ସିଆଇଏସ୍ସିଇ ନ୍ୟାଶନାଲ ଗେମ୍ସ ଆଣ୍ଡ୍ ସ୍ପୋର୍ଟସ୍-୨୦୨୩ ଫୁଟ୍ବଲ ଟୁର୍ଣ୍ଣାମେଂଟ୍ ଉଦ୍ଯାପିତ
ଭୁବନେଶ୍ୱର, ୮ ଅକ୍ଟୋବର ୨୦୨୩: ଆଜି ଅଣ୍ଡର୍-୧୯ (ବାଳକ) ସିଆଇଏସ୍ସିଇ ଫୁଟ୍ବଲ ଟୁର୍ଣ୍ଣାମେଂଟର ଫାଇନାଲ ଓ ବହୁପ୍ରତିକ୍ଷୀତ ଦିବସ ମହାରାଷ୍ଟ୍ର ବନାମ ଉତର ଭାରତ ଏବଂ କେରଳ ବନାମ ତାମିଲନାଡୁ ମଧ୍ୟରେ ଦୁଇଟି ସେମି ଫାଇନାଲ ମ୍ୟାଚ୍ ସହିତ ଆରମ୍ଭ ହୋଇଥିଲା । ଏଥିସହିତ ୩ୟ ସ୍ଥାନ ପାଇଁ ତାମିଲନାଡୁ ଓ ଉତର ଭାରତ ମଧ୍ୟରେ ମ୍ୟାଚ୍ ଖେଳାଯାଇଥିଲା । ଆଜିର ସେମିଫାଇନାଲ ମ୍ୟାଚ୍ରେ ମହାରାଷ୍ଟ୍ର ଓ ଉତର ଭାରତ ମଧ୍ୟରେ ସ୍କୋର ସମାନ ରହିବାରୁ ପେନାଲ୍ଟି ସୁଟ୍ଆଉଟ୍ ଖେଳାଯାଇଥିଲା ଯେଉଁଥିରେ ମହାରାଷ୍ଟ୍ର ଟିମ୍ ବିଜୟୀ ହୋଇଛି । ସେହିପରି ୨ୟ ସେମି ଫାଇନାଲ ମ୍ୟାଚ୍ରେ ତାମିଲନାଡୁକୁ ପରାଜିତ କରି କେରଳ ୩-୨ ସ୍କୋର ସହ ବିଜୟୀ ହୋଇଛି । ଅନ୍ୟପକ୍ଷରେ ନକ୍ଆଉଟ୍ ମ୍ୟାଚ୍ରେ ତାମିଲନାଡୁ ଓ ଉତର ଭାରତ ମଧ୍ୟରେ ସମାନ ସ୍କୋର କାରଣରୁ ପେନାଲ୍ଟି ସୁଟ୍ଆଉଟ୍ ଖେଳାଯାଇଥିଲା ଯେଉଁଥିରେ ତାମିଲନାଡୁ ବିଜୟୀ ହୋଇଛି । ପରେ ମହାରାଷ୍ଟ୍ର ଓ କେରଳ ମଧ୍ୟରେ ଫାଇନାଲ ମ୍ୟାଚ୍ ଖେଳାଯାଇଥିବା ବେଳେ ୨-୦ ସ୍କୋର ସହିତ ମହାରାଷ୍ଟ୍ର ବିଜେତା ହୋଇଥିଲା । ଏହି ଟୁର୍ଣ୍ଣାମେଂଟ୍ରେ ମହାରାଷ୍ଟ୍ର ଟିମ୍ ବିଜେତା ହୋଇଥିବା ବେଳେ କେରଳ ଟିମ୍ ପ୍ରଥମ ରନର୍-ଅପ୍ ଓ ତାମିଲନାଡୁ ଟିମ୍ ୨ୟ ରନର୍ଅପ୍ ହୋଇଛି ।
ଆଜିର ମ୍ୟାଚ୍ରେ ଜଏଂଟ୍ ସ୍ପୋର୍ଟସ୍ କୋଅର୍ଡିନେଟର୍ ସିନିୟର ବୀନା ଭର୍ଗିସ୍, ଓଡିଶା ଆଂଚଳିକ କ୍ରୀଡା ଉପ ସମିତିର ସଦସ୍ୟ ବ୍ରଦର୍ ଥୋମାସ୍ ଜନ୍, ସିଆଇଏସ୍ସିଇ ଅବ୍ଜର୍ଭର ଅଭିରା ଦାସ୍ଙ୍କ ସମେତ ଆୟୋଜକ ବିଦ୍ୟାଳୟର ମୁଖ୍ୟମାନେ ଅତିଥି ଭାବେ ଉପସ୍ଥିତ ଥିଲେ । ମ୍ୟାଚ୍ ଅଧିକାରୀଙ୍କ ମଧ୍ୟରେ ଶିବ ଶଙ୍କର ପଣ୍ଡା(ରେଫ୍ରୀ ନମ୍ବର ୧), ଚନ୍ଦ୍ରକାନ୍ତ ବାରିକ୍ (ରେଫ୍ରୀ ନମ୍ବର ୨), ଶେଖାୱତ ଖାନ୍ (ରେଫ୍ରୀ ନମ୍ବର ୩) ଓ ଦୂର୍ଗାମାଧବ ଆଚାର୍ଯ୍ୟ (ରେଫ୍ରୀ ନମ୍ବର ୪) ଆଦି ସାମିଲ ଥିଲେ । ଟୂର୍ଣ୍ଣାମେଂଟ୍ର ଶେଷ ଦିନରେ ଦୂର୍ଗାମାଧବ ନାୟକ ଓ ସୁଜିତ କୁମାର ପାତ୍ର ମ୍ୟାଚ୍ କମିଶ୍ନର ଭାବେ ଉପସ୍ଥିତ ଥିଲେ । ସିଲେକ୍ଟରଙ୍କ ମଧ୍ୟରେ ଆର୍.ଆଇ ଟିଗା ଓ ମାନସ ସାମଲ୍ ସାମିଲ ଥିଲେ । ଟୁର୍ଣ୍ଣାମେଂଟ୍ ଶେଷରେ ବିଜେତା ମହାରାଷ୍ଟ୍ର ଟିମ୍କୁ ରୁଚିକା ସ୍କୁଲ୍ର ପ୍ରିନ୍ସିପାଲ ଲୀନା ଖୁରାନା , ସିଷ୍ଟର୍ ବୀନା ଭର୍ଗିସ୍, ବ୍ରଦର୍ ଥୋମାସ୍ ଜନ୍ ଓ ବିଦ୍ୟାଳୟର ଅଧ୍ୟକ୍ଷ ଗୁର୍ପ୍ରିତ ସିଂହ ଖୁରାନା ପୁରସ୍କାର ସହ ସମ୍ମାନିତ ଥିଲେ । ୧ମ ରନର୍-ଅପ୍ ଟିମ୍ କେରଳକୁ ଲୀନା ଖୁରାନା ଓ ସିଷ୍ଟର୍ ବୀନା ଭର୍ଗିସ୍ ସମ୍ମାନିତ କରିଥିବା ବେଳେ ୨ୟ ରନର୍ଅପ୍ ଟିମ୍ ତାମିଲନାଡୁକୁ ବ୍ରଦର୍ ଥୋମାସ୍ ଜନ୍ ଓ ଗୁର୍ପ୍ରିତ ସିଂହ ଖୁରାନା ସମ୍ମାନିତ କରିଥିଲେ । ପୁରସ୍କାର ବିତରଣ ପରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା ଓ ସିଆଇଏସ୍ସିଇର ପତାକା ଅବତରଣ ସହ ଟୁର୍ଣ୍ଣାମେଂଟ୍କୁ ଶେଷ କରାଯାଇଥିଲା । ଏହି ଅବସରରେ ସିଷ୍ଟର୍ ବୀନା ଭର୍ଗିସ୍ ଧନ୍ୟବାଦ ଅର୍ପଣ କରିଥିଲେ । ଟୁର୍ଣ୍ଣାମେଂଟ୍ର ସମସ୍ତ ମ୍ୟାଚ୍ଗୁଡିକ ୟୁନିଟ୍-୧ସ୍ଥିତ ଭୁବନେଶ୍ୱର ଫୁଟ୍ବଲ ଏକାଡେମୀରେ ଖେଳାଯାଇଥିଲା ।
Comments are closed.