ସିଟ୍ରୋନ୍ ପକ୍ଷରୁ ପ୍ରଥମ ମେଡ୍ ଇନ୍ ଇଣ୍ଡିଆ ମିଡ୍ ସାଇଜ୍ ଏସ୍‌ୟୁଭି ସି୩ ଏୟାରକ୍ରସ୍ ଏସ୍‌ୟୁଭିର ଶୁଭାରମ୍ଭ


ଭୁବନେଶ୍ୱର : ଫ୍ରେଂଚ୍ କାର୍ ନିର୍ମାତା ସିଟ୍ରୋନ୍‌ର ବହୁପ୍ରତିକ୍ଷୀତ ସି୩ ଏୟାରକ୍ରସ୍ ଏସ୍‌ୟୁଭି ଏବେ ଭାରତରେ ୯.୯୯ ଲକ୍ଷ ଟଙ୍କା (ଏକ୍ସଶୋ’ରୁମ୍‌-ନୂଆଦିଲ୍ଲୀ)ର ଏକ ସ୍ୱତନ୍ତ୍ର ପ୍ରାରମ୍ଭିକ ମୂଲ୍ୟରେ ଉପଲବ୍ଧ ହେଉଛି । ନୂଆ ସିଟ୍ରୋନ୍ ସି୩ ଏୟାରକ୍ରସ୍ ଏସ୍‌ୟୁଭିରେ ୯୦%ରୁ ଅଧିକ ସ୍ଥାନୀୟକରଣ ରହିଛି ଏବଂ ଏହାକୁ ଭାରତୀୟ ଉପଭୋକ୍ତାଙ୍କ ସ୍ୱତନ୍ତ୍ର ଆବଶ୍ୟକତା ପୂରଣ କରିବା ପାଇଁ ଡିଜାଇନ୍ କରାଯାଇଛି । ନୂଆ ସି୩ ଏୟାରକ୍ରସ୍ ୟୁ ୧.୨ଟି ୫ ଏସ୍‌ଟିଆର୍‌ର ଏକ୍ସଶୋ’ରୁମ୍ ମୂଲ୍ୟ ୯୯୯,୦୦୦ଟଙ୍କା, ସି୩ ଏୟାରକ୍ରସ୍ ପ୍ଲସ୍ ୧.୨ଟି ୫ ଏସ୍‌ଟିଆର୍ ଏକ୍ସଶୋ’ରୁମ୍ ମୂଲ୍ୟ ୧୧,୩୪,୦୦୦ଟଙ୍କା, ସି୩ ଏୟାରକ୍ରସ୍ ମ୍ୟାକ୍ସ ୧.୨ଟି ୫ ଏସ୍‌ଟିଆର୍ ଏକ୍ସଶୋ’ରୁମ୍ ମୂଲ୍ୟ ୧୧,୯୯,୦୦୦ଟଙ୍କା, ସି୩ ଏୟାରକ୍ରସ୍ ପ୍ଲସ୍ ୧.୨ଟି ୫+୨ ଏସ୍‌ଟିଆର୍ ଏକ୍ସଶୋ’ରୁମ୍ ମୂଲ୍ୟ ୧୧,୬୯,୦୦୦ଟଙ୍କା ଏବଂ ସି୩ ଏୟାରକ୍ରସ୍ ମ୍ୟାକ୍ସ ୧.୨ଟି ୫+୨ ଏସ୍‌ଟିଆର୍ ଏକ୍ସଶୋ’ରୁମ୍ ମୂଲ୍ୟ ୧୨,୩୪,୦୦୦ଟଙ୍କା ରହିଛି । ସେହିଭଳି ଡୁଆଲ ଟୋନ୍ (କେବଳ ପ୍ଲସ୍ ଓ ମ୍ୟାକ୍ସ) ମୂଲ୍ୟ ୨୦,୦୦୦ ଟଙ୍କା, ଭାଇବ୍ ପ୍ୟାକ୍ ପ୍ଲସ୍ ଭାରିଆଂଟ୍ ମୂଲ୍ୟ ୨୫,୦୦୦ ଟଙ୍କା ଏବଂ ଭାଇବ୍ ପ୍ୟାକ୍ ମ୍ୟାକ୍ସ ଭାରିଆଂଟ୍ ମୂଲ୍ୟ ୨୨,୦୦୦ ଟଙ୍କା ରହିଛି ।

ସମସ୍ତ ଭାରିଆଂଟ୍‌ରେ ୧.୨ ଲିଟର ଜେନ୍ ୩ ଟର୍ବୋ ପ୍ୟୋର୍‌ଟେକ୍‌୧୧୦ ଇଞ୍ଜିନ୍ (୧୧୦ପିଏସ୍ ପାୱାର, ୧୯୦ଏନ୍‌ଏମ୍ ଟର୍କ) ଷ୍ଟାଣ୍ଡାର୍ଡ ଫିଚର ଭାବେ ଉପଲବ୍ଧ ରହିଛି । ସେଗ୍‌ମେଂଟ୍‌ର ସ୍ୱତନ୍ତ୍ର ୫+୨ ସିଟ୍ ଫ୍ଲେକ୍ସି-ପ୍ରୋ ଭାରିଆଂଟ୍ ଅତିରିକ୍ତ ୩୫,୦୦୦ ଟଙ୍କାରେ ଉପଲବ୍ଧ ହେଉଛି । ସିଟ୍ରୋନ ୩୧ ଅକ୍ଟୋବର ୨୦୨୩ ପର୍ଯ୍ୟନ୍ତ ସି୩ ଏୟାରକ୍ରସ ଏସୟୁଭି ଡେଲିଭରି ପାଇଁ ଏବେ କ୍ରୟ କରନ୍ତୁ ୨୦୨୪ରେ ପଇଠ କରନ୍ତୁ ସୁବିଧା ପ୍ରଦାନ କରୁଛି । ସିଟ୍ରୋନ୍ ସି୩ ଏୟାରକ୍ରସ୍ ଏସ୍‌ୟୁଭିରେ ସିଟ୍ରୋନ୍ ଆଡ୍‌ଭାନ୍ସଡ୍ କମ୍ଫର୍ଟ ରହିଛି ଯାହା ବିବିଧ ସଡକ ସ୍ଥିତିରେ ସର୍ବୋତମ ଶ୍ରେଣୀର ଚାଳନା, ନିୟନ୍ତ୍ରଣ ଓ ଆରାମ ପ୍ରଦାନ କରୁଛି । ସି୩ ଏୟାରକ୍ରସ୍ ଏସ୍‌ୟୁଭିରେ ୧୭.୭୮ସେମି ଇଂଟେଲି-ସ୍ମାର୍ଟ ଟିଏଫ୍‌ଟି କ୍ଲଷ୍ଟର୍‌, ୨୬ସେମି ଇନ୍‌ଫୋଟେନ୍‌ମେଂଟ୍ ସ୍କ୍ରିନ୍ ସହ ୱୟାରଲେସ୍ ଆଣ୍ଡ୍ରଏଡ୍ ଅଟୋ ଓ ଆପଲ୍ କାର୍ ପ୍ଲେ, ଇଏସ୍‌ପି ସହ ଆଡ୍‌ଭାନ୍ସଡ୍ ଟେକ୍ ସୁଟ୍‌, ହିଲ୍ ହୋଲ୍ଡ, ଟିପିଏମ୍‌ଏସ୍ ଓ ଇଞ୍ଜିନ୍ ଷ୍ଟାର୍ଟ/ଷ୍ଟପ୍ ଭଳି ଅନ୍ତର୍ନିହିତକାରୀ ଫିଚର ରହିଛି ।

ନୂଆ ସିଟ୍ରୋନ୍ ସି୩ ଏୟାରକ୍ରସ୍ ଏସ୍‌ୟୁଭିର ଶୁଭାରମ୍ଭ ସମ୍ପର୍କରେ ଷ୍ଟେଲାଂଟିସ୍ ଇଣ୍ଡିଆର ସିଇଓ ଓ ପରିଚାଳନା ନିର୍ଦ୍ଦେଶକ ରୋଲାଣ୍ଡ ବୌଚାରା କହିଛନ୍ତି, ‘ଆମେ ଚତୁର ଭାରତୀୟ ଉପଭୋକ୍ତାଙ୍କ ପାଇଁ ନିର୍ମିତ ଆମର ଭାରତରେ ପରିକଳ୍ପିତ, ବିକଶିତ ଓ ନିର୍ମିତ ବହୁ ପ୍ରତିକ୍ଷୀତ ନୂଆ ସି୩ ଏୟାରକ୍ରସ୍ ଏସ୍‌ୟୁଭିର ଶୁଭାରମ୍ଭ କରି ଆନନ୍ଦିତ । ଏହି ଏସ୍‌ୟୁଭିକୁ ସିଟ୍ରୋନ୍‌ର ଡିଏନ୍‌ଏ- ଆରାମ ଓ ଉଦ୍ଭାବନର ପ୍ରମୁଖ ଉପାଦାନ ସହିତ ନିର୍ମାଣ କରାଯାଇଛି । ଏହା ଗତ ସେପ୍ଟେମ୍ବରରେ ବୁକିଙ୍ଗ୍ ଆରମ୍ଭ ହେବା ପରଠାରୁ ଦେଶବ୍ୟାପୀ ଅତ୍ୟଧିକ ସକାରାତ୍ମକ ପ୍ରତିକ୍ରିୟା ହାସଲ କରିଛି । ଆମେ ପାର୍ବଣ ଋତୁର ଚାହିଦାକୁ ପୂରଣ କରିବା ପାଇଁ ଆମର ଉତ୍ପାଦନ ବୃଦ୍ଧି କରିଛୁ । ଆମର ସମ୍ପ୍ରସାରିତ ଓ ବର୍ଦ୍ଧିତ ନେଟ୍‌ୱର୍କ, ଶ୍ରେଣୀ-ଅଗ୍ରଣୀ ଫିଚର, ସ୍ୱତନ୍ତ୍ର ଆକର୍ଷଣୀୟ ଷ୍ଟାଇଲିଂ ଏବଂ ଅତୁଳନୀୟ ଦକ୍ଷତା ସହିତ ସି୩ ଏୟାରକ୍ରସ୍ ଏସ୍‌ୟୁଭିର ଡେଲିଭରି କରିବା ପାଇଁ ପ୍ରସ୍ତୁତ ରହିଛି ।”

ମାଇଁ ସିଟ୍ରୋନ୍ କନେକ୍ଟ ଆପ୍ ଡୋର୍ ଲକ୍‌/ଅନ୍‌ଲକ୍ ପାଇଁ ଦୂରରୁ ପରିଚାଳନା ସୁବିଧା, ପୋଜିସନିଙ୍ଗ୍ ଲ୍ୟାମ୍ପ୍‌ସ ଅନ୍‌/ଅଫ୍ ଓ ଇମ୍‌ମୋବିଲାଇଜେଶନ ସହ ୩୮ଟି ସ୍ମାର୍ଟ ଫିଚର ପ୍ରଦାନ କରୁଛି । ୪ ମୋନୋଟୋନ୍‌, ୬ଟି ଡୁଆଲ ଟୋନ୍‌, ୨ଟି ଇଂଟେରିୟର ଡ୍ୟାଶବୋର୍ଡ କଲର୍ ଅପ୍‌ସନ, ୪ଟି କଷ୍ଟମାଇଜେଶନ ପ୍ୟାକ୍ ଓ ୭୦+ ଆକ୍‌ସେସରିଜ୍ ସହ ସର୍ବୋତମ ଶ୍ରେଣୀର କଷ୍ଟମାଇଜେଶନ ରହିଛି । ଏହା ୪୬ଟି ସହରରେ ୫୧ ଲା ମ୍ୟାଶନ ସିଟ୍ରୋନ୍ ଫିଜିଟାଲ ଶୋରୁମ୍‌ରେ ଉପଲବ୍ଧ ହେଉଛି । ସିଟ୍ରୋନ୍ ଇଣ୍ଡିଆ ୱେବ୍‌ସାଇଟ୍ www.Citroën.in ମାଧ୍ୟମରେ ୧୦୦% ସିଧାସଳଖ ଅନ୍‌ଲାଇନ୍ କ୍ରୟ ସୁବିଧା ରହିଛି ।


Share It

Comments are closed.