ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାଖରେ ପହଂଚିଲା କରୋନା, ଅଧିକାରୀ ଭୟଭୀତ


ଦୁନିଆର ଅନ୍ୟ ଦେଶ ଗୁଡ଼ିକ ଭଳି ପାକିସ୍ତାନ ମଧ୍ୟ କରୋନା ଭାଇରସ ମହାମାରୀ ସହିତ ଲଢ଼େଇ କରୁଛି । କିନ୍ତୁ ଏବେ ଏଇ ଭାଇରସ ଆଂଚ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପର୍ଯ୍ୟନ୍ତ ପହଂଚିଯାଇଛି । ଅସଲରେ ଫୈସଲ ଏଧି ଫାଉଂଡେସନ ନାମକ ଏକ ସାମାଜିକ କର୍ମୀ ନୀକଟରେ ପାକିସ୍ତାନର ପିଏମ ଇମ୍ରାନ ଖାନଙ୍କୁ ଭେଟି ଏକ ଚେକ ଦେଇଥିଲେ । ଏବେ କିନ୍ତୁ ଫୈସଲ ଏଧି କରୋନା ପଜିଟିଭ ବାହାରିଛନ୍ତି ।
ଲୋକପ୍ରିୟ ସାମାଜିକ କର୍ମୀ ଅବଦ୍‌ୁଲ ସତାରଙ୍କର ପୁଅ ଏବଂ ଏଧି ଫାଂଉଡେସନର ଅଧ୍ୟକ୍ଷ ଫୈସଲ ଏଧି, କୋଭିଡ-୧୯ ରିଲିଫ ଫଂଡ ପାଇଁ ଏପ୍ରିଲ ୧୫ ତାରିଖରେ ପାକିସ୍ତାନର ପିଏମ ଇମ୍ରାନ ଖାନଙ୍କ ସହ ସାକ୍ଷାତ କରି ସ୍ୱହସ୍ତରେ ଏକ କୋଟି ଟଙ୍କାର ଏକ ଚେକ ପ୍ରଦାନ କରିଥିଲେ ।
ଶୁଣିବାକୁ ମିଳୁଛି ଯେ ଇମ୍ରାନ ଖାନଙ୍କ ସହ ସାକ୍ଷାତ ପରେ ହିଁ ଏଧିଙ୍କ ଭିତରେ କରୋନା ଲକ୍ଷଣ ଦେଖିବାକୁ ମିଳିଥିଲା । ଏହାପରେ ତାଙ୍କର କରୋନା ଟେଷ୍ଟ କରାଗଲା । ମଙ୍ଗଳବାର ଦିନ ଫୈସଲ ଏଧିଙ୍କର ରିପୋର୍ଟ କରୋନା ପଜିଟିଭ ଆସିଲା ପରେ ପାକିସ୍ତାନ ଅଧିକାରୀଙ୍କ ମଧ୍ୟରେ ହଇଚଇ ଖେଳିଯାଇଛି । ଏହା କୁହାଯାଉଛି ଯେ ପ୍ରତିରକ୍ଷାମୂଳକ ଦୃଷ୍ଟିରୁ ଇମ୍ରାନ ଖାନଙ୍କୁ କ୍ୱାରେଂଟାଇନ କରାଯାଇପାରେ । ଅନ୍ୟ ପକ୍ଷରେ ଫୈସଲ ଏଧି ଜଣାଇଛନ୍ତି ଯେ ତାଙ୍କ ଅବସ୍ଥା ସାମାନ୍ୟ ରହିଛି । କିନ୍ତୁ ପିଏମ ଇମ୍ରାନ ଖାନଙ୍କୁ ନେଇ ଏପର୍ଯ୍ୟନ୍ତ କୌଣସି ନିର୍ଣ୍ଣୟ ନିଆଯାଇନାହିଁ ।


Share It

Comments are closed.