ଏମଜିଏନଏଲର ୧୦୦ତମ ସିଏନଜି ଷ୍ଟେସନ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ


ନୂଆଦିଲ୍ଲୀ/ଭୁବନେଶ୍ୱର,– ନୂଆଦିଲ୍ଲୀରୁ ଭିଡ଼ିଓ କନଫରେନ୍ସ ଜରିଆରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମହାରାଷ୍ଟ୍ର ପ୍ରାକୃତିକ ଗ୍ୟାସ କମ୍ପାନୀ(ଏମଏନଜିଏଲ)ର ୫ଟି ଗ୍ୟାସ ଷ୍ଟେସନର ଲୋକାର୍ପଣ ତଥା ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ଉକ୍ତ ୫ଟି ଷ୍ଟେସନର ଲୋକାର୍ପିତ ଫଳରେ ଏମଏନଜିଏଲ କମ୍ପାନୀର ୧୦୦ରେ ପହଞ୍ଚିଛି । ଏହି ଅବସରରେ ଶ୍ରୀ ପ୍ରଧାନ ମହାରାଷ୍ଟ୍ର ନାସିକର ପାଥରାଡ଼ି ଠାରେ ଏଲଏନଜି/ସିଏନଜିର କାର‌୍ୟ୍ୟର ଶୁଭାରମ୍ଭ କରିବା ସହ ନାସିକ୍ ଠାରେ ବସରେ ସିଏନଜି ଯୋଗାଣ, ପୁଣେ ଠାରେ ମୋବାଇଲ ରିଫ୍ୟୁଲିଂ ୟୁନିଟ(ଏମଆରୟୁ) ମାଧ୍ୟମରେ ସିଏନଜି ଯୋଗାଣର କାମ ଦିଆଯାଇଛି ।
ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଅଧିକ ସ୍ଥାୟୀ ଉର୍ଜା ବ୍ୟବହାର ପାଇଁ ୨୦୩୦ ସୁଦ୍ଧା ପ୍ରାଥମିକ ଉର୍ଜା ମିଶ୍ରଣରେ ପ୍ରାକୃତିକ ଗ୍ୟାସର ସେୟାର ୧୫ ପ୍ରତିଶତ ଲକ୍ଷ୍ୟ ହାସଲ କରିବାକୁ ଭାରତ ପ୍ରତିବଦ୍ଧ । ଏହା ପରିବେଶ ପ୍ରଦୂଷଣକୁ ହ୍ରାସ କରିବା ସହ ଜଳବାୟୁ ପରିବର୍ତ୍ତନ କରିବା ଦିଗରେ ଥିବା ପ୍ରତିଶ୍ରୁତିକୁ ପୂରଣ କରିବ । ପ୍ରାକୃତିକ ଗ୍ୟାସର ଅଧିକ ବ୍ୟବହାର ଜୀବାଶ୍ମ ଇନ୍ଧନ ଉପରେ ନିର୍ଭରଶୀଳତାକୁ ହ୍ରାସ କରିବ । ଫଳରେ ଉର୍ଜା କ୍ଷେତ୍ରରେ ଦେଶର ଆମଦାନୀ ତଥା ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ ଘଟିବ ।
ଆମର ଶକ୍ତି ସଂକ୍ରମଣ ରୋଡମ୍ୟାପ ଆତ୍ମନିର୍ଭରଶୀଳ ହେବ ଏବଂ ବୃହତ ରୋଜଗାର ସୃଷ୍ଟି କରିବ ବୋଲି ସେ କହିଛନ୍ତି। ଆମର ଉର୍ଜା ବ୍ୟବହାରର ରୋଡମ୍ୟାପ୍ ଆତ୍ମନିର୍ଭର ହେବ ଏବଂ ବଡ ଆକାରରେ ରୋଜଗାର ସୃଷ୍ଟି କରିବ ବୋଲି ସେ କହିଛନ୍ତି।
ଆଜିର ୫ ସିଏନଜି ଉଦଘାଟନ ସହିତ ଏମଜିଏନଏଲରେ ୧୦୦ ସିଏନଜି ଷ୍ଟେସନର ନେଟୱାର୍କପେ ପରିଗଣିତ ହୋଇଛି । ତେବେ ଆସନ୍ତା ୭ ରୁ ୮ ବର୍ଷ ମଧ୍ୟରେ ଦେଶରେ ୧୦ ହଜାର ସିଏନଜି ଷ୍ଟେସନ ସଂଖ୍ୟାରେ ପହଞ୍ଚାଇବା ପାଇଁ ଆମ ମାନଙ୍କୁ କାମ କରିବାକୁ ହେବ । ପ୍ରାକୃତିକ ଗ୍ୟାସ ବ୍ୟବହାର ପାଇଁ ସିଜିଡ଼ି କ୍ଷେତ୍ର ଏକ ପ୍ରମୁଖ ଶିଳ୍ପ ଭାବରେ ଉଭା ହୋଇଛି । ଘରୋଇ, ପରିବହନ, ବାଣିଜ୍ୟିକ ଏବଂ ଶିଳ୍ପ କ୍ଷେତ୍ରରେ ସିଜିଡ଼ି ନେଟୱାର୍କର ଅଧିକ ବ୍ୟବହାର ବୃଦ୍ଧି ହେତୁ ଚାହିଦା ଆଗାମୀ ଦିନରେ ବଢ଼ିବାକୁ ଯାଉଛି ।


Share It

Comments are closed.