ଶ୍ରଦ୍ଧାଙ୍କ ବିବାହକୁ ନେଇ ଉଠୁଥିବା ଗୁଜବ ଉପରେ ପ୍ରତିକ୍ରିୟା ରଖିଲେ ବାପା


ଗତ କିଛି ଦିନ ହେବ ଶ୍ରଦ୍ଧାଙ୍କ ବିବାହକୁ ନେଇ ନାନାଦି ଖବର ସୋସିଆଲ ମିଡିଆରେ ଭାଇରାଲ ହେଉଥିବାବେଳେ ଶୁଣିବାକୁ ଏହା ମଧ୍ୟ ମିଳିଥିଲା ଯେ, ସେ ଖୁବ ଶୀଘ୍ର ତାଙ୍କ ପ୍ରେମିକ ରୋହନ ଶ୍ରେଷ୍ଠାଙ୍କୁ ବିବାହ କରିପାରନ୍ତି ବୋଲି । ଏହି ଖବରକୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ଶ୍ରଦ୍ଧା କୌଣସି ପ୍ରତିକ୍ରିୟା ରଖିନଥିବାବେଳେ ସେପଟେ ବାପା ଶକ୍ତି କପୁର ପ୍ରଥମଥର ପାଇଁ ଏହି ଘଟଣାକୁ ନେଇ ମୁହଁ ଖୋଲିଛନ୍ତି ।
ଶକ୍ତି ଏହି ଘଟଣା ସଂପର୍କରେ କହିଛନ୍ତି ଯେ, “ଭାଇରାଲ ହେଉଥିବା ସମସ୍ତ ଖବର ମିଥ୍ୟା ଏବଂ ଗୁଜବ ଅଟେ । ଶ୍ରଦ୍ଧା ବର୍ତ୍ତମାନ ନିଜ କ୍ୟାରିୟର ଉପରେ ଫୋକସ କରୁଛନ୍ତି ଏବଂ ୪ରୁ ୫ ବର୍ଷ ପର୍ଯ୍ୟନ୍ତ ତାଙ୍କର ବିବାହ କରିବାର କୌଣସି ବି ଯୋଜନା ନାହିଁ ।”
ଶକ୍ତି ଆହୁରୀ ମଧ୍ୟ କହିଛନ୍ତି ଯେ, “ପୂର୍ବରୁ ଶ୍ରଦ୍ଧାଙ୍କ ନାମ ସହିତ ଅନେକ ଅଭିନେତାଙ୍କ ନାମ ମଧ୍ୟ ଯୋଡି ହୋଇ ଖବର ଆସୁଥିଲା କିନ୍ତୁ ସେଥିରେ ମଧ୍ୟ କୌଣସି ସତ୍ୟାତା ନଥିଲା । ରୋହନଙ୍କ ପିତା ମୋର ଜଣେ ଭଲ ବନ୍ଧୁ ଅଟନ୍ତି ଏବଂ ତାଙ୍କ ପରିବାର ସହିତ ଆମର ଭଲ ସଂପର୍କ ମଧ୍ୟ ରହିଛି । କେବଳ ଏତିକି ନୁହେଁ ଶ୍ରଦ୍ଧା ନିଜ ପରିବାର ଲୋକଙ୍କ ନିଷ୍ପତି ବିରୋଧରେ ଅନ୍ୟତ୍ର କେଉଁଠି ବିବାହ କରିବା ପାଇଁ ଚାହିଁବନି । ”
ଶ୍ରଦ୍ଧା ବର୍ତ୍ତମାନ ତାଙ୍କର ଆଗାମୀ ଫିଲ୍ମ ‘ଷ୍ଟ୍ରିଟ ଡ୍ୟାନସର’କୁ ନେଇ ବ୍ୟସ୍ତ ଥିବାବେଳେ ଏହି ତାଙ୍କ ସହ ବରୁଣ ଧୱନ ନଜର ଆସିବେ । ଏହା ପରେ ସେ ଖୁବ ଶୀଘ୍ର ତାଙ୍କର ଆଗାମୀ ଫିଲ୍ମ ‘ସାହୋ’ରେ ନଜର ଆସିବେ । ଏହି ଫିଲ୍ମରେ ତାଙ୍କ ସହ ସୁପରଷ୍ଟାର ପ୍ରଭାସ ନଜର ଆସିବେ ।


Share It

Comments are closed.