ସିଗାରେଟ ନିଶା ଚାଡୁନି ?


ବହୁ ଚେଷ୍ଟା ସତ୍ତେ୍ୱ୍ୱ ଯଦି ସିଗାରେଟ ନିଶା ଛାଡୁନି, ଏଥି ପାଇଁ ଆପଣାନ୍ତୁ କିଛି ସହଜ ଉପାୟ ଯାହା କି ଆପଣଙ୍କୁ ଏଭଳି ଏକ ସମସ୍ୟାରୁ ମୁକ୍ତି ଦେବ । ଏକଥା ସମସ୍ତଙ୍କୁ ଜଣା ସ୍ମୋକିଂ ଯୋଗୁଁ, କ୍ୟାନସର, ହାର୍ଟ ଆଟାକ, ଅଲ୍ସର , ଅଷ୍ଟିଓସ୍ପୋରୋସିସ, ଷ୍ଟୋକ ଏବଂ ଏକଜିିମା ଭଳି ସମସ୍ୟା ଦେଖାଦେଇଥାଏ । ତା’ଛଡା ଯଦି ଆପଣ ସ୍ମୋକିଂ ଚାଡୁଛନ୍ତି ତେବେ ଶରୀରରୁ ବିଷାକ୍ତ ପଦାର୍ଥ ସବୁ ଛାଡିବାକୁ ଚେଷ୍ଟା କରନ୍ତୁ । ଅଦା ଅବଂ ହଳଦୀରେ ରହିଛି ବିଷାକ୍ତ ପଦାର୍ଥ ବାହାର କରିଦେବାର ଗୁଣ । ବାନ୍ତି କିମ୍ବା ବିଚଳିତ ଲାଗିଲେ ସେଥିରି ମୁକ୍ତି ପାଇବା ପାଇଁ ଅଦାରେ ବଡ ଗୁଣ ରହିଛି । ଏହା ଛଡା ହଳଦୀରେ ରହିଛି ବିରୋଧିତ୍ତତତ୍ତ୍ୱ ସହିତ ଆଣ୍ଟି-ଇନଫ୍ଲାମେଟୋରୀ, ଆଣ୍ଟି- ଆକ୍ସିଡେଣ୍ଟ, ଆଣ୍ଟି- କ୍ୟାନସର ଏବଂ ଆଣ୍ଟି-ଟକ୍ସିଟିର ଭରପୁର ମାତ୍ରା । ଏହି ରେସିପିର ତୃତୀୟ ଜୀନିଷଟି ହେଲା ପିଆଜ । ପିଆଜରେ ଆଣ୍ଟି-ଇନଫ୍ଲାମେଟରୀ ଗୁଣ ଭରପୁର ମାତ୍ରାରେ ରହିଛି । ଏଥିରେ ଫୁସଫୁସକୁ କ୍ୟାନସରରୁ ରକ୍ଷା କରିବାର କ୍ଷମତା ରହିଥାଏ । ହଳଦୀ-ଅଦା ରେସିପି ପ୍ରସ୍ତୁତ ପାଇଁ ସର୍ବ ପ୍ରଥମ ଏକ ଛୋଟ ଖଣ୍ଡ ଅଦା ସହିତ ୪୦୦ ଗ୍ରାମ କଟା ପିଆଜ, ଦୁଇ ଚାମଚ ହଳଦା, ଗୋଟେ ଲିଟର ପାଣି ଏବଂ ଅଳ୍ପ କିଚି ମହୁ ଆବଶ୍ୟକତା ରହିଛି । ପ୍ରଥମ ପାଣିରେ ଅଦା ଏବଂ ପିଆଜକୁ ସିଝାନ୍ତୁ । କିଚି ସମୟ ପରେ ସେଥିରେ ଆଉ କିଛି ଅଦା ଏବଂ ହଳଦୀ ପକାନ୍ତୁ । ନିଆଁ କମ କରି ପାଣିକୁ କିଛି ସମୟ ପର୍ଯ୍ୟନ୍ତ ଫୁଟାନ୍ତୁ ଏବଂ ଫୁଟାଇବା ପରେ ଓହ୍ଲାଇ ଥଣ୍ଡା କରି ଦିନକୁ ଦୁଇ ଥର ପିଅନ୍ତୁ । ଏହା ଆପଣଙ୍କ ଦେହରୁ ବିଷାକ୍ତ ପଦାର୍ଥ କାଢିବା ସହିତ ଆଣଙ୍କ ଫୁସଫୁସକୁ ମଧ୍ୟ ସଫା ରଖେ


Share It

Comments are closed.