ଚୀନ୍‌ରେ ପୁଣି କରୋନାର କଳା ବାଦଲ, ଦୁଇ ମୃତ


ନୂଆଦିଲ୍ଲୀ,୯ ଏପ୍ରିଲ ୨୦୨୦: ଚୀନ୍‌ରେ କରୋନା ଭାଇରସ୍ ସଂକ୍ରମଣ ମାମଲା ପୁଣିଥରେ ବଡିବାକୁ ଲାଗିଛି । ପ୍ରାୟ ୩ ମାସ ପର୍ଯ୍ୟନ୍ତ ଆତଙ୍କ ସୃଷ୍ଟି କରିବା ପରେ ଚୀନ୍‌ରେ ନିକଟରେ କରୋନାର ନୂଆ ମାମଲା ବନ୍ଦ ହୋଇଯାଇଥିଲା । କିନ୍ତୁ ଏବେ ପୁଣିଥରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହା ଚୀନ୍‌ର ଚିନ୍ତା ବଢାଇଛି । ଗତକାଲି ଏଠାରେ ପ୍ରା୭ ୬୩ଟି ନୂଆ ମାମଲା ସାମ୍‌ନାକୁ ଆସିଛି, ଯାହାଫଳରେ ୨୨ୟ ପର୍ଯ୍ୟାୟରେ ଚୀନ୍‌ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୦ ଟପିଛି । ଚୀନ୍ ସ୍ୱାସ୍ଥ୍ୟ ବିଭାଗର ସୂଚନା ମୁତାବକ, ଏଠାରେ ଗତକାଲି ସାମ୍‌ନାକୁ ଆସିଥିବା ୬୩ଟି ନୂଆ ମାମଲା ମଧ୍ୟରୁ ୬୧ ଜଣ ରୋଗୀ ବିଦେଶରୁ ଆସିଛନ୍ତି । ଗୋଟିଏ ପଟେ ଗତକାଲି କରୋନା ଭାଇରସ୍‌ର ଉତ୍ପତି ସ୍ଥଳ ଉହାନ ସହରରରୁ ଲକ୍‌ଡାଉନ୍ ହଟାଯାଇଥିବା ବେଳେ ଚୀନ୍‌ରେ ଏହି ୬୩ଟି ନୂଆ ମାମଲା ସାମ୍‌ନାକୁ ଆସିଛି । ୬୩ଟି ନୂଆ କରୋନା ସଂକ୍ରମଣ ବ୍ୟତୀତ ଚୀନ୍‌ରେ ଦୁଇ ଜଣ ଲୋକଙ୍କର କରୋନାରେ ମୃତ୍ୟୁ ମଧ୍ୟ ଘଟିଛି । ଯାହାଫଳରେ ମୃତକଙ୍କ ସଂଖ୍ୟା ୩୩୩୫ରେ ପହଂଚିଛି । ସେହିପରି ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୧ହଜାର ଟପିଛି । ୨ୟ ପର୍ଯ୍ୟାୟରେ ଏଠାରେ କରୋନା ଭାଇରସ୍ ସଂକ୍ରମଣ ଦଂଖ୍ୟା ୧୧୦୪ ରହିଛି । ଚୀନ୍ ପ୍ରାୟ ୩ ମାସର ପ୍ରଚେଷ୍ଟା ପରେ କରୋନା ଭାଇରସ୍‌କୁ ହରାଇବାକୁ ସକ୍ଷମ ହୋଇଥିଲା । କିନ୍ତୁ ଗତ ଏକ ସପ୍ତାହ ହେବ ଏଠାରେ ପୁଣି ନୂଆ ମାମଲା ଦେଖିବାକୁ ମିଳିଛି । ଏହା ପଛର କାରଣ ହେଉଛି ଏଠାରେ ଲକ୍‌ଡାଉନ୍ ହଟିବା ପରେ ବହୁ ସଂଖ୍ୟକ ଲୋକ ବାହାରେ ବୁଲିବା ଆରମ୍ଭ କରିଛି ।


Share It

Comments are closed.