ସୋସିଆଲ ମିଡିଆରେ କୋହଭରା ଷ୍ଟାଟସ ଛାଡି ସମାଲୋଚନାର ଶୀକାର ହେଲେ ଦାମ


କିଛି ଦିନ ତଳେ ବିଜେଡିରୁ ବହିଷ୍କାର ହୋଇଥିବା ବରିଷ୍ଠ ନେତା ଦାମ ରାଉତ ପୁଣି ଥରେ ସମାଲୋଚନାର ଶୀକାର ହୋଇଛନ୍ତି । ଏଥର ତାଙ୍କୁ କୌଣସି ଦଳୀୟ ନେତା କିମ୍ବା ବିରୋଧୀ ଦଳ ନେତା ସମାଲୋଚନା କରି ନାହାନ୍ତି ବରଂ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି କିଛି ବିଶିଷ୍ଟ ବ୍ୟକ୍ତି ବିଶେଷ ତାଙ୍କୁ ସମାଲୋଚନା କରିଛନ୍ତି ।
ପ୍ରକାଶ ଥାଉକି ଦାମଙ୍କ ଦଳ ବିରୋଧୀ ବିବାଦୀୟ ମନ୍ତବ୍ୟ ଏବଂ ଥାର୍ଡ ଫ୍ଲୋର ଠାରୁ ଆରମ୍ଭ କରି ବିଜେଡିର ସମସ୍ତ ନେତାଙ୍କୁ ଆକ୍ଷେପ କରି ଦେଇଥିବା ଅପମାନ ଜନକ ମନ୍ତବ୍ୟ ଯୋଗୁଁ ଦଳର ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ତାଙ୍କୁ ଦଳରୁ ବହିଷ୍କାର କରିଛନ୍ତି ।
ଦାମ ପ୍ରତ୍ୟକ୍ଷ ଭାବରେ ନହେଲେ ବି ପରୋକ୍ଷ ଭାବରେ ସବୁବେଳେ ବିଜେଡି ଏକ ଦୁର୍ନିତିଗ୍ରସ୍ତ ଦଳ ଭାବେ ନିଆଁକୁ ଠେଲିବାକୁ ସର୍ବଦା ପ୍ରୟାସ କରୁଥିଲେ । ଯେଉଁଥିପାଇଁ ତାଙ୍କୁ ବହୁମୂଲ୍ୟ ଦେବାକୁ ପଡିଛି ।

ଦାମ ଗତ କାଲି ରାତିରେ ଫେସବୁକରେ  ଏକ କୋହଭରା ଷ୍ଟାଟସ ସେୟାର କରିଥିଲେ ଏବଂ ସେଥିରେ ଲେଖିଥିଲେ ଯେ “ବିଜେଡିକୁ ସେ ନିଜର ଘର ବୋଲି ଭାବୁଥିଲେ ଏବଂ ଦଳ ଆଡକୁ ଆସୁଥିବା ସମସ୍ତ ବାଧା ବିଘ୍ନକୁ ଏକ ପର୍ବତ ଭଳି ସହି ଯାଉଥିଲି କିନ୍ତୁ ଏହାର ପ୍ରତିବଦଳରେ ଦଳ ମୋତେ ବହିଷ୍କାର କରାଗଲା ।”

ଏହା ପ୍ରତିଜବାବରେ ଦଳର ଛାମୁଆ ନେତାଙ୍କ ଠାରୁ ଆରମ୍ଭ କରି କିଛି ବ୍ୟକ୍ତି ବିଶେଷ ତାଙ୍କୁ ସିଧା ସିଧା ଟାର୍ଗେଟ କରିଛନ୍ତି । ସେମାନେ ଦାମଙ୍କୁ ଆକ୍ଷେପ କରି କହିଛନ୍ତି ଯେ, ବିଜେଡିକୁ ଦର୍ନିତିଗ୍ରସ୍ତ ଦଳ କହିବା ପୂର୍ବରୁ ନିଜେ ନିଜ ଜୀବନରେ କରିଥିବା ଦୁର୍ନିତି କଥା ମନେ ପାକଓ ।


Share It

Comments are closed.