ୟୁରୋପିଆନ୍ ୟୁନିଅନ୍ ଆମ୍ବାସଡରଙ୍କ ଓଡ଼ିଶା ଭ୍ରମଣ


ପ୍ରଥମ ଓଡ଼ିଶା ଭ୍ରମଣର ଏକ ଅଂଶ ସ୍ୱରୂପ, ୟୁରୋପିଆନ୍ ୟୁନିଅନ୍ର ଆମ୍ବାସଡର, ଏଚ୍. ଇ. ଶ୍ରୀଯୁକ୍ତ ଥୋମାସ୍ କଜ୍ଲାଓସ୍କି, ଓଡ଼ିଶାର ମୂଖ୍ୟ ସଚିବ ଏବଂ ମୂଖ୍ୟ ଉନ୍ନୟନ କମିସନର, ଶ୍ରୀଯୁକ୍ତ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ସହିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ କ୍ଲିନ୍ ଇ-ଭୁବନେଶ୍ୱର ପ୍ରକଳ୍ପର ସଫଳତାକୁ ପ୍ରଦର୍ଶନ କରାଯାଇଛି ଏବଂ ଉକ୍ତ କାର୍ଯ୍ୟକ୍ରମରେ ଅଂଶଗ୍ରହଣକାରୀଙ୍କୁ ସମ୍ମାନିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଇୟୁ-ଫଣ୍ଡେଡ ଇକୋ-ସିଟି ପ୍ରକଳ୍ପ ଅଧିନରେ ଥିବା ବୈଦ୍ୟୁତିକ ଅବଶେଷ ପରିଚାଳନା କାର୍ଯ୍ୟକଳାପର ସମ୍ପୂର୍ଣ୍ଣତାକୁ ଦର୍ଶାଯାଇଛି ।
ସେପ୍ଟେମ୍ବର ୨୪ରେ କଟକଠାରେ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ଓଡ଼ିଶା (ଏନ୍ଏଲ୍ୟୁଓ) ଦ୍ୱାରା ଆୟୋଜିତ କରାଯାଇଥିବା “ଇୟୁ ଡେ” ଅବସରରେ ଯୋଗ ଦେଇ ଆମ୍ବାସଡର କଜଲାଓସ୍କି ଛାତ୍ରଛାତ୍ରୀ, ଗବେଷକ ଓ ବିଶ୍ୱବିଦ୍ୟାଳୟର କର୍ମକର୍ତ୍ତାମାନଙ୍କୁ ବିଭିନ୍ନ ମେଧାବୃତ୍ତି ଓ ପାଣ୍ଠି ସୁଯୋଗ ଗୁଡ଼ିକ ନିମନ୍ତେ ଅଗ୍ରସର ହେବା ପାଇଁ ଆମନ୍ତ୍ରଣ କରିଥିଲେ । ଏଗୁଡ଼ିକ ଇୟୁ ପାଣ୍ଠି ଦ୍ୱାରା କରାଯାଉଥିବା ଉଚ୍ଚ ସ୍ତରର ପାଠ୍ୟକ୍ରମ ଓ ଗବେଷଣା କାର୍ଯ୍ୟକ୍ରମ ଗୁଡ଼ିକ ଅଧିନରେ ଉପଲବ୍ଧ, ଯେଉଁଥିରେ ରହିଛି ଏରାସମସ୍ +, ଦି ଜିନ୍ ମୋନେଟ୍ ପ୍ରୋଗ୍ରାମ୍, ମ୍ୟାରୀ ସ୍କୋଡୋସ୍କା କ୍ୟୁରୀ ଆକ୍ସନ୍ ଏବଂ ହରାଇଜନ୍୨୦୨୦ କାର୍ଯ୍ୟକ୍ରମ ଅଧିନରେ ଥିବା ସହେଯାଗୀ ପ୍ରୋଜେକ୍ଟ ଗୁଡ଼ିକ ଅନ୍ତର୍ଭୂକ୍ତ ।
ଛାତ୍ରଛାତ୍ରୀମାନଙ୍କ ସହିତ ବାର୍ତ୍ତାଳାପ ସମୟରେ ଆମ୍ବାସଡର, କଜଲାଓସ୍କି ପ୍ରକାଶ କରିଛନ୍ତି ଯେ, “୩୦ବର୍ଷ ପୂର୍ବରୁ ତିରିଶଟି ଦେଶରେ ଚାଲିଥିବା ଏହି କାର୍ଯ୍ୟକ୍ରମର ଆରମ୍ଭଠାରୁ ୟୁରୋପ ବାହାରେ ଭାରତ ହେଉଛି ମୋଟ ଉପରେ ଉଚ୍ଚ ଶିକ୍ଷା ପାଇଁ ଫାଇନାନ୍ସିଂ ଦିଗରେ ଏକ ବୃହତ ଲାଭପ୍ରଦ ଦେଶ । ଏରାସମସ୍ + ଅନୁଯାୟୀ, ଗତ କିଛି ବର୍ଷ ଧରି ଭାରତର ଛାତ୍ରଛାତ୍ରୀମାନେ ୫୭୦୦ରୁ ଅଧିକ ମେଧାବୃତ୍ତି ହାସଲ କରିଛନ୍ତି । ସେମାନଙ୍କ ମଧ୍ୟରୁ ୪୦୦ ଭାରତୀୟ ଛାତ୍ରଛାତ୍ରୀ ୨୦୧୮ରେ ଇୟୁ-ଫଣ୍ଡେଡ଼ ସ୍କଲାରସିପ୍ ଅଧିନରେ ୟୁରୋପକୁ ଶିକ୍ଷା ଗ୍ରହଣ କରିବାକୁ ଯାଉଛନ୍ତି । ୭୩ ଜଣ ଏହି ଅର୍ଦ୍ଧବାର୍ଷିକରେ ପ୍ରତିଦ୍ୱନ୍ଦୀମୂଳକ ଏରାସମସ୍ ମୁଣ୍ଡସ୍ ଜଏଣ୍ଟ ମାଷ୍ଟର୍ସ ପ୍ରୋଗ୍ରାମ୍ ଅଧିନରେ ୟୁରୋପକୁ ଯାଉଛନ୍ତି, ଯାହା ବିଗତ ବର୍ଷ ମାନଙ୍କଠାରୁ ୧୫% ବୃଦ୍ଧିକୁ ସୂଚାଉଛି । ଏହା ବିଶ୍ୱବ୍ୟାପୀ ପ୍ରତିଯୋଗିତା ପ୍ରକ୍ରିୟାରେ ଭାରତର ଛାତ୍ରଛାତ୍ରୀମାନଙ୍କର ଚମତ୍କାରିତାକୁ ପ୍ରଦର୍ଶନ କରୁଛି । ଏହା ଭାରତୀୟ ଛାତ୍ରଛାତ୍ରୀ, ଗବେଷକ ଓ ବିଶ୍ୱବିଦ୍ୟାଳୟ ମାନଙ୍କ ପାଇଁ ଉତ୍ତମ ସୁଯୋଗ, ଯାହାକୁ ସେମାନେ ଉପେଯାଗ କରିବା ଉଚିତ । ଆମେ ଓଡ଼ିଶାରୁ ଛାତ୍ରଛାତ୍ରୀମାନଙ୍କ ଅଧିକ ମାତ୍ରାର ଅଂଶଗ୍ରହଣକୁ ଦେଖି ବହୁତ ଆନନ୍ଦିତ ହେବୁ ।”


Share It

Comments are closed.