କିପରି କଟିବ ଆଜି ଆପଣଙ୍କ ଦିନ, ପଢନ୍ତୁ ଆପଣଙ୍କ ରାଶିଫଳ


ମେଷ: ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅଧିକ ହେବ। ଧନ ସମ୍ପତ୍ତି, ପ୍ରାଚୁର୍ଯ୍ୟ, ପ୍ରତିପତ୍ତି ବୃଦ୍ଧି ପାଇବ। ସ୍ୱଜନ, ପ୍ରିୟଜନ, ବନ୍ଧୁବାନ୍ଧବ ଓ ପଡ଼ୋଶୀଙ୍କ ସହ ସୁସମ୍ପର୍କ ଏବଂ ତାଙ୍କର ସହଯୋଗ ପାଇବେ। ପୁରାତନ ବିବାଦ ଓ ଜମିଜମା ବିବାଦର ସମାଧାନ ଏବଂ ପରିବାରରେ ହସଖୁସିର ପରିବେଶ ରହିବ। ଯେଉଁମାନଙ୍କର ଅଶ୍ୱିନୀ ଓ ଦ୍ୱିଜା ମେଷ ସେମାନେ ସୁଫଳ ପାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଯଶସ୍ୱୀ ହେବେ। ମହିଳାମାନେ ଅତିଥି ସେବା କରିବେ। ଶୁଭରଙ୍ଗ-କଫି, ଶୁଭସଂଖ୍ୟା-୩, ଆରାଧନା- ପ୍ରଭୁ ସ୍କନ୍ଦ।

ବୃଷ: ସ୍ୱକର୍ମ ଓ ଗୃହକର୍ମକୁ ସଫଳତାର ସହ ସମ୍ପାଦନ କରିବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଓ ଆର୍ଥିକ ସ୍ଥିତିିରେ ସୁଧାର ଆସିବ। ମାନସିକ, ପାରିବାରିକ ଶାନ୍ତି ଓ ପରିବାରର ସମସ୍ତ ସଦସ୍ୟଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ। ଯେଉଁମାନଙ୍କର ରୋହିଣୀ ବୃଷ ସେମାନେ ଅଧିକ ସୁଫଳ ପାଇବେ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଉଦ୍‌ଯୋଗ କରିବେ। ମହିଳାମାନେ ଭ୍ରାତୃପ୍ରେମୀ ହେବେ। ଶୁଭରଙ୍ଗ-ସିଲ୍‌ଭର, ଶୁଭସଂଖ୍ୟା-୧୨, ଆରାଧନା- ପ୍ରଭୁ ଶ୍ରୀରାମ।

ମିଥୁନ: ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ଓ ଆର୍ଥିକ ଅବସ୍ଥା ବିଗିଡ଼ିଯିବ । ଧନ କ୍ଷତି, ମାନସିକ ଅସ୍ଥିରତା, ପରିବାରରେ ବିବାଦ ଓ ଶାରୀରିକ ପୀଡ଼ା ଭୋଗିବେ। ସ୍ୱକର୍ମ ଓ ଗୃହକର୍ମ ପ୍ରତି ଅବହେଳା କରିବେ। ଯେଉଁମାନଙ୍କର ମୃଗଶିରା ଓ ପୁନର୍ବସୁ ମିଥୁନ ସେମାନେ ସତର୍କ ହେବେ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଆଳସ୍ୟତା କରିବେ । ମହିଳାମାନେ ଧନକ୍ଷତି କରିବେ। ଶୁଭରଙ୍ଗ-ସବୁଜ, ଶୁଭସଂଖ୍ୟା-୮, ଆରାଧନା-ମା’ ଛିନ୍ନମସ୍ତା।

କର୍କଟ: ସ୍ୱଜନ, ପ୍ରିୟଜନ, ବନ୍ଧୁବାନ୍ଧବ ଓ ପଡ଼ୋଶୀଙ୍କ ସହ ସୁସମ୍ପର୍କ ଏବଂ ସୁଖାଦ୍ୟ, ସୁବସନ ପ୍ରାପ୍ତି ହେବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ ଆୟ ଯାହା ହେଲେ ମଧ୍ୟ ମନରେ ଆତ୍ମସନ୍ତୋଷ ଓ ପ୍ରସନ୍ନତା ଭାବ ରହିବ। ଆମୋଦ ପ୍ରମୋଦ, ମଉଜ, ମଜଲିସ୍‌ରେ ଅଧିକ ସମୟ ଦେବେ ଓ ଦେହ, ମନ ସୁସ୍ଥ ରହିବ। ଯେଉଁମାନଙ୍କର ପୁନର୍ବସୁ କର୍କଟ ସେମାନେ ଉପକୃତ ହେବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ମଉଜ, ମଜଲିସ୍‌ରେ ମନ ଦେବେ। ମହିଳାମାନେ ପରିବାର ସେବାରେ ବ୍ରତୀ ହେବେ। ଶୁଭରଙ୍ଗ-ହଳଦିଆ, ଶୁଭସଂଖ୍ୟା-୭, ଆରାଧନା-ଭଗବାନ ଶିବ।

ସିଂହ : ଆୟ ଅପେକ୍ଷା ବ୍ୟୟ ବହୁତ କମ୍‌ ରହିବ ଓ ଅଯଥା ଖର୍ଚ୍ଚାନ୍ତରୁ ମୁକ୍ତ ହେବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅଧିକ ଓ ବ୍ୟୟ କମ୍‌ ହେବ ଏବଂ ଧନ ଖର୍ଚ୍ଚ କରିବାରେ କାର୍ପଣ୍ୟତା ଭାବ ଦେଖାଦେବ। ଅନୁଚିତ୍‌ କର୍ମ, କୁସଙ୍ଗ ତ୍ୟାଗ କରିବେ ଏବଂ ସତ୍‌ଚିନ୍ତା, ସଦ୍‌ଭାବନା କରିବେ । ଯେଉଁମାନଙ୍କର ମଘା ଓ ପୂର୍ବ ଫାଲ୍‌ଗୁନୀ ସିଂହ ସେମାନେ ସଫଳତା ପାଇବେ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରୁ ଦୂରେଇଯିବେ। ମହିଳାମାନେ ଧାର୍ମିକ କାର୍ଯ୍ୟରେ ରୁଚି ରଖିବେ। ଶୁଭରଙ୍ଗ-ଧଳା, ଶୁଭସଂଖ୍ୟା-୬, ଆରାଧନା-ପ୍ରଭୁ ଗଜାନନ।

କନ୍ୟା: ଆକସ୍ମିକ ଧନଲାଭ, କୌଣସି ବିଶେଷ ସୂତ୍ରରୁ ଧନପ୍ରାପ୍ତି ଓ ବାଣିଜ୍ୟ, ବ୍ୟବସାୟ ଏବଂ ପରିବହନରେ ଆୟ ଉତ୍ତମ ହେବ। ଅନ୍ୟକୁ ଦେଇଥିବା ଧନ ଫେରିପାଇବେ ଓ ଧନର ସତ୍‌ ବିନିଯୋଗ ଏବଂ ଉଚିତ୍‌, ଉନ୍ନତିମୂଳକ କର୍ମରେ ଧନ ଖର୍ଚ୍ଚ କରିବେ । ନୂତନ ଗୃହ ନିର୍ମାଣ କିମ୍ବା ଭୂମି କ୍ରୟର ଯୋଜନା କରିବେ। ଯେଉଁମାନଙ୍କର ହସ୍ତା କନ୍ୟା ସେମାନେ ସୁଫଳ ପାଇବେ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ମନୋନିବେଶ କରିବେ। ମହିଳାମାନେ ଆୟର ପନ୍ଥା ନିରୂପଣ କରିବେ । ଶୁଭରଙ୍ଗ-କଫି, ଶୁଭସଂଖ୍ୟା-୬, ଆରାଧନା-ମା’ ଭୈରବୀ।

ତୁଳା : ଆସନ୍ତା କାଲିର କର୍ମ ପାଇଁ ଯୋଜନା କରିବେ ଓ ସେଥିରେ ସଫଳ ହେବା ଲାଗି ନିଜକୁ ପ୍ରସ୍ତୁତ ରଖିବେ। ସ୍ୱକର୍ମ ଓ ଗୃହକର୍ମ ପ୍ରତି ଆଗ୍ରହ ଏବଂ ମାନସିକ, ପାରିବାରିକ ଶାନ୍ତି ଲାଭ ହେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ ଓ ଆୟ ଯାହା ହେଲେ ମଧ୍ୟ ମନରେ ଆତ୍ମସନ୍ତୋଷ ରହିବ। ଯେଉଁମାନଙ୍କର ସ୍ୱାତୀ ତୁଳା ସେମାନେ ସୁଫଳ ପାଇବେ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଉଦ୍‌ଯୋଗ କରିବେ । ମହିଳାମାନଙ୍କର କାର୍ଯ୍ୟଦକ୍ଷତା ପ୍ରକାଶ ପାଇବ। ଶୁଭରଙ୍ଗ-ଧଳା, ଶୁଭସଂଖ୍ୟା-୧୨, ଆରାଧନା-ମା’ ସମଲେଶ୍ୱରୀ ।

ବିଛା: ଗୁରୁଜନଙ୍କ ସହ ବିବାଦ, ପିତାମାତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଓ କ୍ଷମତାଶାଳୀ ବ୍ୟକ୍ତିଙ୍କ ସହ ଶତ୍ରୁତା ହେବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ମାନ୍ଦାବସ୍ଥା ଲାଗି ରହିବ ଓ ଆର୍ଥିକ ସ୍ଥିତି ବିଗିଡ଼ିଯିବ। ମାନ, ସମ୍ମାନ ହାନି, ପରିବାରରେ ମନୋମାଳିନ୍ୟ ଓ ମନ ଅସ୍ଥିର ରହିବ । ଯେଉଁମାନଙ୍କର ଜ୍ୟେଷ୍ଠା ବିଛା ସେମାନେ ସତର୍କ ହେବେ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଆଳସ୍ୟତା କରିବେ । ମହିଳାମାନେ ବିଷାଦଗ୍ରସ୍ତ ହେବେ । ଶୁଭରଙ୍ଗ-ହଳଦିଆ, ଶୁଭସଂଖ୍ୟା-୧୧, ଆରାଧନା-ମା’ ଚଣ୍ଡୀ।

ଧନୁ: ଆଠ ମାସ, ଆଠ ତାରିଖ ଓ ଅଷ୍ଟମ ଚନ୍ଦ୍ର ହେତୁ ବିବାଦ, ସ୍ୱାସ୍ଥ୍ୟ, ଯାନବାହନ ଆରୋହଣ ଏବଂ ଗ୍ୟାସ୍‌, ହିଟର ବ୍ୟବହାର କାଳରେ ସତର୍କ ରହିବେ। ଧନ କ୍ଷତି, ବାଣିଜ୍ୟ, ବ୍ୟବସାୟରେ କ୍ଷତି, ପରିବାରରେ ଅଶାନ୍ତି ଓ ଶାରୀରିକ ପୀଡ଼ା ଭୋଗିବେ । ଆଚାର, ବ୍ୟବହାର, ଚାଲିଚଳନ ବିବାଦୀୟ ହେବ ଓ ଭଲ କରିଲେ ଓ କହିଲେ ମନ୍ଦ ହେବ। ଯେଉଁମାନଙ୍କର ଉତ୍ତରାଷାଢ଼ା ଧନୁ ସେମାନେ ସତର୍କ ହେବେ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମ ପ୍ରତି ବିମୁଖ ହେବେ । ମହିଳାମାନେ ଶାରୀରିକ ପୀଡ଼ା ଭୋଗିବେ। ଶୁଭରଙ୍ଗ-ଧଳା, ଶୁଭସଂଖ୍ୟା-୭, ଆରାଧନା-ପ୍ରଭୁ ଶ୍ରୀଜଗନ୍ନାଥ।

ମକର: ସ୍ତ୍ରୀସୌଖ୍ୟ, ସ୍ତ୍ରୀହେତୁକ ଧନପ୍ରାପ୍ତି ଓ ଆର୍ଥିକ ସ୍ଥିତିରେ ସୁଧାର ଆସିବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ ନୂତନ ବ୍ୟବସାୟର ଚିନ୍ତା କରିବେ। ପରିବାରରେ ସୁଖ, ଶାନ୍ତି ଓ ପରିବାରର ସମସ୍ତ ସଦସ୍ୟଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ। ଯେଉଁମାନଙ୍କର ଶ୍ରବଣା ମକର ସେମାନେ ଅଧିକ ସୁଫଳ ପାଇବେ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଅସ୍ଥିରମନା ହେବେ । ମହିଳାମାନେ ଆଭୂଷଣ ପ୍ରିୟା ହେବେ । ଶୁଭରଙ୍ଗ-କଳା, ଶୁଭସଂଖ୍ୟା-୧୧, ଆରାଧନା-ମା’ କାଳୀ।

କୁମ୍ଭ: ଯଶ, ସମ୍ମାନ ଓ ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ। ଆପଣଙ୍କ ବକ୍ତବ୍ୟରେ ସମ୍ମୋହନର ଶକ୍ତି ରହିବ ଓ ଚାଲିଚଳନ, ବ୍ୟବହାର ମାର୍ଜିତ ଓ ସର୍ବଜନ ଆଦୃତ ହେବ। ମନରେ ପ୍ରସନ୍ନତା, ଶରୀରରେ ସୁସ୍ଥତା ଓ ପରିବାରର ସୁଖ, ଶାନ୍ତି ବଜାୟ ରହିବ। ଯେଉଁମାନଙ୍କର ଶତଭିଷା କୁମ୍ଭ ସେମାନେ ସୁଫଳ ପାଇବେ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଯଶସ୍ୱୀ ହେବେ । ମହିଳାମାନେ କୌଶଳୀ ହେବେ । ଶୁଭରଙ୍ଗ-ବାଇଗଣୀ, ଶୁଭସଂଖ୍ୟା-୬, ଆରାଧନା-ମା’ ଦୁର୍ଗା।

ମୀନ: ବିଦ୍ୟା, ବୁଦ୍ଧି, ଜ୍ଞାନ, ଗରିମାର ଅସଫଳ ପ୍ରୟୋଗ କରିବେ। ବାଣିଜ୍ୟ, ବ୍ୟବସାୟ ମାନ୍ଦା ରହିବ ଓ ମନ ଅସ୍ଥିର ରହିବ। ସନ୍ତାନମାନେ ଅବଜ୍ଞା କରିବେ ଓ ତାଙ୍କ କର୍ମକୁ ନେଇ ଦୁଃଖୀ ହେବେ ଏବଂ ସମ୍ମାନ ହାନି ଘଟିବ। ପିତାମାତାଙ୍କ ସହ ମତାନ୍ତର କିମ୍ବା ତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବ। ଯେଉଁମାନଙ୍କର ପୂର୍ବଭାଦ୍ର ମୀନ ସେମାନେ ସତର୍କ ହେବେ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରୁ ବିଚ୍ୟୁତ ହେବେ । ମହିଳାମାନେ ଅବସାଦଗ୍ରସ୍ତ ହେବେ । ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୫, ଆରାଧନା- ମା’ ଧୂମାବତୀ।


Share It

Comments are closed.