ପେଟର ଚର୍ବି କମାଇବା ପାଇଁ ପିଅନ୍ତୁ ଏହି ତିନୋଟି ଜୁସ୍


ଆଜିର ଆଧୁନିକ ଯୁଗରେ କିଏ ବା ଫିଟ ଦେଖାଯିବାକୁ ନ ଚାହେଁ । କିନ୍ତୁ ଅନିୟମିତ ଜୀବନଶ÷ଳୀ ଯୋଗୁଁ ଏହା ସମ୍ଭଭ ହୋଇନଥାଏ । ଏହା ମଧ୍ୟରୁ ଗୋଟିଏ ସାଧାରଣ ସମସ୍ୟା ହେଉଛି ପେଟର ମୋଟାପଣ । ପେଟର ଚର୍ବି କମାଇବା ପାଇଁ ଲୋକେ ଅନେକ ପ୍ରକାରର ଉପାୟ ଆପଣାଇଥାନ୍ତି । ଓଜନ କମାଇବା ପାଇଁ ଲୋକେ ବ୍ୟାୟାମ କରିବା ସହ ଡାଏଟ୍ିଙ୍ଗ୍ ଆରମ୍ଭ କରି ଦିଅନ୍ତି । ତେଣୁ ଆପଣ ଯଦି ସହଜରେ ନିଜର ବଢୁଥିବା ପେଟକୁ କମାଇବାକୁ ଚାହାନ୍ତି ତେବେ ବ୍ୟାୟାମ ସହ ଏହି ୩ଟି ଜୁସ୍ ପିଇବା ଆରମ୍ଭ କରନ୍ତୁ ।

କଲରା ଜୁସ୍: କଲରାରେ ଅନେକ ପୋଷକ ତତ୍ତ୍ୱ ଯେପରିକି ଆଇରନ୍, ମ୍ୟାଗ୍ନେସିୟମ, ପୋଟାସିୟମ ଓ ଭିଟାମିନ୍-ସି ଆଦି ରହିଛି । ଏହା ଦ୍ୱାରା ଚର୍ବି କମ୍ ହେବା ସହ ମୋଟାପଣ ନିୟନ୍ତ୍ରଣ ହୋଇଥାଏ । କଲରାରେ ଫାଇବରର ମାତ୍ରା ଖୁବ୍ ଅଧିକ ରହିଥାଏ ଯାହା ଓଜନ କମାଇବାରେ ସହାୟକ ହୋଇଥାଏ ।

ଲାଉ ଜୁସ୍: ଲାଉରେ ଫାଇବର, ପ୍ରୋଟିନ୍ ଓ ଆଣ୍ଟି ଅକ୍ସିଡାଣ୍ଟର ମାତ୍ରା ଅଧିକ ରହିଥିବାରୁ ତାହା ଓଜନ କମାଇବାରେ ସହାୟକ ହୋଇଥାଏ । କଖାରୁ କିମ୍ବା ଲାଉ ଓଜନ କମାଇବା ପାଇଁ ଏକ ଉନ୍ନତ ପରିବା ହୋଇଥିବାବେଳେ ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଖୁବ୍ ଲାଭଦାୟକ । ସକାଳେ ଖାଲି ପେଟରେ ଲାଉରସ ପିଇବା ଦ୍ୱାରା ତାହା ଶରୀରରେ ରକ୍ତ ସଂଚାଳନକୁ ଉନ୍ନତ କରିଥାଏ ।

କାକୁଡି ଜୁସ୍: ପ୍ରତିଦିନ ସକାଳେ ଖାଲି ପେଟରେ କାକୁଡି ରସ ପିଇବା ଦ୍ୱାରା ଓଜନ୍ ଶୀଘ୍ର କମ୍ ହୋଇଥାଏ । କାକୁଡି ଜୁସ୍ ପ୍ରସ୍ତୁତ କରିବା ପାଇଁ ଗୋଟିଏ କାକୁଡିରେ ଅଳ୍ପ ଲେମ୍ବୁରସ, ଅଳ୍ପ କଳାଲୁଣ, ଗୋଲ୍ମରିଚ ଓ ପୁଦିନା ପତ୍ର ପକାଇ ତାହାକୁ ଭଲ ଭାବେ ମିକ୍ସରରେ ବ୍ଲେଣ୍ଡ୍ କରିଦିଅନ୍ତୁ । ଏହି ଜୁସ୍ ପେଟ ସହ ଜଡିତ ଅନେକ ସମସ୍ୟା ଦୂର କରିବା ସହ ଶରୀରରେ ମେଟାବୋଲିଜିମ୍କୁ ବଢାଇଥାଏ ।


Share It

Comments are closed.