ହିଟ ୱିକେଟ ହୋଇ ସୋସିଆଲ ମିଡିଆରେ ସମାଲୋଚନାରେ ଶୀକାର ହେଲେ ସୋଏବ, ଦେଖନ୍ତୁ ଭିଡିଓ


ଇଂଲଣ୍ଡ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯାଉଥିବା ୫ଟି ଦିନିକିଆ ବିଶିଷ୍ଟ ଦିନିକିଆ ସିରିଜରେ ଇଂଲଣ୍ଡ ଚତୁର୍ଥ ଦିନିକିଆରେ ଖୁବ ସହଜରେ ବିଜୟ ହାସଲ କରିନେଇଛି । ସିରିଜର ଏହି ଚତୁର୍ଥ ଦିନିକିଆକୁ ଇଂଲଣ୍ଡ ତିନୋଟି ୱିକେଟରେ ବିଜୟ ହାସଲ କରି ନେଇଛି । ଏହି ବିଜୟରେ ଇଂଲଣ୍ଡ ଦଳର ବ୍ୟାଟ୍ସମ୍ୟାନେ ବେଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ ।
ଏହି ମ୍ୟାଚରେ ପାକିସ୍ତାନର ଅଲରାଉଣ୍ଡର ସୋଏବ ମଲ୍ଲିକ ୨୬ ବଲରେ ୪୧ ରନ ସଂଗ୍ରହ କରିଥିବାବେଳେ ସବୁଠାରୁ ମଜାର କଥା ଏହା ଯେ, ତାଙ୍କର ଆଉଟ ହେବାର ଶୈଳୀ ବର୍ତ୍ତମାନ ସୋସିଆଲ ମିଡିଆରେ କୌତୁକର ବିଷୟ ପାଲଟିଛି ।
ମ୍ୟାଚର ୪୭ ଓଭରରେ ସୋଏବ ନିଜ ପାଇଁ ରୁମ ବନାଉଥିବାବେଳେ ବ୍ୟାଟଟି ସିଧା ଯାଇକି ୱିକେଟରେ ବାଜିଥିଲା । ସୋଏବଙ୍କ ଏହି ଆଉଟର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଥିବାବେଳେ ସମସ୍ତଙ୍କ ପାଇଁ ଏହା ଏକ କୌତୁକର ବିଷୟ ପାଲଟିଛି ।

ପ୍ରକାଶ ଥାଉକି ପାକିସ୍ତାନ ଏହି ମ୍ୟାଚରେ ୫୦ ଓଭରରେ ୩୪୦ ରନ ସଂଗ୍ରହ କରିଥିବାବେଳେ ଇଂଲଣ୍ଡ ଏହି ଟାର୍ଗେଟକୁ ଖୁବ ସହଜରେ ୪୯.୩ ଓଭରରେ ହାସଲ କରିନନେଇଥିଲା । ଇଂଲଣ୍ଡ ୫ଟି ଦିନିକିଆ ବିଶିଷ୍ଟ ଏହି ସିରିଜକୁ ୩-୦ରେ କବଜା କରିନେଇଥିବାବେଳେ ସିରିଜର ପ୍ରଥମ ବର୍ଷା ଯୋଗୁଁ ବାତିଲ କରାଇଦିଆଯାଇଥିଲା ।


Share It

Comments are closed.