ଓଡିଆ ସ୍ୱାଦ ସହ ଭୁବନେଶ୍ୱରବାସୀଙ୍କୁ ଉତ୍ସାହିତ କରିଛି ୪ର୍ଥ ଦିନ

. ଡଟ୍ ଫେଷ୍ଟ୍‌ର ୪ର୍ଥ ଦିନରେ ଓଡିଆ ସେଲିବ୍ରିଟି ଲିସା ମିଶ୍ର, ସ୍ନିତି ମିଶ୍ର, ରୁତୁରାଜ ମହାନ୍ତି ଓ ର‌୍ୟାପର୍ ବିଗ୍‌ଡିଲ୍‌ଙ୍କ ଚମକପ୍ରଦ ପ୍ରଦର୍ଶନ ଦେଖିବାକୁ ମିଳିଛି


ଭୁବନେଶ୍ୱର : ସହରର ଉତ୍ସବ ଜାରି ରହିଥିବା ବେଳେ ଡଟ୍ ଫେଷ୍ଟ୍‌ର ୪ର୍ଥ ଦିନରେ ଆଜି ‘ଚକ୍ ଦେ ଓଡିଶା’ ବିଷୟବସ୍ତୁ ସହ ଓଡିଶା କଣ୍ଠ ଶିଳ୍ପୀମାନଙ୍କ ଚମକପ୍ରଦ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ୪ର୍ଥ ଦିନରେ ସ୍ଥାନୀୟ ଲୋକମାନେ ସେମାନଙ୍କର ପ୍ରିୟ ସଙ୍ଗୀତଜ୍ଞଙ୍କ ପ୍ରଦର୍ଶନକୁ ଉପଭୋଗ କରିଛନ୍ତି । ଗାୟିକା ଲିସା ମିଶ୍ର, ସ୍ନିତି ମିଶ୍ର, ରୁତୁରାଜ ମହାନ୍ତି ଓ ଓଡିଆ ରାପର୍ ସମିର୍ ରିଶୁ ମହାନ୍ତି (ବିଗ୍‌ଡିଲ୍‌) ଓଡିଆ ସ୍ୱାଦ ସହ ମଂଚରେ ଚମତ୍କାର ପ୍ରଦର୍ଶନ କରିଥିଲେ ଓ ଦର୍ଶକଙ୍କୁ ରୋମାଂଚିତ କରିଥିଲେ । ୧୫୦୦୦ରୁ ଅଧିକ ସ୍ଥାନୀୟ ବାସିନ୍ଦା ଓ ପରିଦର୍ଶକମାନେ ଡଟ୍ ଫେଷ୍ଟ୍‌ର ୪ର୍ଥ ଦିନରେ ସ୍ଥାନୀୟ ସଙ୍ଗୀତ ଉପଭୋଗ କରିଥିଲେ ଏବଂ ଲୋକମାନଙ୍କ ପାଇଁ ଏଠାରେ ପ୍ରବେଶ ମାଗଣା ରହିଥିଲା ।

ସ୍ଥାନୀୟ ଲୋକ ଓ ଅତିଥିମାନେ ଭିନ୍ନ ଭିନ୍ନ ଭାରତୀୟ ରାଜ୍ୟର ସୁସ୍ୱାଦୁ ଆଂଚଳିକ ଖାଦ୍ୟ ସମେତ ହକି ବିଶ୍ୱ କପ୍‌ରେ ଅଂଶଗ୍ରହଣ କରିଥିବା ୧୬ଟି ଦେଶର ଆନ୍ତର୍ଜାତୀୟ ଖାଦ୍ୟର ମଜା ଉଠାଉଛନ୍ତି । ଏହାବ୍ୟତୀତ ସେମାନେ ଓଡିଶାର ବିଭିନ୍ନ ଖାଦ୍ୟଗୁଡିକୁ ମଧ୍ୟ ଉପଭୋଗ କରୁଛନ୍ତି ।  ଡଟ୍ ଫେଷ୍ଟ୍‌ର ଅନ୍ୟ ଏକ କାର୍ଯ୍ୟକ୍ରମ ନାଇଟ୍ ବଜାର/ଫ୍ଲି ମାର୍କେଟ୍ ସ୍ଥାନୀୟ କଳାକାର, ଷ୍ଟାର୍ଟଅପ୍‌, ପ୍ରଦର୍ଶନକାରୀ, କାରିଗର ଓ ଉଦ୍ଭାବକଙ୍କୁ ନିଜ ଉତ୍ପାଦଗୁଡିକୁ ପ୍ରଦର୍ଶିତ କରିବା ପାଇଁ ଏକ ଚମତ୍କାର ମଂଚ ପ୍ରଦାନ କରିଛି । ଓଡିଶାର ହସ୍ତଶିଳ୍ପ ଓ ବୟନଶିଳ୍ପକୁ ପ୍ରଦର୍ଶନ କରିବା ଉଦ୍ଦେଶ୍ୟ ସହିତ ସ୍ଥାପିତ ଫ୍ଲି ମାର୍କେଟ୍  ୧୨୦ରୁ ଅଧିକ ସ୍ଥାନୀୟ ଭାବେ ନିର୍ମିତ ସାମଗ୍ରୀ ସହିତ ପରିଦର୍ଶକଙ୍କ ପାଇଁ ଏକ ଉନ୍ନତ ସପିଙ୍ଗ୍ ଅନୁଭୂତି ନେଇ ଆସିଛି । ଏହା ବହୁସଂଖ୍ୟକ ଲୋକଙ୍କୁ ଆକର୍ଷିତ କରିପାରିଛି । ସେହିପରି  ଭୁବନେଶ୍ୱରର କାଳ୍ପନିକ ସହରୀ ଐତିହ୍ୟ ଓ ଏହାର ରୂପାନ୍ତରଣକୁ ସମ୍ମାନିତ କରୁଥିବା ଡଟ୍ ଫେଷ୍ଟ୍‌ରେ ଆୟୋଜିତ ଫଟୋ ପ୍ରଦର୍ଶନୀ ସେବେ-ଆଉ-ଏବେ (ଦେନ୍ ଆଣ୍ଡ୍ ନାଓ) ଏହି ମହୋତ୍ସବର ଆକର୍ଷଣର ଅନ୍ୟତମ କେନ୍ଦ୍ରବିନ୍ଦୁ ପାଲଟିଛି । ସିଟି ଟ୍ରେଲ୍‌ଗୁଡିକ ମଧ୍ୟ ଆସନ୍ତା ଫେବୃଆରୀ ୧୨ ତାରିଖ ୨୦୨୩ ପର୍ଯ୍ୟନ୍ତ ପରିଦର୍ଶକଙ୍କ ପାଇଁ ଖୋଲା ରହିଛି ଯାହାଫଳରେ ସେମାନେ ନିଜକୁ ଭୁବନେଶ୍ୱରର ସଂସ୍କୃତି ଓ ଇତିହାସରେ ସମ୍ପୂର୍ଣ୍ଣ ରୂପେ ନିମଜ୍ଜିତ କରିପାରିବେ ।

ଡଟ୍ ଫେଷ୍ଟ୍ ମହୋତ୍ସବର ୫ମ ଦିନ ଭାରତୀୟ ସଙ୍ଗୀତଜ୍ଞ ପଣ୍ଡିତ ହରିପ୍ରସାଦ ଚୌରସିଆ, ଉସ୍ତାଦ ତୌଫିକ୍ କୁରେଶ୍‌, ଓଜାସ୍ ଅଧିୟା ଓ ଓଡିଆ ଗାୟିକା ସୁସ୍ମିତା ଦାସ ଏବଂ ଆନ୍ତର୍ଜାତୀୟ ସଙ୍ଗୀତଜ୍ଞ ଲୁଇସ୍ ବ୍ୟାଙ୍କ୍‌ସ, ଜର୍ଜ ବ୍ରୁକ୍‌ସ ଓ ଜିନେଥ୍ ୱେନ୍‌ଟିଙ୍କ୍‌ଙ୍କ ସମେତ ବିଶ୍ୱର ଶ୍ରେଷ୍ଠ ଶାସ୍ତ୍ରୀୟ ସଙ୍ଗୀତଜ୍ଞଙ୍କୁ ସ୍ୱାଗତ କରିବ ।


Share It

Comments are closed.