ଚେନ୍ନାଇର ପରାଜୟ ପରେ ନିଜ କ୍ରୋଧକୁ କିଛି ଏପରି ଜାହିର କଲେ ହରଭଜନ, ଦେଖନ୍ତୁ ଭିଡିଓ


ଗତକାଲି ଆଇପିଏଲର ୧୨ତମ ସଂସ୍କରଣରେ ମମ୍ବାଇ ଏବଂ ଚେନ୍ନାଇ ମଧ୍ୟରେ ଖେଳାଯାଇଥିବା ରୋମାଞ୍ଚକ ମ୍ୟାଚରେ ମୁମ୍ବାଇ, ଚେନ୍ନାଇକୁ ୧ ରନରେ ପରାସ୍ତ କରି ଟାଇଟେଲ ହାସଲ କରିଛି । ସେପଟେ ମୁମ୍ବାଇ ଏହି ବିଜୟ ପରେ ମୁମ୍ବାଇ ଇଣ୍ଡିଆନ୍ସ ଶିବିରରେ ଉତ୍ସାହର ମାହୋଲ ଖେଳିଯାଇଥିବାବେଳେ ଅନ୍ୟପଟେ ଚେନ୍ନାଇ ଶିବିରରେ ଦୁଃଖର ବାତ୍ତାବରଣ ଛାଇଯାଇଥିଲା । ଏହି ଅବସରରେ ହରଭଜନ ଡଗଆଉଟରେ ବସିଥିବା ସମୟରେ ନିଜ କ୍ରୋଧ ଜାହିର କରୁଥିବାର ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା ।

ପ୍ରକାଶ ଥାଉକ ଚେନ୍ନାଇକୁ ବିଜୟ ପାଇଁ ଆଉ ଗୋଟିଏ ବଲରେ ୨ ରନର ଆବଶ୍ୟକତା ଥିବାବେଳେ ଲସିତ ମାଲିଙ୍ଗା ତାଙ୍କ ଶେଷ ବଲରେ ଏକ ୟର୍କର ବଲ ପକାଇ ଅପରପକ୍ଷରେ ବ୍ୟାଟିଙ୍ଗ କରୁଥିବା ଖେଳାଳୀ ଶ୍ରଦ୍ଧାଲ ଠାକୁରଙ୍କ କ୍ଲିନ ଏଲବି କରିଥିଲେ । ସେପଟେ ଚେନ୍ନାଇ ଏହି ପରାଜୟ ପରେ ଡଗଆଉଟରେ ପ୍ୟାଡ ପିନ୍ଧି ବସିଥିବା ହରଭଜନ ନିଜ କ୍ରୋଧ ବ୍ୟାଟକୁ ପିଟି ଜାହିର କରୁଥିବାର ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା । ମୁମ୍ବାଇ ଗତ କାଲି ଟସ ଜିତି ପ୍ରଥମେ ବ୍ୟାଟିଙ୍ଗ କରିବାର ନିଷ୍ପତି ନେଇଥିବାବେଳେ ଦଳ ୨୦ ଓଭରରେ ୮ ଟି ୱିକେଟ ହରାଇ ୧୪୯ ରନ ସଂଗ୍ରହ କରିଥିଲେ । ହରଭଜନ ଚେନ୍ନାଇ ପୂର୍ବରୁ ପ୍ରଥମେ ମୁମ୍ବାଇ ଇଣ୍ଡିଆନ୍ସରେ ଖେଳୁଥିଲେ ।


Share It

Comments are closed.