ବନ୍ୟା ପରିସ୍ଥିତି ଯୋଗୁଁ ନଦୀରୁ ଭାସିଆସି ସହରମୁଖା ହେଲେ କୁମ୍ଭୀର, ଭିଡିଓ ଭାଇରାଲ


ଗୁଜୁରାଟରେ ଭୀଷଣ ବର୍ଷା ଯୋଗୁଁ ବଡୋଦରା ଜିଲ୍ଲା ସମେତ ସହରର ଆଖାପଖ ଅଞ୍ଚଳରେ ବନ୍ୟା ପରିସ୍ଥିତି ଉପୁଜିଥିବାବେଳେ ଏନଡିଆରଏଫ ଏବଂ ସୁରକ୍ଷା ଏଜେନ୍ସି ପକ୍ଷରୁ ୫୦୦୦ରୁ ଉଦ୍ଧ୍ୱର୍ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଇ ଦିଆଯାଇଛି । ଏହି ବନ୍ୟାରେ ୬ ଜଣଙ୍କ ମୃତ୍ୟୁ ହୋଇଯାଇଥିବାବେଳେ ପ୍ରଶାସନ ପକ୍ଷରୁ ସମସ୍ତ ସ୍କୁଲ କଲେଜକୁ ବନ୍ଦ କରାଇଦିଆଯାଇଛି । ସଡକ, ରେଳ ଏବଂ ଆକଶମାର୍ଗରେ ମଧ୍ୟ ଯାତାୟତ ଠକ ହୋଇଯାଇଥିବାବେଳେ ବଡୋଦରା ସହରର ନିକଟରେ ଥିବା ବିଶ୍ୱାମିତ୍ର ନଦୀର ଜଳ ରାଶି ବର୍ତ୍ତମାନ ବିପଦସଂକୁଳ ଉପରେ ପ୍ରଭାବିତ ହେଉଛି ।
ସବୁଠାରୁ ମୁଖ୍ୟ କଥା ଏହା ଯେ, ଏହି ନଦୀରେ ପ୍ରାୟ ୩୦୦ରୁ ଉଦ୍ଧ୍ୱର୍ କମ୍ଭୀର ରହୁଥିବାବେଳେ ବନ୍ୟା ପରିସ୍ଥିତି ଯୋଗୁଁ ନଦୀରୁ ଅଧିକାଂଶ କୁମ୍ଭୀର ଭାସିଆସି ବର୍ତ୍ତମାନ ସହରମୁଖା ହୋଇ ପଡିଛନ୍ତି । କେବଳ ବନ୍ୟା ନୁହେଁ ସହରରରେ ବର୍ତ୍ତମାନ ଏହିଭଳି ଭୟଙ୍କର ପରିସ୍ଥିତି ଉପୁଜିଲାଣି ଯାହାଦ୍ୱାରାକି ଭାସି ଆସିଥିବା କୁମ୍ଭୀର ନିଜର ଆହାର ସଂଗ୍ରହ ପାଇଁ ଲୋକଙ୍କଠାରୁ ଆରମ୍ଭ ବନ୍ୟାପାଣିରେ ଫସି ରହିଥିବା ନୀରିହ ପଶୁଙ୍କୁ ଶୀକାର କରିବା ପାଇଁ ମଧ୍ୟ ପଛାଇ ନାହାନ୍ତି ।


ତେବେ ଏହାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଭିଡିଓରେ ସ୍ପଷ୍ଟ ନଜର ଆସୁଛି ଯେ, କମ୍ଭୀରଟି ବଡୋଦର ସହରରେ ଥିବା ଏକ କଲୋନି ଭିତରେ ପ୍ରବେଶ କରି ସାରିଛି ଏବଂ କମ୍ଭୀରଟି ପାଣି ଭିତରେ ଫଶି ରହିଥିବା ଦୁଇଟି କୁକୁରଙ୍କୁ ଶୀକାର କରିବା ପାଇଁ କିପରି ନିକଟତ୍ତର ହେଉଛି ।


Share It

Comments are closed.