ବିମାନରୁ ମିଳିଲା ନବଜାତ ଶିଶୁର ମୃତ ଦେହ


ରାଜଧାନୀ ଦିଲ୍ଲୀରେ ଏକ ଅଭାବନୀୟ ଘଟଣା ଘଟିଛି । ଗୌହାଟି-ଦିଲ୍ଲୀ ଏୟାର ଏସିଆ ଫ୍ଲାଇଟରେ ଏକ ନିବଜାତ ଶିଶୁର ମୃତ ଦେହ ଉଦ୍ଧାର କରାଯାଇଛି । ଏହାର ତଦନ୍ତ କରିବା ପାଇଁ ଦିଲ୍ଲୀ ପୋଲିସ ଏବଂ ବିମାନ ବନ୍ଦର ସୁରକ୍ଷା ଏଜେନ୍ସି ଲାଗିପଡିଛନ୍ତି । ପୋଲିସ ମଧ୍ୟ ସିସିଟିଭି ଫୁଟେଜର ମଧ୍ୟ ଯାଞ୍ଚ କରୁଛି ।
ପୋଲିସ ପକ୍ଷରୁ ମିଳିଥିବା ସୂଚନା ମୁତାବକ ବୁଧବାର ଇମ୍ଫାଲରୁ ଗୌହାଟି ଦେଇ ଦିଲ୍ଲୀ ଯାଉଥିବା ଏୟାର ଏସିଆ ବିମାନରେ ଏକ ନିବଜାତ ଶିଶୁର ମୃତ ଦେହ ଉଦ୍ଧାର କରାଯାଇଛି । ମୃତଦେହକୁ ଶୌଚାଳୟ ନିକଟରୁ ଉଦ୍ଧାର କରାଯାଇଛି, ନବଜାତର ମୁହଁରେ ଟୟଲେଟ ପେପେର ମଧ୍ୟ ଭର୍ତି କରାଯାଇଥିଲା । ଏହା ଏକ ବିଧିବଧ ହତ୍ୟା କାଣ୍ଡ ବୋଲି ସନ୍ଦେହ ପ୍ରକାଶ କରାଯିବା ପରେ ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି ।
ମେଡିକାଲ ଟିମ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ନବଜାତର ଜନ୍ମ ବିମାନରେ ହିଁ ହୋଇଥିଲା । ତଦନ୍ତ ସମୟରେ ପୋଲିସ ବିମାନରେ ଯାତ୍ରା କରୁଥିବା ଏକ ସନ୍ଦିଗ୍ଧ ମହିଳାଙ୍କୁ ଗିରଫ କରି ତା ସଂପର୍କରେ ତନାଘନା ଆରମ୍ଭ କରିଦେଇଛି ।


Share It

Comments are closed.