କର୍ମନିଯୁକ୍ତି ସୃଷ୍ଟି କରିବା ନିମନ୍ତେ ଗ୍ରାମଦ୍ୟୋଗୀଙ୍କୁ ସଶକ୍ତିକରଣ


ଭାରତୀୟ ୟୁବା ଶକ୍ତି ଟ୍ରଷ୍ଟ (ବିୱାଇଏସଟି) ପକ୍ଷରୁ ଟାଟା ଷ୍ଟିଲ୍ ଲିଃ., ଜେ କେ ପେପର ଲିଃ. ଏବଂ କନଫଡ଼େରେସନ୍ ଅଫ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରି (ସିଆଇଆଇ) ସହିତ ମିଳିତ ଉଦ୍ୟମରେ ‘କର୍ମନିଯୁକ୍ତି ସୃଷ୍ଟି କରିବା ନିମନ୍ତେ ଯୁବଗୋଷ୍ଠୀଙ୍କୁ ଶସକ୍ତିକରଣ’ ଆଧାରରେ ରେଳ ଅଡ଼ୋଟୋରିୟମ୍ ଭୁବନେଶ୍ୱରରେ ଏକ ସମ୍ମିଳନୀ ଆୟୋଜିତ କରାଯାଇଛି । ଉକ୍ତ ସମ୍ମିଳନୀରେ ବିୱାଇଏସଟିି ପକ୍ଷରୁ ଗତ ପାଞ୍ଚ ବର୍ଷ ମଧ୍ୟରେ ଓଡ଼ିଶାର ଗ୍ରାମାଞ୍ଚଳ ଯେପରିକି ଯାଜପୁର, କଳିଙ୍ଗନଗର, ରାୟଗଡ଼ା ଏବଂ ଅନ୍ୟାନ୍ୟ ଅଧ୍ୟୁଷିତ ଅଞ୍ଚଳ ମାନଙ୍କରେ କରାଯାଇଥିବା ଲୋକାଭିମୂଖୀ କାର୍ଯ୍ୟକୁ ପ୍ରଦର୍ଶିତ କରାଯାଇଛି । ଏଥି ସହିତ ଓଡ଼ିଶାର ଯୁବ ଗୋଷ୍ଠୀଙ୍କୁ ସେମାନଙ୍କର ସୃଜନାତ୍ମକ ବ୍ୟବସାୟ ଯୋଜନାକୁ ଏକ ସଫଳ ବ୍ୟବସାୟରେ ରୂପାନ୍ତର କରିବାକୁ ସୂଯୋଗ ଆଣିଦେଇଛି ଏବଂ ସେମାନଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ମାଧ୍ୟମରେ କେବଳ ସେମାନଙ୍କ ଜୀବିକା ନିର୍ବାହ ନୁହେଁ ବରଂ କର୍ମନିଯୁକ୍ତି ସୃଷ୍ଟି କରାଇବାରେ ମଧ୍ୟ ସହାୟକ ହୋଇପାରିଛି । ଉକ୍ତ ସମ୍ମିଳନୀରେ ବିୱାଇଏସଟି ଦ୍ୱାରା ଟାଟା ଷ୍ଟିଲ୍ ଏବଂ ଜେ କେ ପେପର ସହଯୋଗୀତାରେ ଓଡ଼ିଶାରେ କରାଯାଇଥିବା ବିଭିନ୍ନ କାର୍ଯ୍ୟକୁ ପ୍ରଦର୍ଶିତ କରାଯାଇଛି, ଯାହାକି ୭୦୦ରୁ ଅଧିକ ନୂତନ ବ୍ୟବସାୟ ଉଦ୍ୟୋଗ ସୃଷ୍ଟି କରିପାରିଛି । ପ୍ରାରମ୍ଭ ହେବାଠାରୁ ବିୱାଇଏସଟି ପକ୍ଷରୁ ୮୦୦୦ ଉଦ୍ୟୋଗୀଙ୍କୁ ୬୦୦୦ ପ୍ରଶିକ୍ଷକଙ୍କ ଦ୍ୱାରା ସହାୟତା କରାଯାଇଛି, ଯେଉଁମାନେକି ୨,୫୦,୦୦୦ରୁ ଅଧିକ କର୍ମନିଯୁକ୍ତି ସୃଷ୍ଟି କରିପାରିଛନ୍ତି ।
ଉକ୍ତ ସମ୍ମିଳନୀ ‘ଗ୍ରାମଦ୍ୟୋଗୀ – ମିଲିୟନାରିଜ୍ ଇନ ଦି ମେକିଂ’ ଅଧିବେଶନ ମାଧ୍ୟମରେ ଆରମ୍ଭ କରାଯାଇଥିବାବେଳେ ଏହା ଏକ ଉଦ୍ୟୋଗୀ ଏବଂ ପ୍ରଶିକ୍ଷକ ମାନଙ୍କ ପାଇଁ ଏକ ପ୍ରୋତ୍ସାହିତ ଜନକ ଅଧିବେଶନ ରହିଛି । ଯୁବକ ମାନଙ୍କ ପାଇଁ ନିଜ ଉପରେ ଭରଷା ହେଉଛି ଏକ ପ୍ରମୂଖ ବିଷୟ, ବିଶେଷକରି ଗ୍ରାମଦ୍ୟୋଗୀ – ଯେଉଁମାନଙ୍କର ପହଞ୍ଚ ଛୋଟ ସହର ଏବଂ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ରହିଛି । ସେହିପରି ଏହା ହେଉଛି ଏକ ସାମାଜିକ ପ୍ରତିଶୃତି, ଯାହାକି ଯେକୌଣସି ପ୍ରତିଷ୍ଠିତ ବ୍ୟବସାୟୀ ବ୍ୟକ୍ତି ଏବଂ ଏକ ବୃତ୍ତିଗତ ବ୍ୟକ୍ତିଙ୍କୁ ଏକ ପ୍ରଶିକ୍ଷକ ହେବାରେ ବାହକ ସାଜିଥାଏ । ଏହା ହେଉଛି ଗୁରୁ ଶିଷ୍ୟ ପରମ୍ପରା ଆଧାରରେ ଏକ ବୈଠକ, ଯାହାକି ଗ୍ରାମଦ୍ୟୋଗୀ ମାନଙ୍କୁ ସେମାନଙ୍କ ନିଜର ସଫଳତା ଏବଂ ଉନ୍ନତି ପାଇବା ପାଇଁ ପ୍ରଶିକ୍ଷକଙ୍କ ପ୍ରତି ଅଗ୍ରସର କରାଇଥାଏ ।
ସମ୍ମିଳନୀର ମୁଖ୍ୟ ଅତିଥି ତଥା ଭାରତର ମାନ୍ୟବର ରାଷ୍ଟ୍ରପତି ଶ୍ରୀଯୁକ୍ତ ଏମ୍ ଭେଙ୍କୟା ନାଇଡୁ ନିଜର ଅଭିଭାଷଣରେ କହିଛନ୍ତି ଯେ, “ଯୁବ ବେରୋଜଗାରର ସମାଧାନ ପାଇଁ ଏକ ସମ୍ଭାବ୍ୟ ସମାଧାନ ବାଟ ହେଉଛି ନିଜର ବ୍ୟବସାୟ ପ୍ରତିଷ୍ଠା କରିବା ପାଇଁ ଯୁବପିଢ଼ିଙ୍କୁ ସହାୟତା ପ୍ରଦାନ କରିବା । ଏହା ସାଧାରଣରେ ଗ୍ରହଣଯୋଗ୍ୟ ଯେ, ଉଦ୍ୟୋଗୀ ନିଯୁକ୍ତି ସୃଷ୍ଟି କରେ, ନୂତନତ୍ୱ ବଢ଼ାଏ, ପ୍ରତିଯୋଗିତା ବଢ଼ାଏ ଏବଂ ପରିବର୍ତିତ ଅର୍ଥନୈତିକ ସୁଯୋଗ ଏବଂ ଟ୍ରେଣ୍ଡ୍ ପ୍ରତି ପ୍ରତିକ୍ରିୟାଶୀଳ । ମୁଁ ବହୁତ ଗର୍ବିତ ଯେ ସାରା ଦେଶରେ ମେଂଟରି ଜରିଆରେ ଯୁବ ଗ୍ରାମପ୍ରେନ୍ୟୁର୍ସଙ୍କ ବିକାଶରେ ବିୱାଇଏସଟି ପ୍ରମୁଖ ଭୂମିକା ଗ୍ରହଣ କରିଛି ଓ ଓଡ଼ିଶାରେ ସେମାନଙ୍କ ଭୂମିକା ପ୍ରଶଂସାଯୋଗ୍ୟ ।’’
ଏହି ଅବସରରେ ସମ୍ମାନନୀୟ ଅତିଥି ରୂପେ, ଓଡ଼ିଶାର ମାନ୍ୟବର ରାଜ୍ୟପାଳ, ପ୍ରଫେସର ଗଣେଶୀ ଲାଲ୍ ନିଜର ମତବ୍ୟକ୍ତ କରି କହିଛନ୍ତି ଯେ, “ସାରା ଦେଶରେ ମେଂଟରିଂ ଜରିଆରେ ଯୁବ ଉଦ୍ୟମିତାରେ ବିକାଶରେ ବିୱାଇଏସଟି ପ୍ରମୁଖ ଭୂମିକା ନିର୍ବାହ କରୁଛି ।’’

ଏହି ଅବସରରେ ସ୍ୱାଗତ ଭାଷଣଦେଇ ଭାରତୀୟ ୟୁବା ଶକ୍ତି ଟ୍ରଷ୍ଟ ପକ୍ଷରୁ ଏହାର ଫାଉଣ୍ଡିଂ ଏବଂ ମ୍ୟାନେଜିଂ ଟ୍ରଷ୍ଟି, ଲକ୍ଷ୍ମୀ ଭି ଭେଙ୍କଟେସନ୍ କହିଛନ୍ତିଯେ, “ବିଷ୍ଟ ପକ୍ଷରୁ ଟାଟା ଷ୍ଟିଲ ଏବଂ ଜେକେ ପେପରକୁ ସେମାନଙ୍କର ଦୁରଦୃଷ୍ଟି ସମ୍ପର୍ଣ୍ଣ ସହାୟତାକୁ ପ୍ରଶଂସା କରୁଛି, ଯାହାକି ବିୱାଏସଟିର ସ୍ୱତନ୍ତ୍ର ଜାତୀୟ ପ୍ରଶିକ୍ଷକ କାର୍ଯ୍ୟକ୍ରମକୁ ଓଡ଼ିଶାକୁ ଆଣିବାରେ ସହାୟକ ହୋଇପାରିଛି । ଉଦ୍ୟୋଗୀ ମାନଙ୍କୁ ପ୍ରଶିକ୍ଷଣ ମଧ୍ୟରେ ଯାଜପୁରର ଆଦିବାସୀ ତଥା ଅଧ୍ୟୁଷିତ ଏବଂ ରାୟଗଡ଼ା ଅଧିବାସୀମାନେ ଅନ୍ତର୍ଭୂକ୍ତ ଅଛନ୍ତି, ଯାହାର ଫଳ ସୁରୂପ ସେମାନଙ୍କ ମଧ୍ୟରୁ ଅନେକ କର୍ମନିଯୁକ୍ତି ସୃଷ୍ଟି କରିପାରିବା ସହିତ ଲକ୍ଷପତି ହୋଇପାରିଛନ୍ତି ।”
ପୁରସ୍କାର ବିଜୟ ପରେ, ଉଦ୍ୟୋଗୀ ବାସନ୍ତି ରାଣା କହିଛନ୍ତିଯେ, “ବିୱାଇଏସଟି – ଟିଏସଏଲ ବିଜନେସ୍ ଏକ୍ସେଲେନ୍ସ ଆୱାର୍ଡ ମାଧ୍ୟମରେ ପାଇଥିବା ମାନ୍ୟତାକୁ ବିଶ୍ୱାସ କରେ, ଯାହାଦ୍ୱରା ମୁଁ ଏକ ସଫଳ ମହିଳା ଉଦ୍ୟୋଗୀ ହେବାର ସ୍ୱପ୍ନକୁ ପୂରଣ କରିପାରିବି ।
ବିୱାଇଏସ୍ଟି-ଜେଏକପି ବ୍ୟବସାୟ ଚିନ୍ତାଧାରା ପ୍ରତିଯୋଗିତାର ପ୍ରଥମ ବିଜେତା ଦିଲେଶ୍ୱର ଚଇନି ନିଜର ମତ ରଖି କହିଛନ୍ତି ଯେ, “ବିୱାଇଏସ୍ଟି ପ୍ରତିଯୋଗିତା ମୋତେ ମୋ ଚିନ୍ତାଧାରାକୁ ବ୍ୟକ୍ତ କରିବାର ସୁଯୋଗ ପ୍ରଦାନ କରିଛି ଯାହା ଉପରେ ମୋର ବିଶ୍ୱାସ ଥିଲା କିନ୍ତୁ ଅନ୍ୟମାନଙ୍କୁ ସହଜରେ ବୁଝାଇ ପାରୁନଥିଲି । ଅଭିନବ ଚିନ୍ତାଧାରା ରଖିଥିବା ଯୁବପିଢ଼ିଙକୁ ସ୍ୱୀକୃତି ଓ ପ୍ରେରଣା ପ୍ରଦାନ କରିବା ପାଇଁ ଏହି ପ୍ରତିଯୋଗିତା ଏକ ଉକ୍ରୃଷ୍ଟ ପ୍ଲାଟଫର୍ମ ।’’
ଅନୁଭୂତି ବାଂଟିବା ଅଧିବେଶନରେ ବିୱାଇଏସ୍ଟି ମେଂଟର ଶ୍ରୀଯୁକ୍ତ ପ୍ରଫୁଲ୍ଲ ସାମଲ କହିଛନ୍ତି ଯେ, “ବିୱାଇଏସଟି-ଟାଟା ଷ୍ଟିଲ୍ର ମେଂଟର ହେବା ମୋତେ ସନ୍ତୋଷ ପ୍ରଦାନ କରିଛି ଯାହା ଯାଜପୁର ପିଲାମାନଙ୍କୁ ସେମାନଙ୍କ ଉଦ୍ୟୋଗୀ ହେବାର ସ୍ୱପ୍ନ ପୂରଣ କରିବାରେ ସହାୟକ ହେଉଛି ।’’
ଶ୍ରୀଯୁକ୍ତ ଅରୁଣ ଏସ୍ ମେହତା, ସଭାପତି, ଜେକେ ପେପର କହିଛନ୍ତି ଯେ, “ଉଦ୍ୟମିତାରେ ଉନ୍ନତି ଆଣିବା ପାଇଁ ଯୁବପିଢ଼ିଙ୍କୁ ପ୍ରସ୍ତୁତ କରିବା ଓ ମେଟରିଂ ଜରିଆରେ ସହାୟତା ନିମନ୍ତେ ଦେଶରେ ବିୱାଇଏସ୍ଟି ଭଳି ଅଧିକ ସଂସ୍ଥା ଦରକାର । ବିୱାଇଏସ୍ଟି ଦେଶର ପଛୁଆ ଜିଲ୍ଲାର ପିଲାମାନଙ୍କୁ ସ୍ୱାବଲମ୍ବୀ ଓ ଆର୍ଥିକ ସ୍ତରରେ ଶସକ୍ତ କରାଇ ସେମାନଙ୍କ ଅଭିଳାଷକୁ ପୂରଣ କରୁଛି ଯାହା ବାସ୍ତବରେ ଆଜି ଦେଶରେ ବିକାଶ ଏଜେଣ୍ଡା ।’’
ଯାଜପୁର ଭଳି କଷ୍ଟକର ଅଂଚଳରେ ସେମାନଙ୍କ ବ୍ୟବସାୟକୁ ପ୍ରତିଷ୍ଠିତ କରିବାରେ ଗ୍ରାମପ୍ରେନ୍ୟୁଅର୍ସର ଉଦ୍ୟମକୁ ସ୍ୱୀକୃତି ପ୍ରଦାନ କରିବା ଏବଂ ଯୁବପିଢ଼ିଙ୍କ ମଧ୍ୟରେ ଉଦ୍ୟମିତାର ମଂଜି ବୁଣିବା ଏବଂ ସଚେତନତା ସୃଷ୍ଟି କରିବା ପାଇଁ ବିଜନେସ ଆଇଡିଆ ପ୍ରତିଯୋଗିତା ପାଇଁ ବ୍ୟବସାୟ ଉକ୍ରର୍ଷ ବର୍ଗରେ ଉଦ୍ୟୋଗୀ ଏବଂ ମେଂଟରମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ।
“ତୃଣମୂଳ ସ୍ତରର ଉଦ୍ୟୋଗୀମାନେ ବ୍ୟକ୍ତିବିଶେଷ ତଥା ସାମାଜିକ ପରିବର୍ତନର ଏକ ପ୍ରମୁଖ ଶକ୍ତି ଏବଂ ଓଡ଼ିଶାରେ ଆମେ କାମ କରୁଥିବା ଅଂଚଳର ଆଖପାଖରେ ଥିବା ସହିତ ସମ୍ପର୍କକୁ ବ୍ୟାପକ କରିବା ହେଉଛି ଟାଟା ଷ୍ଟିଲ୍ର ଏକ ପ୍ରମୁଖ ଗୁରୁତ୍ୱ କ୍ଷେତ୍ର । ଯୁବପିଢ଼ିମାନଙ୍କୁ ସେମାନଙ୍କ ଉଦ୍ୟୋଗୀ ହେବା ସ୍ୱପ୍ନ ସାକାର କରାଇବାରେ ଫଳପ୍ରଦ ଉଦ୍ୟମ କରିବା ପାଇଁ ବିୱାଇଏସ୍ଟି ସହିତ ଆମେ ସହଯୋଗିତା ସ୍ଥାପନ କରିଛୁ ଓ ଆମେ ଓଡ଼ିଶାରେ ଲଘୁ ଉଦ୍ୟୋଗୀର ପ୍ରସାର କରିବା ପାଇଁ କ୍ଷେତ୍ର ଅନୁସନ୍ଧାନ ଜାରି ରଖିବୁ ବୋଲି ସୌରଭ ରୟ, ମୁଖ୍ୟ, ସିଏସଆର, ଟାଟା ଷ୍ଟିଲ ଲିମିଟେଡ୍ କହିଛନ୍ତି ।
ନିଜର ଚୂଡ଼ାନ୍ତ ଅଭିଭାଷଣରେ ଶ୍ରୀଯୁକ୍ତ ସୌରଭ ଶ୍ରୀବାସ୍ତବ, ସଦସ୍ୟ, ବୋର୍ଡ ଅଫ ଟ୍ରଷ୍ଟିଜ୍, ବିୱାଇଏସଟି କହିଛନ୍ତି ଯେ, “ବେକାରୀ ସମସ୍ୟାକୁ ଦୂର କରିବା ପାଇଁ କିଭଳି ସରକାର, କର୍ପୋରେଟ, ବ୍ୟାଙ୍କ ଏବଂ ଏନଜିଓର ମିଳିତ ଉଦ୍ୟମର ପ୍ରତିଫଳନ ହେଉଛି ଏହି ଉଭୟ କାର୍ଯ୍ୟକ୍ରମର ସଫଳତା ।’’
ଏହି ସମ୍ମିଳନୀରେ ଶିଳ୍ପର ପ୍ରତିନିଧି, ବିଭିନ୍ନ କ୍ଷେତ୍ରର ମେଂଟର ଓ ବିୱାଇଏସଟିର ସମର୍ଧିତ ପାଖାପାଖି ୬୦୦ ଉଦ୍ୟୋଗୀ ଅଂଶଗ୍ରହଣ କରିଥିଲେ ।
ଏହି ଅବସରରେ “ବିୱାଇଏସଟି ଓଡ଼ିଶା ଗ୍ରାମପ୍ରେନ୍ୟୁୃଓଁ ସକ୍ସେସ୍ ଅନ୍ ସୋ’’ ବୁକ୍ଲେଟ୍କୁ ଉନ୍ମୋଚନ କରାଯାଇଥିଲା ଯେଉଁଥିରେ ଓଡ଼ିଶାରେ ଉଦ୍ୟମିତାକୁ ନେଇ ସୃଷ୍ଟି ହୋଇଥିବା ପ୍ରଭାବକୁ ପ୍ରଦର୍ଶନ କରାଯାଇଛି ଏବଂ ନିର୍ଦିଷ୍ଟ ଭାବେ ଚୟନ କରାଯାଇଥିବା ଗ୍ରାମପ୍ରେନ୍ୟୁଅର୍ସମାନଙ୍କ ଅଭିନବ ଉତ୍ପାଦ ଏହି ସମ୍ମିଳନୀର ପ୍ରମୁଖ ଆକର୍ଷଣ ଥିଲା ।


Share It

Comments are closed.