ପ୍ରଶାନ୍ତ ମହାସାଗରରେ ଚୀନର ୨୩ ଟନ ଓଜନର ରକେଟ ଖସିପଡିଥିବା ଆମେରିକା ସ୍ପେସ୍ କମାଣ୍ଡରଙ୍କ ଦାବୀ


ଟଳିଲା ବଡ଼ ବିପଦ । ଅନେକ ଆଶଙ୍କା ପରେ ଶେଷରେ ପ୍ରଶାନ୍ତ ମହାସାଗରେ ଖସିଲା ଚୀନ୍ର ଅନିୟନ୍ତ୍ରିତ ରକେଟ । ୨୩ଟନ୍ ଓଜନର ଚୀନର ରକେଟ ‘ଲଙ୍ଗ ମାର୍ଚ୍ଚ ଫାଇଭ-ବି’ ଅନିୟନ୍ତ୍ରିତ ହୋଇପଡିବା ପରେ ଏହାକୁ ନେଇ ଅନେକ ଆଶଙ୍କା ଦେଖାଦେଇଥିଲା । ଯାହାକୁ ନେଇ ବୈଜ୍ଞାନିକମାନେ ମଧ୍ୟ ଚେତାଇ ଦେଇଥିଲେ ଯେ, ଏହାର ଧ୍ୱଂସାବଶେଷ ଯେକୌଣସି ମୁହୁର୍ତ୍ତରେ ପୃଥିବୀ ପୃଷ୍ଠରେ ପଡିପାରେ । ଏବେ ଆମେରିକା ସ୍ପେଶ କମାଣ୍ଡ ସ୍ପଷ୍ଟ କରିଛି ଯେ, ଏହାର ଧ୍ୱଂସାବଶେଷ ପ୍ରଶାନ୍ତ ମହାସାଗରରେ ପଡିଛି । ଅନିୟନ୍ତ୍ରିତ ହୋଇପଡିଥିବା ଚୀନ୍ ରକେଟ ଶୁକ୍ରବାର ୪ଟା ୬ମିନିଟରେ ପ୍ରଶାନ୍ତ ମହାସାଗରରେ ପଡିଥିବା ଟ୍ୱିଟ କରି ସୂଚନା ଦେଇଛି ଆମେରିକା ସ୍ପେଶ କମାଣ୍ଡ । ଚୀନ୍ ରକେଟର ବିଫଳ ଲଂଚିଂ ପରେ ଏହାକୁ ନେଇ ଚେତାବନୀ ଦେଇଥିଲେ ବୈଜ୍ଞାନିକ । ଏହା ପୃଥିବୀ ପୃଷ୍ଠକୁ ଖସି ପଡିବା ପରେ ବିଭିନ୍ନ ଦେଶ ଉପରେ ବିପଦ ବଢିପାରେ ବୋଲି କୁହାଯାଇଥିଲା । ଏବେ କିନ୍ତୁ ଏହି ବିପଦ ଟଳିଯାଇଛି ।


Share It

Comments are closed.