ସିଜେ ଡାର୍କଲ୍ ଲଜିଷ୍ଟିକ୍ସ ଲିମିଟେଡ୍ ପକ୍ଷରୁ ସେବି ନିକଟରେ ଡିଏଚ୍‌ଆର୍‌ପି ଦାଖଲ

Share It

ଭୁବନେଶ୍ୱର: ଭାରତର ଅଗ୍ରଣୀ ଲଜିଷ୍ଟିକ୍ସ କଂପାନି ସିଜେ ଡାର୍କଲ୍ ଲଜିଷ୍ଟିକ୍ସ ଲିମିଟେଡ୍ ପକ୍ଷରୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍ଟ ରେଡ୍ ହେରିଂ ପ୍ରୋସ୍‌ପେକ୍ଟସ୍ (ଡିଆର୍‌ଏଚ୍‌ପି) ଦାଖଲ କରାଯାଇଛି ।

ଇନିସିଆଲ ପବ୍ଲିକ୍ ଅଫରିଂ ଜରିଆରେ କଂପାନି ପାଣ୍ଠି ହାସଲ କରିବାକୁ ଯୋଜନା ରଖିଛି । ୩୪୦ କୋଟି ଟଙ୍କା ପର୍ଯ୍ୟନ୍ତର ଇକ୍ୱିଟି ସେୟାର ଏହି ଅଫରରେ ସାମିଲ ରହିଛି ଏବଂ ଅଫର ଫର ସେଲ୍‌ରେ ଅଂଶଧନକାରୀମାନେ ୫୪,୩୧,୦୭୧ ଇକ୍ୱିଟି ସେୟାର ବିକ୍ରି କରିବେ ।

ଏହି ଇସ୍ୟୁରୁ ଯେଉଁ ପାଣ୍ଠି ମିଳିବ ତାହାକୁ କଂପାନି ହାସଲ କରିଥିବା ଋଣକୁ ଆଂଶିକ କିମ୍ବା ସମ୍ପୂର୍ଣ୍ଣ ପରିଶୋଧ କରିବା, ଇଭି କିଣିବା ଲାଗି କଂପାନିର ପୁଞ୍ଜି ବ୍ୟୟ ଆବଶ୍ୟକତା ପୂରଣ କରିବାରେ ବ୍ୟୟ କରିବ ଏବଂ ଅବଶିଷ୍ଟ ରାଶିକୁ ସାଧାରଣ କର୍ପୋରେଟ୍ କାର୍ଯ୍ୟରେ ବ୍ୟବହାର କରାଯିବ ।

ଅଫର ଫର ସେ୍‌ଳରେ କ୍ରିଷ୍ଣନ କୁମାର ଅଗ୍ରୱାଲ୍ ୩,୬୯,୦୦୦ ଇକ୍ୱିଟି ସେୟାର, ରୋଶନ ଲାଲ ଅଗ୍ରୱାଲ୍ ୨,୦୩,୫୦୨ ଇକ୍ୱିଟି ସେୟାର, ନରେନ୍ଦର କୁମାର ଅଗ୍ରୱାଲ୍ ୨,୩୦,୮୯୭ ଇକ୍ୱିଟି ସେୟାର, ବିନୀତ ଅଗ୍ରୱାଲ୍ ୫,୭୮,୦୦୦ ଇକ୍ୱିଟି ସେୟାର, ସୁଷମା ଅଗ୍ରୱାଲ୍ ୫,୨୯,୨୭୯ ଇକ୍ୱିଟି ସେୟାର, ପୁନୀତ ଅଗ୍ରୱାଲ୍ ୪,୪୭,୪୮୯ ଇକ୍ୱିଟି ସେୟାର, ସମିହା ଅଗ୍ରୱାଲ୍ ୪୪୬,୨୮୫ ଇକ୍ୱିଟି ସେୟାର, ନିତେଶ ଅଗ୍ରୱାଲ୍ ୪,୨୫,୧୨୯ ଇକ୍ୱିଟି ସେୟାର, ଦର୍ଶନ କୁମାର ଆଣ୍ଡ୍ ସନ୍ସ ୩,୩୬,୫୩୫ ଇକ୍ୱିିଟି ସେୟାର ଓ ଟେକ୍ ଚାନ୍ଦ ଅଗ୍ରୱାଲ୍ ୨,୮୯,୫୭୪ ଇକ୍ୱିଟି ସେୟାର ବିକ୍ରି କରିବେ ।

ଇକ୍ୱିଟି ସେୟାରଗୁଡ଼ିକୁ ବମ୍ବେ ଷ୍ଟକ ଏକ୍ସଚେଂଜ୍ ଓ ନ୍ୟାସନାଲ୍ ଷ୍ଟକ ଏକ୍ସଚେଂଜ୍‌ରେ ତାଲିକାଭୁକ୍ତ କରିବା ପାଇଁ ଡ୍ରାଫ୍ଟ ରେଡ୍ ହେରିଂ ପ୍ରୋସ୍‌ପେକ୍ଟସ୍‌ରେ ପ୍ରସ୍ତାବ ରହିଛି ।

ଏହି ଇସ୍ୟୁର ବୁକ୍ ରନିଂ ଲିଡ୍ ମ୍ୟାନେଜରମାନେ ହେଉଛନ୍ତି ଆଇସିଆଇସିଆଇ ସିକ୍ୟୁରିଟିଜ୍ ଲିମିଟେଡ୍‌, ଆକ୍ସିସ୍ କ୍ୟାପିଟାଲ୍ ଲିମିଟେଡ୍ ଓ ମିରାଏ ଆସେଟ୍‌ସ କ୍ୟାପିଟାଲ୍ ମାର୍କେଟ୍‌ସ (ଇଣ୍ଡିଆ) ପ୍ରାଇଭେଟ୍ ଲିମିଟେଡ୍ ।


Share It

Comments are closed.