କରଣ ଜୋହରଙ୍କ ଆଗାମୀ ଫିଲ୍ମ ତଖତର ପ୍ରଥମ ଫୋଷ୍ଟର ରିଲିଜ


ନିର୍ଦ୍ଦେଶକ କରନ ଜୋହର ନିଜର ମଲ୍ଟି-ଷ୍ଟାରର ଐତିହାସିକ ଫିଲ୍ମ ତଖତର ଘୋଷଣା କରିଛନ୍ତି । ଏହି ଫିଲ୍ମରେ ଅନିଲ କପୁର, କରିନା କପୁର ଖାନ, ରଣବୀର ସିଂହ, ଜାହ୍ନବୀ କପୁର, ଆଲିଆ ଭଟ୍ଟ, ଭିିିକି କୌଶଲ ଏବଂ ଭୂମି ପାଡେନକର ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜରରେ ଆସିବେ । ନିର୍ଦ୍ଦେଶକଙ୍କ ଅନୁଯାୟୀ ଫିଲ୍ମଟି ଭାଇ ଭାଇ କଳହ ସମ୍ପର୍କରେ ରହିଛି । ଏହା ମଧ୍ୟ ମୋଗଲ ଯୁଗ ସମ୍ବନ୍ଧରେ ଆଧାରିତ । କରନଙ୍କ ଅନୁଯାୟୀ ଏହି ଫିଲ୍ମଟି କଭି ଖୁସି କଭି ଗମ ପରି ହୋଇଛି । ଏହାକୁ ମୋଗଲ ଯୁଗର କଭି ଖୁସି କଭି ଗମ ମଧ୍ୟ କୁହାଯାଇପାରିବ ।  ଏହି ଫିଲ୍ମରେ ତାହା ଅପେକ୍ଷା ଅଧିକ ଧୋକା ଏବଂ ବିଶ୍ୱସଘାତକତା ରହିଛି । ମିଳିଥିବା ସୂଚନା ମୁତାବକ ଏହି ଫିଲ୍ମରେ ରଣବୀର ସିଂହ ଏବଂ ଭିିିକି କୌଶଲ ଦୁଇ ଭାଇଙ୍କ ଭୂମିକାରେ ନଜର ଆସିବା ବେଳେ ରଣବୀରଙ୍କ ପ୍ରେମିକ ରୂପରେ ଆଲିଆ ଏବଂ ଭଉଣୀ ରୂପରେ କରୀନା କପୁର ଖାନ ନଜର ଆସିବେ । ସେହିଭଳି ଜାହ୍ନବୀ କପୁର ଭିକି କୌଶଲଙ୍କ ସହିତ ନଜର ଆସୁଥିବାବେଳେ ଅନିଲ କପୁର ଏହି ଫିଲ୍ମରେ ଶାହାଜାନଙ୍କ ଭୂମିକାରେ ନଜର ଆସିବେ । ଫିଲ୍ମଟିରେ ରଣବୀରଙ୍କୁ ଓøରାଙ୍ଗଜେବଙ୍କ ଭୂମିକାରେ ଦେଖିବାକୁ ମିଳିବ ।

କରନ ଜୋହର ଏହି ଫିଲ୍ମର ପୋଷ୍ଟର ଟ୍ୱିଟରରେ ସେୟାର କରିଛନ୍ତି । ଏହି ଫିଲ୍ମଟି ଧର୍ମା ପ୍ରଡକ୍ସନର ବର୍ତ୍ତମାନ ସୁଧା ସବୁଠାରୁ ଦାମୀ ଫିଲ୍ମ ହେବ ବୋଲି କରଣ କହିଛନ୍ତି । ଏହି ଫିଲ୍ମଟିକୁ ସୁମିତ ରାୟ ଏବଂ ହୁସେନ ହାଇଦରି ଲେଖିଥିବା ବେଳେ ଏହା ୨୦୨୦ରେ ପରଦାକୁ ଆସିବାର ଯୋଜନା ରହିଛି ।


Share It

Comments are closed.