ଜୀବନରେ ଏପରି ଭୁଲ କଲେ ପଶ୍ଚାତାପ କରିବାକୁ ପଡିଥାଏ


ଧର୍ମ ବିରୁଦ୍ଧରେ ଯେଉଁ କାମ କରାଯାଏ ତାହାକୁ ଅଧର୍ମ କୁହାଯାଏ । ସାଧାରଣତଃ ଧର୍ମରୁ ପୁଣ୍ୟ ଏବଂ ଅଧର୍ମରୁ ପାପ ଜାତ ହୋଇଥାଏ ବୋଲି କୁହାଯାଏ । ଧର୍ମ ଓ ଅଧର୍ମ ସମ୍ପର୍କରେ ଉଭୟ ବ୍ୟକ୍ତିର ମନ, ବାଣୀ ଓ ଶରୀର ଦ୍ୱାରା ପ୍ରଭାବିତ ହୋଇଥାଏ । ଯଦି ଏହି ତିନୋଟି ବିଷୟ ଉପରେ ଧ୍ୟାନ ଦିଆ ନଯାଏ, ତେବେ ଆମେ ୧୦ ପ୍ରକାରର ପାପ ଅର୍ଜନ କରିଥାଉ । ଏହି ପାପ କର୍ମ କାରଣରୁ ବୁଦ୍ଧି ଏବଂ ବିଚାର ଶକ୍ତି ଦୂଷିତ ହୋଇଥାଏ । ଯେଉଁ କାରଣରୁ ଆମେ ବାରମ୍ବାର ପାପ କାମ କରିଥାନ୍ତି ।
ଏହି ପାପ କର୍ମ କାରଣରୁ ମନରେ ଦୁଃଚିନ୍ତା ବଢିଥାଏ । ତେବେ ଆସନ୍ତୁ ଜାଣିବା ଏହି ୧୦ଟି କର୍ମ ଯାହାଦ୍ୱାରା, ଆପଣଙ୍କୁ ପାପରେ ସହଭାଗୀ ହେବାକୁ ପଡିଥାଏ ।ô
• ପର ଧନ ପ୍ରାପ୍ତି କରିବାର ଯୋଜନା କରିବା ଏପରିକି ହାସଲ କରିବା ପାଇଁ ଚେଷ୍ଟା କରିବା ହେଉଛି ପାପ । ତେବେ ଏହି ପାପରୁ ରକ୍ଷା ପାଇବାକୁ ହେଲେ ଆପଣଙ୍କୁ ପରିଶ୍ରମ ଏବଂ ବିଶ୍ୱସ୍ଥ ଉପୟାରେ ଟଙ୍କା କମାଇବା ଆବଶ୍ୟକ ।
• ଯେଉଁ କର୍ମ ଅନ୍ୟର ଭାବନାକୁ କଷ୍ଠ ପହଞ୍ଚାଇଥାଏ ସେପରି କାମ କରିବା ମଧ୍ୟ ପାପ କୁହାଯାଏ ।
• ସ୍ୱାର୍ଥ ଭାବେ ଜୀବନ ଜିଇବା ମଧ୍ୟ ପାପ କୁହାଯାଏ ।
• ଅନ୍ୟକୁ କଷ୍ଠ ଦେଲା ଭଳି କଥା କହିବା ଏବଂ ଅନ୍ୟକୁ ମିଥ୍ୟା ଭାଷଣା ଦେବା ମଧ୍ୟ ପାପର ଅନ୍ତର୍ଭୁକ୍ତ ।
• ପରର ନିନ୍ଦା କରିବା ମଧ୍ୟ ପାପ ଅଟେ ।
• ଯେଉଁ କଥାର କୌଣସି ଅର୍ଥ ନଥାଏ, ଏପରି କଥା କହିବା ମଧ୍ୟ ପାପ ଅଟେ ।
• ମନ, କର୍ମ ଏବଂ ବଚନ ଦ୍ୱାରା କାହାରିକୁ ଦୁଃଖ ଦେବା ମଧ୍ୟ ପାପ ଅଟେ ।
• କାହାରିକୁ କିଛି ନଦେଇ କାହାରିଠୁ କିଛି ଗ୍ରହଣ କରିବା ମଧ୍ୟ ପାପ ଅଟେ ।
• ପରର ସ୍ତ୍ରୀ ସହ ସମ୍ପର୍କ ରଖିବା କିମ୍ବା କାହାରି ଇଚ୍ଛା ବିରୋଦ୍ଧରେ ଏପରି କାମ କରିବା ପାପ କର୍ମ  ଅଟେ ।
• ନାସ୍ତିକ ହେବା, ଏପରିକି ଭଗବାନଙ୍କ ଠାରେ ଆସ୍ଥା ନରଖିବା ମଧ୍ୟ ପାପ ହୋଇଥାଏ ।


Share It

Comments are closed.