ବାଙ୍ଗଲାଦେଶ ଠାରୁ ଭାରତର ପରାଜୟ ପରେ ହାତାହାତି ହେଲେ ଉଭୟ ଦେଶର ଖେଳାଳୀ, ଭିଡିଓ ଭାଇରାଲ


ଅଣ୍ଡର-୧୯ ବିଶ୍ୱକପ ଫାଇନାଲରେ ଭାରତର ବାଙ୍ଗଲାଦେଶ ଠାରୁ ପରାଜୟ ବରଣ କରିବା ପରେ ଏଭଳି ଏକ ନିନ୍ଦନୀୟ ଘଟଣା ଘଟିଥିଲା, ଯାହାକି କ୍ରିକେଟର ଭାବମୂର୍ତ୍ତି କଳୁଷିତ କରିଛି । ମ୍ୟାଚ ସରିବା ପରେ ଉଭୟ ଦଳର ଖେଳାଳୀଙ୍କ ତିକ୍ତତା ଏତେ ମାତ୍ରାରେ ବଢିଯାଇଥିଲା ଯେ, ପରସ୍ପର ନିଜ ଭିତରେ ଠେଲାପେଲି ଠାରୁ ଆରମ୍ଭ ହାତାହାତି କରିବାକୁ ମଧ୍ୟ ପଛେଇ ନଥିଲେ । ଏହି ଘଟଣାକୁ ନେଇ ଆଇସିସି ପକ୍ଷରୁ ତଦନ୍ତ ପାଇଁ ଆଦେଶ ଦିଆଯାଇଥିବାବେଳେ ଘଟଣାର ସତ୍ୟାସତ୍ୟ ମିଳିବା ପରେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦିଆଯାଇଛି । ଏହି ଘଟଣାକୁ ନେଇ ଭାରତୀୟ ଅଣ୍ଡର-୧୯ ଦଳର ମ୍ୟାନେଜର ଅନିଲ ପଟେଲ କହିଛନ୍ତି ଯେ, “ଆଇସିସି ଏହି ଘଟଣାର ପୂରା ଭିଡିଓ ଦେଖିବା ପରେ ନିଜ କଠୋର ନିଷ୍ପତି ଗ୍ର୍ରହଣ କରିବ । ”

ପ୍ରକାଶ ଥାଉକି, ଡକୱର୍ଥ ଲୁଇସ ପ୍ରଣାଳୀରେ ବାଙ୍ଗଲାଦେଶ ଫାଇନାଲରେ ଭାରତକୁ ୩ଟି ୱିକେଟରେ ପରାସ୍ତ କରି ପ୍ରଥମ ଥର ପାଇଁ ଅଣ୍ଡର-୧୯ ବିଶ୍ୱକପ ନିଜ ନାମରେ କରିଥିବାବେଳେ ମ୍ୟାଚ ପରର ଏହି ନିନ୍ଦନୀୟ ଦୃଶ୍ୟ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।


Share It

Comments are closed.