ସାଇଏଂଟ୍ ଡିଏଲ୍‌ଏମ୍ ଲିମିଟେଡ୍ ପକ୍ଷରୁ ୨୦ ଆଙ୍କର ନିବେଶକଙ୍କଠାରୁ ୨୫୯.୬୪ କୋଟି ହାସଲ

Share It

ଭୁବନେଶ୍ୱର: ଇନିସିଆଲ ପବ୍ଲିକ୍ ଅଫର (ଆଇପିଓ) ପୂର୍ବରୁ ସାଇଏଂଟ୍ ଡିଏଲ୍‌ଏମ୍ ଲିମିଟେଡ୍ ୨୦ ଆଙ୍କର ନିବେଶକଙ୍କଠାରୁ ୨୫୯.୬୪ କୋଟି ଟଙ୍କା ହାସଲ କରିଛି । ମୋଟ ୧୧ଟି ସ୍କିମ୍ ଜରିଆରେ ଆଠ ଘରୋଇ ମ୍ୟୁଚୁଆଲ୍ ଫଣ୍ଡ୍ ଆବେଦନ କରିଥିଲେ ।
କଂପାନି ପକ୍ଷରୁ ଇକ୍ୱିଟି ସେୟାର ପିଛା ୨୬୫ ଟଙ୍କାରେ ଆଙ୍କର ନିବେଶକମାନଙ୍କୁ ୯୭,୯୮,୧୧୩ ଇକ୍ୱିଟି ସେୟାର ଆବଂଟନ କରିବାକୁ ନିଷ୍ପତି ନିଆଯାଇଛି । ଆଙ୍କର ବୁକ୍‌ରେ ନିପନ୍ ଲାଇଫ୍ ଇଣ୍ଡିଆ ସ୍ମଲ କ୍ୟାପ୍‌, ଆଇସିଆଇସିଆଇ ପ୍ରୁଡେନ୍ସିଆଲ୍‌, ଏଚ୍‌ଡିଏଫ୍‌ସି ଏମ୍‌ଏଫ୍‌, ଟାଟା ଇନଫ୍ରାଷ୍ଟ୍ରକଚର ଫଣ୍ଡ, ସୋସେଇଟି ଜେନେରାଲ୍‌, ଏଲ୍‌ଆଇସି ଏମ୍‌ଏଫ୍‌, ଅମାନସା ହୋଲ୍‌ଡିଂ, ଡିଏସ୍‌ପି ଇଣ୍ଡିଆ, ଆଦିତ୍ୟ ବିର୍ଲା ସନ୍‌ଲାଇଫ୍‌, ଏଡେଲ୍‌ୱିସ୍ ଏମ୍‌ଏଫ୍‌, ଫାଉଣ୍ଡର୍ସ କଲେକ୍ଟିଭ୍ ଫଣ୍ଡ୍‌, କାଟାମାରାନ୍ ଏକାମ୍‌, ବିକାଶ ଇଣ୍ଡିଆ, ବିଏନ୍‌ପି ପରିବାସ ଆର୍‌ବିଟ୍ରେଜ୍ ଓ କୋଟାକ୍ ଏମ୍‌ଏଫ୍ ଭଳି ବିଶିଷ୍ଟ ଆଙ୍କର ନିବେଶକ ଅଂଶଗ୍ରହଣ କରିଛନ୍ତି ।
ହାଇଦ୍ରାବାଦର ଏହି କଂପାନି ଇନିସିଆଲ ପବ୍ଳିକ୍ ଅଫର ଜରିଆରେ ୫୯୨ କୋଟି ଟଙ୍କାର ନୂଆ ଇକ୍ୱିଟି ସେୟାର ଜାରି କରାଯିବ । ଇକ୍ୱିଟି ସେୟାର ପିଛା ଦାମ୍ ୨୫୦ ଟଙ୍କାରୁ ୨୬୫ ଟଙ୍କା ମଧ୍ୟରେ ରହିଛି । ଏହି ଇସ୍ୟୁର ସବ୍‌ସ୍କ୍ରିପ୍‌ସନ୍ ୨୦୨୩ ଜୁନ୍ ୨୭, ମଙ୍ଗଳବାର ଖୋଲିବ ଏବଂ ୨୦୨୩ ଜୁନ୍ ୩୦, ଶୁକ୍ରବାର ବନ୍ଦ ହେବ ।
ଏଥିରୁ ଯେଉଁ ପାଣ୍ଠି ହାସଲ ହେବ ତାହାକୁ କଂପାନି କାର୍ଯ୍ୟକାରୀ ପୁଞ୍ଜି ଆବଶ୍ୟକତା ପୂରଣ କରିବା, କଂପାନିର ପୁଞ୍ଜି ବ୍ୟୟ ଲାଗି ପାଣ୍ଠି ପ୍ରଦାନ କରିବା, ୧୬୦.୯ କୋଟି ଟଙ୍କାର ଋଣକୁ ଆଗୁଆ ପରିଶୋଧ କରିବା, ଅଧିଗ୍ରହଣ ଜରିଆରେ ଅଭିବୃଦ୍ଧି ହାସଲ କରିବା ଏବଂ ଅବଶିଷ୍ଟ ରାଶିକୁ ସାଧାରଣ କର୍ପୋରେଟ୍ କାର୍ଯ୍ୟରେ ବ୍ୟବହାର କରିବା । ସର୍ବନିମ୍ନ ୫୬ ଇକ୍ୱିଟି ସେୟାର ପାଇଁ ବିଡ୍ ଦାଖଲ କରିହେବ ଏବଂ ଏହା ପରେ ୫୬ଟି ଲେଖାଏଁଁ ଇକ୍ୱିଟି ସେୟାର ସେଥିରେ ଯୋଡ଼ାଯାଇପାରିବ । ଏହି ଇସ୍ୟୁରେ କର୍ମଚାରୀମାନଙ୍କ ସବ୍‌ସ୍କ୍ରିପ୍‌ସନ୍ ଲାଗି ୧୫ କୋଟି ଟଙ୍କାର ଇକ୍ୱିଟି ସେୟାର ସଂରକ୍ଷିତ ରହିଛି ।
ବିଆର୍‌ଏଲ୍‌ଏମ୍ ସହ ପରାମର୍ଶରେ କଂପାନି ପକ୍ଷରୁ ୧୦୮ କୋଟି ଟଙ୍କାରେ ୪,୦୭୫, ୪୭୧ ଇକ୍ୱିଟି ସେୟାରର ପ୍ରି-ଆଇପିଓ ପ୍ଲେସ୍‌ମେଂଟ୍ କରାଯାଇଛି । ଏହି ଇସ୍ୟୁର ବୁକ୍ ରନିଂ ଲିଡ୍ ମ୍ୟାନେଜର ହେଉଛନ୍ତି ଆକ୍ସିସ୍ କ୍ୟାପିଟାଲ୍ ଲିମିଟେଡ୍ ଓ ଜେଏମ୍ ଫାଇନାନ୍ସିଆଲ୍ ଲିମିଟେଡ୍ ।


Share It

Comments are closed.