ସୁସ୍ଥ ହେଲେ କନିକା, ପ୍ରଥମଥର ପାଇଁ ରକ୍ତ ନମୁନା ଆସିଲା ନେଗେଟିଭ


ଦୀର୍ଘଦିନ ହେବ ପିଜିଆଇ କରୋନା ୱାର୍ଡରେ ଭର୍ତ୍ତି ହୋଇ ଚିକିତ୍ସାଧୀନ ଅବସ୍ଥାରେ ଥିବା ବଲିଉଡର ଲୋକପ୍ରିୟା ଗାୟିକା କୋନିକା କପୁରଙ୍କ ରକ୍ତ ନମୁନା ନେଗେଟିଭ ଆସିଛି । ଡାକ୍ଟର ପୁଣି ଥରେ କୋନିକାଙ୍କର ସ୍ୱାବ ନମୁନା ପରୀକ୍ଷା କରିବେ । କୋନିକାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସୁଛି । ତାଙ୍କ ଠାରେ ବର୍ତ୍ତମାନ ଜ୍ୱର, ସର୍ଦି, କାଶ ଭଳି କୌଣସି ଲକ୍ଷଣ ଦେଖାଯାଉ ନାହିଁ ।
ଶୁକ୍ରବାର ଦିନ କୋନିକାଙ୍କ ସ୍ୱାବ ନମୁନା ପରୀକ୍ଷା ହେବା ପାଇଁ ଯାଇଥିଲା । ଶନିବାର ଦିନ ରିପୋର୍ଟ ନେଗେଟିଭ ଆସିଥିଲା । ଏହି ସଂପର୍କରେ ନିଶ୍ଚିତ ହେବା ପାଇଁ ଡାକ୍ତର ପୁଣିଥରେ କୋନିକାଙ୍କ ରକ୍ତ ନମୁନା ପରୀକ୍ଷା କରିବେ । ସେ ବର୍ତ୍ତମାନ ସୁସ୍ଥ ହୋଇ ଡାକ୍ତର ଓ ସେଠାରେ ଉପସ୍ଥିତ ନର୍ସଙ୍କୁ ଗୀତ ଗାଇ ଶୁଣାଉଥିବାର ସୂଚନା ମିଳିଛି ।
ପ୍ରକାଶ ଥାଉକି, କୋନିକା ୧୧ ମାର୍ଚ୍ଚରେ ଲଣ୍ଡନରୁ ଲକ୍ଷ୍ନୌ ଆସିଥିଲେ ଏହାପରେ ସେ ମହମାରୀ କରୋନା ଭାଇରସରେ ସଂକ୍ରମିତ ହୋଇଥିବା ସୂଚନା ମିଳିବା ପରେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।


Share It

Comments are closed.