ଗ୍ରହ ଦୋଷ ପାଇଁ ରତ୍ନ ଧାରଣ କରୁଛନ୍ତି କି ? ତେବେ ଜାଣି ରଖନ୍ତୁ କେଉଁ ରତ୍ନ ହୋଇଥାଏ ପ୍ରଭାବୀ


ଜ୍ୟୋତିଷଶାସ୍ତ୍ରରେ ଗ୍ରହ ଦୋଷ ପାଇଁ ଅନେକ ଉପାୟ ରହିଛି। ନବ ଗ୍ରହ ଉପାୟ ପାଇଁ ନବ ରତ୍ନ ଓ ବିଭିନ୍ନ ଉପରତ୍ନ ସମ୍ପର୍କରେ ମଧ୍ୟ ବର୍ଣନା ରହିଛି। ଏହି ନବ ରତ୍ନ ମଧ୍ୟରୁ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ହେଲା ହୀରା, ମାଣିକ, ପୋଖରାଜ, ନିଲମ ଓ ପାନ୍ନା। ପ୍ରତ୍ୟେକ ଗ୍ରହ ପାଇଁ ଭିନ୍ନ ଭିନ୍ନ ରତ୍ନ ରହିଛି।

ମଙ୍ଗଳଙ୍କ ପାଇଁ ରତ୍ନ ହେଲା ମୁଙ୍ଗା। ଏହା କୋରାଲ ରିଫରୁ ତିଆରି ହୁଏ। ଚନ୍ଦ୍ରମା ପାଇଁ ଧାରଣ କରାଯାଏ ମୋତି। ମୋତି ସମୁଦ୍ରରୁ ଶାମୁକା ଭିତରୁ ମିଳିଥାଏ। ଶାମୁକାର ଜୈବ ଗଠନରୁ ମୋତି ନିର୍ମାଣ ହୋଇଥାଏ। ଆଂଶିକ ଗ୍ରହ ଦୋଷ ଥିଲେ ମୁଙ୍ଗା ଓ ମୋତି ଧାରଣ କରାଯାଇପାରେ।

ହୀରା, ମାଣିକ, ପୋଖରାଜ, ନିଲମ ଓ ପାନ୍ନା ପୃଥିବୀରେ ବିଭିନ୍ନ ଧାତୁ ସହ ସମାନ। ଏଥିରେ ରେଖା, ଘର ଥାଏ। ଏହାକୁ ଗଭୀର ଭାବେ ପରଖି କିଣାଯିବା ଉଚିତ। ଯୋଗ୍ୟ ବିଦ୍ୱାନଙ୍କ ଯାଞ୍ଚ ବିନା ଦୋଷପୂର୍ଣ୍ଣ ରତ୍ନ ଧାରଣ କରିବା ଦ୍ୱାରା ବ୍ୟକ୍ତିଙ୍କୁ ଲାଭ ଅପେକ୍ଷା ଅଧିକ କ୍ଷତି ହୋଇଥାଏ।

ବିଶେଷକରି ନିଲମ ଓ ପୋଖରାଜ ଉପରେ ଅଧିକ ଦୃଷ୍ଟି ଦେବା ଆବଶ୍ୟକ। ଦୋଷଯୁକ୍ତ ପୋଖରାଜ ଯୋଗୁଁ ଧନହାନୀ ଅଥବା ପଦ ପ୍ରତିଷ୍ଠା ସ୍ଥିତି ଉପରେ ପ୍ରଭାବ ପଡିଥାଏ। ନିଲମରେ ଦୋଷ ଥିଲେ ଆକସ୍ମିକ ଘଟଣା ହେବାର ଆଶଙ୍କା ଥାଏ। ସେହି ଭୟରେ ଅଧିକାଂଶ ଲୋକ ନିଲମ ଧାରଣ କରିନଥାନ୍ତି। ସେଥିପାଇଁ ରତ୍ନ ଧାରଣ କରିବା ପୂର୍ବରୁ ବିଦ୍ୱାନଙ୍କୁ ପରାମର୍ଶ କରିବା ଉଚିତ।

ରତ୍ନରେ କଲା, ଲାଲ ଓ ହଳଦିଆ ଚିହ୍ନ ମଧ୍ୟ ଥାଏ। ଉଚ୍ଚମାନର ରତ୍ନ କଟ, ରଙ୍ଗ ଓ କ୍ୱାଲିଟିରେ ଫାଇନ୍ ଥାଏ। ହୀରା, ପୋଖରାଜ ଓ ମାଣିକ ଉପରେ ଗମ୍ଭୀରତାର ସହ ବିଚାର କରାଯାଏ। ହୀରା ଶୁକ୍ର ଗ୍ରହ ପାଇଁ ଧାରଣ କରାଯାଏ। ପୋଖରାଜ ବୃହସ୍ପତିଙ୍କ ପାଇଁ ଓ ମାଣିକ ସୂର୍ଯ୍ୟଙ୍କ ପାଇଁ। ପାନ୍ନା ବୁଧଙ୍କ ରତ୍ନ। ବୁଧ ଦୋଷ ଥିଲେ ପାନ୍ନା ଧାରଣ କରିବାକୁ ପରାମର୍ଶ ଦିଆଯାଇଥାଏ।


Share It

Comments are closed.