ଜିଲ୍ଳା ଆପାତ କାଳୀନ ଦଳ ପକ୍ଷରୁ ଯୋଡ଼ାରେ ଏକ ଅଫ-ସାଇଟ ଜରୁରୀକାଳୀନ ମକ୍ ଡ୍ରିଲ୍ ଆୟୋଜିତ


 

ଯୋଡ଼ା, ୮ ଅଗଷ୍ଟ ୨୦୨୪: କେନ୍ଦୁଝର ଜିଲ୍ଳା ଆପାତ କାଳୀନ ଦଳ (ଡିସିଜି) ପକ୍ଷରୁ ବୁଧବାର ଯୋଡ଼ା ପୌରପାଳିକାରେ ଅଫ୍ ସାଇଟ୍ ଜରୁରୀକାଳୀନ ମକ୍ ଡ୍ରିଲ୍ ସଫଳ ଭାବେ ଆୟୋଜିତ ହୋଇଯାଇଛି।

ରସାୟନ ଦୁର୍ଘଟଣା (ଜରୁରୀକାଳୀନ ଯୋଜନା, ପ୍ରସ୍ତୁତି ଓ ପ୍ରତିକ୍ରିୟା) ନିୟମ ୧୯୯୬ର ଧାରା-୯ ଅନୁସାରେ ଅନୁଷ୍ଠିତ ଏହି ମକ୍ ଡ୍ରିଲ୍ କୁ ଜିଲ୍ଲା ପ୍ରଶାସନ ଓ ଟାଟା ଷ୍ଟିଲର ଯୋଡ଼ାରେ ଥିବା ଫେରୋ ଆଲଏଜ ପ୍ଲାଂଟ ସମନ୍ବୟରେ ଆୟୋଜନ କରାଯାଇଥିଲା।
ଚମ୍ପୁଆର ଉପ ଜିଲ୍ଲାପାଳ ଶ୍ରୀ ସୁକାନ୍ତ ମାଝୀ ଏହି ମକ ଡ୍ରିଲର ତଦାରଖ କରିଥିଲେ।

ସେଥିରେ ଡିଜିସିର ଅନ୍ୟାନ୍ୟ ସଦସ୍ୟ ଯଥା ବଡ଼ବିଲ ତହସିଲଦାର ଶ୍ରୀ ପ୍ରିୟଦର୍ଶୀ ଯୋଶୀ, ଯୋଡ଼ା ମୁନିସପାଲିଟିର କାର୍ଯ୍ୟନିର୍ବାହୀ ଅଫିସର ଶ୍ରୀ ଉମେଶ ଚନ୍ଦ୍ର ସାହୁ, ବଡ଼ବିଲ ମୁନିସପାଲିଟିର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ବିଶ୍ବଜିତ ରାୟ, ଫ୍ୟାକ୍ଟ୍ରି ଆଣ୍ଡ ବଏଲର୍ସ, ଯାଜପୁର ଡିଭିଜନର ଉପ ନିର୍ଦ୍ଦେଶକ ଶ୍ରୀ ୟୁ ସି ସୁତାର, ଫ୍ୟାକ୍ଟ୍ରି ଆଣ୍ଡ ବଏଲର୍ସ, କେନ୍ଦୁଝରର ସହକାରୀ ନିର୍ଦ୍ଦେଶକ ଶ୍ରୀ କେଦାର ହାଁସଦା ଓ ବିଲେଇପଡ଼ା ଦମକଳ କେନ୍ଦ୍ରର ଷ୍ଟେସନ ଅଫିସର ଶ୍ରୀ ଦିଲ୍ଲୀପ ବେହେରା ଯୋଗ ଦେଇଥିଲେ।

ଏହି ମକ ଡ୍ରିଲରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ପ୍ରତିନିଧି ଓ ମୁଖ୍ୟ ତଥା ଫ୍ୟାକ୍ଟ୍ରି ମ୍ୟାନେଜରଙ୍କ ସମେତ ଟାଟା ଷ୍ଟିଲର ଟିମ ମଧ୍ୟ ଉପସ୍ଥିତ ଥିଲେ। ଏହି ମକ ଡ୍ରିଲର ମୁଖ୍ୟ ଉଦ୍ଦେଶ୍ୟ ଥିଲା ସମ୍ଭାବ୍ୟ ଜରୁରୀକାଳୀନ ପରିସ୍ଥିତିର ମୁକାବିଲାରେ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଓ ପ୍ରତିକ୍ରିୟା କ୍ଷମତାକୁ ଅନୁଧ୍ୟାନ କରିବା।

ଏକ ନକଲି ରସାୟନ ଦୁର୍ଘଟଣା ରଚନା କରାଯାଇ ସ୍ଥିତିର ତଦାରଖ କରାଯାଇଥିଲା। ଏହି ମକ ଡ୍ରିଲର ଲକ୍ଷ୍ୟ ଥିଲା ବିଭିନ୍ନ ଅଂଶୀଦାରମାନଙ୍କ ମଧ୍ୟରେ ଥିବା ସମନ୍ବୟରେ ଉନ୍ନତି ଆଣିବା ଏବଂ ସ୍ଥାନୀୟ ଅଂଚଳର ଲୋକମାନଙ୍କ ମଧ୍ୟରେ ପରିବେଶ ସୁରକ୍ଷାକୁ ସୁନିଶ୍ଚିତ କରିବା।

ଏହି ମକ୍ ଡ୍ରିଲ୍ ଜିଲ୍ଲାର ଜରୁରୀକାଳୀନ ପ୍ରତିକ୍ରିୟା ରଣନୀତିର ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ଭାବରେ କାର୍ଯ୍ୟ କରିଛି, ଯାହା କୌଣସି ପ୍ରକୃତ ଜରୁରୀକାଳୀନ ପରିସ୍ଥିତିରେ ଜନସ୍ୱାସ୍ଥ୍ୟ ଏବଂ ନିରାପତ୍ତା ସୁରକ୍ଷା ପାଇଁ ପ୍ରତିବଦ୍ଧତାକୁ ସୁଦୃଢ଼ କରିଛି।


Share It

Comments are closed.