ଘରେ ମାଠିଆ ବା ସୁରେଇରେ ରଖନ୍ତୁ ପାଣି, ଦେଖା ଦେବ ନାହିଁ କେବେ ଆର୍ଥିକ ସମସ୍ୟା


ପୂର୍ବରୁ ଲୋକେ ଘରେ ମାଟିରେ ତିଆରି ମାଠିଆରେ ପାଣି ରଖି ପିଉଥିଲେ। ଆଗରୁ ପ୍ରତ୍ୟେକ ଲୋକଙ୍କ ଘରେ ମାଠିଆ ଦେଖିବାକୁ ମିଳୁଥିଲା। ବିଶେଷକରି ଗ୍ରୀଷ୍ମ ଦିନରେ ଲୋକେ ମାଠିଆ ପାଣି ପିଇବାକୁ ଭଲ ପାଆନ୍ତି। ଏହା କେବଳ ପାଣିକୁ ପ୍ରାକୃତିକ ଭାବେ ଥଣ୍ଡା କରେନି ବରଂ ଏହାର ସ୍ୱାସ୍ଥ୍ୟଗତ ଗୁଣ ମଧ୍ୟ ରହିଛି। ମାଠିଆ ପାଣି ସ୍ୱାସ୍ଥ୍ୟ ପାଇଁ ହିତକର।

ମାଟିରେ ତିଆରି ମାଠିଆ ଜୀବନରେ ଖୁସି ଆଣିବାରେ ମଧ୍ୟ ମହତ୍ତ୍ୱପୂର୍ଣ୍ଣ। ମାଠିଆକୁ ଗୁଡ଼ ଲକ ବୋଲି ମଧ୍ୟ କୁହାଯାଏ। ମାଠିଆ ସହ ସମ୍ବନ୍ଧିତ କିଛି ଉପାୟ ଆପଣେଇଲେ ଆର୍ଥିକ ସମସ୍ୟା ଦୂର ହେବାସହ ବାସ୍ତୁଦୋଷ ମଧ୍ୟ ଦୂର ହୋଇଥାଏ। ବାସ୍ତୁଶାସ୍ତ୍ରରେ ମଧ୍ୟ ମାଠିଆର ଅନେକ ଗୁରୁତ୍ତ୍ଵ ରହିଛି। ମାଠିଆ ସମ୍ବନ୍ଧୀୟ କିଛି ଉପାୟ ସମ୍ପର୍କରେ ଜାଣନ୍ତୁ ଯାହା ଆପଣଙ୍କ ଜୀବନରେ ଖୁସି ଭରିବା ସହ ଚିନ୍ତାରୁ ମୁକ୍ତ କରିଦେବ। ୧. ସବୁବେଳେ ମାଠିଆ ଭର୍ତ୍ତି କରି ରଖିବେ –

ମାଠିଆ କେବେ ବି ଖାଲି ରଖିବେନି, ସବୁବେଳେ ଭର୍ତ୍ତି କରି ରଖିବେ। ମାଟି ସୁରେଇ କିମ୍ବା ମାଠିଆରେ ସବୁବେଳେ ପାଣି ରଖିବା ଉଚିତ। ମାଠିଆରେ ପାଣି ଭରି ରଖିବା ଶୁଭ ହୋଇଥାଏ।

୨. ଉତ୍ତର ଦିଗରେ ରଖିବେ –

ବାସ୍ତୁଶାସ୍ତ୍ରରେ ମାଟି ତିଆରି ମାଠିଆର ଅନେକ ମହତ୍ତ୍ୱ ରହିଛି। ବାସ୍ତୁଶାସ୍ତ୍ର ଅନୁସାରେ ମାଠିଆ କିମ୍ବା ସୁରେଇ ସବୁବେଳେ ଉତ୍ତର ଦିଗରେ ରଖିବା ଉଚିତ। ଏହା ଉତ୍ତମ ଫଳ ପ୍ରଦାନ କରିଥାଏ। ଉତ୍ତର ଦିଗରେ ଜଳ ଦେବତା ବରୁଣ ବାସ କରନ୍ତି। ସେଥିପାଇଁ ଉତ୍ତର ଦିଗରେ ମାଠିଆରେ ପାଣି ରଖିଲେ ଦୁଭା ଫଳ ମିଳିଥାଏ।

୩. ମାନସିକ ଅବସାଦ ଦୂର କରିଥାଏ –

ମାଠିଆରୁ କୌଣସି ଗଛରେ ପାଣି ଦେଲେ ମାନସିକ ଅବସାଦରୁ ମୁକ୍ତି ମିଳିଥାଏ ବୋଲି କୁହାଯାଏ। ମାନସିକ ଅବସାଦ କମ କରିବାରେ ମଧ୍ୟ ମାଠିଆର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି।

୪. ଆର୍ଥିକ ସମସ୍ୟା ଦୂର କରିଥାଏ –

ମାଟି ତିଆରି ମାଠିଆ ଆର୍ଥିକ ସମସ୍ୟା ଦୂର କରିଥାଏ। ପାଣି ଭର୍ତ୍ତି ମାଠିଆ ସାମ୍ନାରେ ଦୀପ ଲଗାଇଲେ ଘରେ ଧନର ଅଭାବ ରହେନାହିଁ। ଧନ ଅଭାବ ଥିଲେ ଘରେ ପାଣି ଭର୍ତ୍ତି ମାଠିଆ ସମ୍ମୁଖରେ ଦୀପ ଲଗାଇବା ଉଚିତ। ଏହାଦ୍ୱାରା ଶୁଭ ଫଳ ମିଳିଥାଏ।

୫. ସମ୍ପର୍କରେ ସୁଧାର ଆସିଥାଏ –

ଘରେ ମାଠିଆ ରଖିଲେ ସୁଖ ସମୃଦ୍ଧି ସହ ସମ୍ପର୍କରେ ସୁଧାର ମଧ୍ୟ ଆସିଥାଏ ଏବଂ ପାରିବାରିକ ତିକ୍ତତା ଦୂର ହୋଇଥାଏ। ସେଥିପାଇଁ ଘରେ ଛୋଟ ଛୋଟ ମାଠିଆ ସଜେଇବା ପାଇଁ ମଧ୍ୟ ରଖାଯାଇପାରିବ। ଏହାଦ୍ୱାରା ପରିବାରରେ ସୁଖ ଶାନ୍ତି ବଜାୟ ରହିବ।


Share It

Comments are closed.