୨୫୦୦କୁ ଛଇିଁଲା ଦେଶରେ ସଂକ୍ରମିତଙ୍କ ସଂଖ୍ୟା, ୭୬ ମୃତ


ଦେଶରେ ଗୋଟିଏ ଦିନରେ ୫୦୦ରୁ ଉର୍ଦ୍ଧ୍ୱ ସଂକ୍ରମିତଙ୍କ ମାମଲା ସାମନାକୁ ଆସିବା ପରେ ବର୍ତ୍ତମାନ ଏହାର ସଂଖ୍ୟା ୨୫୦୦ରେ ଆସି ପହଞ୍ଚିଛି । ସେହିଭଳି ସଂକ୍ରମିତଙ୍କ ମଧ୍ୟରୁ ବର୍ତ୍ତମାନ ସୁଧା ୭୬ ଜଣଙ୍କ ମୃତ୍ୟୁ ହୋଇ ସାରିଥିବାବେଳେ ଗତ ମାସରେ ଦେଶର ରାଜଧାନୀ ଦିଲ୍ଲୀର ନିଜାମୁଦ୍ଦିନ କ୍ଷେତ୍ର, ତବଲିଗି ଜମାତରେ ହୋଇଥିବା ଏକ ବିଶାଳ କାର୍ଯ୍ୟକ୍ରମ ବର୍ତ୍ତମାନ କରୋନା ଭାଇରସ ସଂକ୍ରମଣର ସବୁଠାରୁ ବଡ କେନ୍ଦ୍ରବିନ୍ଦୁ ପାଲଟିଛି ।
ମିଳିଥିବା ସୂଚନା ମୁତାବକ, ସାରା ଦେଶରେ ପ୍ରାୟ ୯୦୦୦ ଲୋକଙ୍କୁ ଚିହ୍ନଟ କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ଜମାତରେ ସଦସ୍ୟ ଏବଂ ତାଙ୍କ ସହ ସଂପର୍କରେ ରହିଥିବା କେତେକ ବ୍ୟକ୍ତି ରହିଛନ୍ତି । ଏଥିରେ ଜମାତ ସହ ଜଡିତ ଥିବା ୧,୩୦୬ ବିଦେଶ ନାଗରିକ ସାମିଲ ରହିଛନ୍ତି । ଏହି ସମସ୍ତଙ୍କୁ ବର୍ତ୍ତମାନ କ୍ୱାରେଣ୍ଟାଇନରେ ରଖାଯାଇଛି ।
ମହାରାଷ୍ଟ୍ର, ତାମିଲନାଡୁ, ଦିଲ୍ଲୀ ଏବଂ ତେଲେଙ୍ଗାନା ସମେତ ବିଭିନ୍ନ ରାଜ୍ୟରୁ ୫୫୬ ସଂକ୍ରମିତ ମାମଲା ସାମନାକୁ ଆସିଥିବାବେଳେ ଏହାକୁ ମିଶାଇ ଦେଶରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୨,୫୦୭ରେ ଆସି ପହଞ୍ଚିଛି । ଆଜି ୧୭ ଜଣଙ୍କ ମୃତ୍ୟୁ ଘଟିଛି ।


Share It

Comments are closed.