ବାରଣାସୀରେ କଂଗ୍ରେସକୁ ମୋଦି ଭୟ


ବାରଣାସୀ ଆସନରୁ ନରେନ୍ଦ୍ର ମୋଦିଙ୍କ ବିରୁଦ୍ଧରେ କଂଗ୍ରେସ ପ୍ରାର୍ଥିଙ୍କୁ ନେଇଥିବା ଆଶଙ୍କା ବର୍ତ୍ତମାନ ଧାର୍ଯ୍ୟ ହୋଇଯାଇଛି । ଉକ୍ତ ହାଇ ଭୋଲଟେଜ୍ ଆସନରେ ମୋଦିଙ୍କର ଲଢେଇ ପ୍ରିୟଙ୍କା ଗାନ୍ଧିଙ୍କ ସହିତ ନୁହେଁ ବରଂ ଅଜୟ ରାୟଙ୍କ ସହିତ ହେବ । ଅଜୟ ରାୟ ୨୦୧୪ରେ କଂଗ୍ରେସ୍ ପ୍ରାର୍ଥି ରହିଥିବାବେଳେ ତୃତୀୟ ସ୍ଥାନ ଅଧିକାର କରିଥିଲେ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ, ଅରବିନ୍ଦ କେଜିରୱାଲ ଦ୍ୱିତିୟ ସ୍ଥାନରେ ରହିଥିଲେ ଏବଂ ମୋଦି ୧ ନମ୍ବର ସ୍ଥାନରେ ରହି ବିଜୟି ହୋଇଥିଲେ । ଅନେକ କଳ୍ପନା ଜଳ୍ପନାର ଅନ୍ତ ଘଟାଇ କଂଗ୍ରେସ ପକ୍ଷରୁ ଶେଷରେ ଲୋକସଭା ଆସନ ପାଇଁ ଅଜୟ ରାୟଙ୍କୁ ଟିକେଟ ପ୍ରଦାନ କରାଯାଇଛି ।
ପ୍ରକାଶ ଥାଉକି ବାରଣାସୀରେ ୨୦୦୪ରେ ଶେଷ ଥର ପାଇଁ ରାଜେଶ ମିଶ୍ର ସାଂସଦ ହୋଇଥିଲେ । ଏହା ପରେ ୨୦୦୯ରେ ଉକ୍ତ ସିଟରେ ବିଜେପିର ମୂରଲି ମନୋହର ଜୋସି ରହିଥିଲେ । ଏହା ପରେ ୨୦୧୪ରେ ଉକ୍ତ ସିଟ୍ ନରେନ୍ଦ୍ର ମୋଦି ୫ ଲକ୍ଷ ୮୧ ହଜାର ଭୋଟ ପାଇ ଜିତିଥିଲେ । ଏଥି ସହିତ ଅରବିନ୍ଦ କେଜିରୱାଲ ୨ ଲକ୍ଷ ୯ ହଜାର ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ଏବଂ କଂଗ୍ରେସର ଅଜୟ ରାୟ ୭୫ ହଜାର ଭୋଟ ସହିତ ତୃତିୟ ସ୍ଥାନରେ ରହିଥିଲେ ।


Share It

Comments are closed.