାରରେ ଥିବା ଜଣା ପଡିଛି ।
ଅଟଳ ବିହାରୀ ବାଜପେୟୀ ଜଣେ ଅଣ-କଂଗ୍ରେସ ନେତା ଭାବେ ଦେଶର ପ୍ରଧାନମନ୍ତ୍ରୀ ଅଟନ୍ତି । ତାଙ୍କର ଜନ୍ମ ୧୯୨୪ ମସିହା ଡିସେମ୍ବର ୨୫ରେ ହୋଇଥିଲା । ଲକ୍ଷେ୍ନ÷÷ାରେ ସେ ୧୯୯୧, ୧୯୯୬, ୧୯୯୮ ,୧୯୯୯ ଏବଂ ୨୦୦୪ ମସିହାରେ ୫ ଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ସେ ଚାରି ଦଶନ୍ଦି ଧରି ଭାରତୀୟ ସଂସଦର ସଦସ୍ୟ ଥିଲେ । ବାଜପେୟୀ ୧୦ ଥର ଲୋକସଭା ଏବଂ ୨ ଦୁଇ ଥର ରାଜ୍ୟସଭାରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ।


Share It

Comments are closed.