କିଙ୍ଗସ ଏକାଦଶ ପଞ୍ଜାବର ସହ ମାଲିକ “ନେସ ୱାଡିଆ”ଙ୍କୁ ୨ ବର୍ଷର ସଜା


ଭାରତର ବିଶିଷ୍ଟ ବ୍ୟବସାୟୀ ତଥା ଆଇପିଏଲରେ କିଙ୍ଗସ ଏକାଦଶ ପଞ୍ଜାବର ସହ ମାଲିକ “ନେସ ୱାଡିଆ”ଙ୍କୁ ଜାପାନର ସପୋରୋ ଜିଲ୍ଲା କୋର୍ଟ ୨ ବର୍ଷର ସଜା ଶୁଣାଇଛନ୍ତି । ତାଙ୍କ ବିରୋଧରେ ଡ୍ରଗ୍ସ ରଖିବାର ଅଭିଯୋଗ ଆସିଥିଲା । ଯେଉଁଥିପାଇଁ ସପୋରୋ ଜିଲ୍ଲା କୋର୍ଟ ତାଙ୍କ ବିରୋଧରେ ୨ ବର୍ଷର ଦଣ୍ଡାଦେଶ ଶୁଣାଇଛନ୍ତି ।
ବର୍ତ୍ତମାନ ପର୍ଯ୍ୟନ୍ତ ୱାଡିଆଙ୍କ ଠାରୁ ଏହି ସଂକ୍ରାନ୍ତରେ କୌଣସି ପ୍ରତିକ୍ରିୟା ମିଳିନାହିଁ । ମିଳିଥିବା ସୂଚନା ମୁତାବକ, ୱାଡିଆ ଗତ ମାର୍ଚ୍ଚରେ ଜାପାନ ଗସ୍ତରେ ଥିବାବେଳେ ତାଙ୍କ ନିକଟତରୁ ୨୫ ଗ୍ରାମର ବ୍ରାଉନସୁଗର ଜବତ କରାଯାଇଥିଲା । ସେବେ ଠାରୁ ଜାପାନ ସପୋରୋ ପୋଲିସ ତାଙ୍କୁ ଗରିଫ କରିବା ହେପାଜତରେ ବନ୍ଦୀ ରୂପେ ଥିଲେ ।
ପ୍ରକାଶ ଥାଉକି ଭାରତରେ ୱାଡିଆ ଗ୍ରୁପ ଏଣ୍ଡ କମ୍ପାନୀ ବେଶ ଲୋକପ୍ରିୟ ଅଟେ । ବମ୍ବେ ଡାଇନିଂ, ବମ୍ବେ ବର୍ମନ ଟ୍ରେଡିଙ୍ଗ ଏବଂ ବ୍ରିଟାନିଆ ବିସ୍କୁଟ କମ୍ପାନୀ ସମେତ ଗୋ ଏୟାରୱେସ ମଧ୍ୟ ତାଙ୍କ ଗ୍ରୁପର ଅଟେ । ତାଙ୍କର ସମସ୍ତ ଗ୍ରୁପ କମ୍ପାନୀ ସମ୍ପତି ୧୩.୧ ଆରବ ଡଲାର ଅଟେ ।


Share It

Comments are closed.