କାଶ୍ମୀରରେ ଏକାକୀ ସରକାର ଗଠନ ପାଇଁ କଂଗ୍ରେସ ଆଶାବାଦୀ


କାଶ୍ମୀରରେ ସରକାର ଗଠନ ପାଇଁ କଂଗ୍ରେସ କୌଣସି ବି ପରିସ୍ଥିତିରେ ପିଡିପି ସହିତ ମେଣ୍ଟ କରିବା ନାହିଁ ବୋଲି ସଫା  ମନା କରିଦେଇଛି । ରାଜ୍ୟରେ ରାଜ୍ୟପାଳ ଶାସନ ଲାଗୁ ହୋଇଥିବା ବେଳେ ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଆବାସରେ କାଶ୍ମୀର ପ୍ରସଂଙ୍ଗରେ ଏକ ପଲିସି-ପ୍ଲାନିଙ୍ଗ ଗ୍ରୁପ ଗଠନ କରାଯାଇ ଏହି ସମ୍ବନ୍ଧରେ ଚର୍ଚ୍ଚା କରାଯାଇଥିଲା । କଂଗ୍ରେସ ଏହି ବୈଠକରେ କୌଣସି ମେଣ୍ଟ କିମ୍ବା ସରକାର ଗଠନ କରିବା ଉପରେ ଚର୍ଚ୍ଚା କରିନଥିଲା ବୋଲି ସଫା  ମନା କରିଦେଇଛି । କଂଗ୍ରେସ ରାଜ୍ୟରେ ନୂଆ କରି ବିଧାନସଭା ନିର୍ବାଚନ ଚାହୁଁଛି ।
ବର୍ତ୍ତମାନ ଜାମ୍ମ୍ୁ-କାଶ୍ମୀରର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍ତିଙ୍କ ଦିଲ୍ଲୀରେ ଉପସ୍ଥିତ ଏବଂ କଂଗ୍ରେସ ନେତାଙ୍କ ସହ ତାଙ୍କର ସାକ୍ଷାତ ପରେ କାଶ୍ମୀରରେ କଂଗ୍ରେସ ସହ ପିଡିପିର ମିଳିତ ସରକାର ଗଠନ ହେବାର ସମ୍ଭାବନା ଧିରେ ଧିରେ ମିଳିବାକୁ ଲାଗିଥିଲା ।

ମନମୋହନ ସଂହଙ୍କ ଅଧ୍ୟକ୍ଷତାରେ ଏପ୍ରେଲ ୨୦୧୭ରେ ଗଠିତ ହୋଇଥିବା ଏହି ଗ୍ରୁପର ଏହା ହେଉଛି ୪ର୍ଥ ବୈଠକ । ଏହି ବୈଠକ ମନମୋହନ ସଂହଙ୍କ ଆବାସରେ ମଙ୍ଗଳାବର ଦିନ ପରିଚାଳିତ ହୋଇଥିଲା, ଯେଉଁଥିରେ ବର୍ତ୍ତମାନର କାଶ୍ମୀର ସ୍ଥିତି ଏବଂ ରାଜ୍ୟପାଳଙ୍କ ଶାସନ ଉପରେ ସମୀକ୍ଷା କରାଯାଇଥିଲା । ଏହି ବୈଠକରେ ନିଷ୍ପତି ନିଆଯାଇଥିଲା ଯେ, ତୁରନ୍ତ ଗ୍ରୁପର ସଦସ୍ୟ ଲେହ, ଲଦାଖ ଏବଂ କାର୍ଗିଲ ଅଞ୍ଚଳକୁ ଗସ୍ତ କରି ସେଠାରେ ଥିବା ଲୋକଙ୍କ ସହ ଚର୍ଚ୍ଚା କରିବେ ।
ବୈଠକ ପରେ ଗ୍ରୁପର ସଦସ୍ୟ ଏବଂ ରାଜ୍ୟର ପ୍ରଭାରୀ ‘ଅବିକା ସୋନି’ କହିଛନ୍ତି ଯେ, “କଂଗ୍ରେସ ପିଡିପି ସହ ମିଶି କାଶ୍ମୀରରେ ସରକାର ଗଠନ କରିବା ପାଇଁ କୌଣସି ମତେ ଇଚ୍ଛୁକ ନାହିଁ । ଏଭଳି ଲୋକଙ୍କ ସହ ମିଶି କିପରି ଆମେ ସରକାର ଗଠନ କରିପାରିବୁ ଯେଉଁମାନେ ରାଜ୍ୟର ଲୋକମାନଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ ପାଳନ କରିପାରିନାହାନ୍ତି । କାଶ୍ମୀର ଲୋକଙ୍କ ପାଇଁ କଂଗ୍ରେସ ସବୁବେଳେ ଚିନ୍ତିତ ରହିଆସୁଛି କିନ୍ତୁ ବିଗତ ଏହି ତିନି ବର୍ଷ ମଧ୍ୟରେ ବିଜେପି-ପିଡିପି ମିଳିତ ଭାବେ ଯାହା କଲେ ତାକୁ କାଶ୍ମୀର ଲୋକେ ବିଚାର କରିବେ । କଂଗ୍ରେସର ଗ୍ରୁପ ଲଗାତାର ଭାବେ ସେଠାକାର ଲୋକେ ଏବଂ ପ୍ରତିନିଧିଙ୍କ ସହ କଥାବାର୍ତ୍ତା କରି ବିଚାର ବିମର୍ଶ କରୁଛି । ”
ଏହି ପରୀପ୍ରେକ୍ଷୀରେ କଂଗ୍ରେସର ପ୍ରବକ୍ତା ଡଃ ଅଭିଶେକ ମନୁ ସିଙ୍ଗୱି କହିଛନ୍ତି ଯେ, ବିଜେପି ଏବଂ ପିଡିପି କାଶ୍ମୀର ବର୍ବାଦ କରି ରାଜ୍ୟର ଲୋକମାନଙ୍କୁ ଅନ୍ଧାର ଭିତରକୁ ଠେଲି ଦେଇଛନ୍ତି । ପ୍ରଥମେ ମିଶି କରି ଅନୈତିକ ମେଣ୍ଟ କଲେ ପରେ ଆମକୁ ଦୋଷ ଦେଉଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ବିଜେପି ସେଠାରେ ନିଜ ରିମୋର୍ଟ କଣ୍ଟ୍ରୋଲ ଜରୀଆରେ ଶାସନ ଚଳାଉଛି । ସେଥିପାଇଁ ଆମେ ସେଠାରେ ପୁନଃ ନିର୍ବାଚନ ଚାହୁଁଛୁ ।


Share It

Comments are closed.