ଅନ୍‌ଲାଇନ୍‌ରେ ୧୦,୦୦୦ ଗୃହିଣୀଙ୍କୁ ଦିଆଯିବ ଦକ୍ଷତା ପ୍ରଶିକ୍ଷଣ


ଭୁବନେଶ୍ୱର: ବ୍ରିଟାନିଆ ମ୍ୟାରି ଗୋଲ୍ଡ ପକ୍ଷରୁ ଆଜି ଏହାର ବାର୍ଷିକ ‘ବ୍ରିଟାନିଆ ମ୍ୟାରି ଗୋଲ୍ଡ ମାଇଁ ଷ୍ଟାର୍ଟ ଅପ୍‌’ ଯୋଜନାର ୨ୟ ସଂସ୍କରଣର ଉନ୍ମୋଚନ କରାଯାଇଛି ଯାହାକି ଗୃହିଣୀମାନଙ୍କୁ ଉଦ୍ୟୋଗୀ ବିଚାର ସହ ଆର୍ଥିକ ସହାୟତା ପ୍ରଦାନ କରିବ । ଭାରତର ପ୍ରଥମ ଦକ୍ଷତା ବିକାଶ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ଲାଗି ଜାତୀୟ ଦକ୍ଷତା ବିକାଶ ନିଗମ (ଏନ୍‌ଏସ୍‌ଡିସି) ସହ ସହଭାଗିତା କରିଛି । ଦେଶବ୍ୟାପୀ ମୋଟ ୧୦,୦୦୦ ଗୃହିଣୀ ଏପ୍ରିଲରୁ ଜୁନ୍ ୨୦୨୦ ମଧ୍ୟରେ ଏହି ଅନ୍‌ଲାଇନ୍ ସାର୍ଟିଫିକେଟ୍ କୋର୍ସ ଶେଷ କରିବେ । ସେହିପରି ଏଂଟର୍‌ପ୍ରେନ୍ୟୋର୍‌ସିପ୍‌ର ସମସ୍ତ ପ୍ରମୁଖ ବିଷୟ ଉପରେ ସେମାନଙ୍କୁ ଅନ୍‌ଲାଇନ୍ ପ୍ରଶିକ୍ଷଣ ପ୍ରଦାନ କରାଯିବ ।

ଏହି ଅନ୍‌ଲାଇନ୍ ପାଠ୍ୟକ୍ରମ ଏନ୍‌ଏସ୍‌ଡିସିର ସ୍କିଲ୍‌ଇଣ୍ଡିଆ ପୋର୍ଟାଲରେ ଉପଲବ୍ଧ ହେବ ଯାହା ଡିଜିଟାଲ ମାଧ୍ୟମରେ ଭାରତ ସରକାରଙ୍କ କୌଶଳ ଭାରତ ମିଶନକୁ ସଂଚାଳନ କରିବ । ଏହି ଇ-ପାଠ୍ୟକ୍ରମ ମହିଳାମାନଙ୍କୁ ମୌଳିକ ଯୋଗାଯୋଗ ଦକ୍ଷତା, ସୂଚନା ଓ ଯୋଗାଯୋଗ ପ୍ରାଦ୍ୟୋଗିକ (ଆଇସିଟି) ସହ ଆର୍ଥିକ ସ୍ୱାକ୍ଷରତା ଏବଂ ସାମାଜିକ ଆର୍ଥିକ ଆତ୍ମନିର୍ଭରଶୀଳତା ପାଇଁ ମାଇକ୍ରୋ ଉଦ୍ୟୋଗୀ ଦକ୍ଷତା ହାସଲ କରିବା ପାଇଁ ସଶକ୍ତ କରିବ । ଏହି ଅନ୍‌ଲାଇନ୍ ପ୍ରଶିକ୍ଷଣ ଦେଶବ୍ୟାପୀ ଗୃହିଣୀମାନଙ୍କୁ ସେମାନଙ୍କ ଘରେ ବସି ପାଠ୍ୟକ୍ରମ ପର୍ଯ୍ୟନ୍ତ ସହଜ ପହଂଚ ପ୍ରଦାନ କରିବ । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଭୟ ଇଂରାଜୀ ଓ ହିନ୍ଦୀ ଭାଷାରେ ଉପଲବ୍ଧ ହେବ । ଏହାର ଡିଜିଟାଲ ସ୍କିଲିଙ୍ଗ୍ କଂଟେଂଟ୍ ଗଠନମୂଳକ ଓ ସଂକ୍ଷିପ୍ତ ମୂଲ୍ୟାଙ୍କନ ଦ୍ୱାରା ସମର୍ଥିତ ହେବ ଏବଂ ପାଠ୍ୟକ୍ରମକୁ ସଫଳତାର ସହ ଶେଷ କରିବା ପରେ ଅଂଶଗ୍ରହଣକାରୀଙ୍କୁ ଇ-ସାର୍ଟିଫିକେସ୍ ପ୍ରଦାନ କରାଯିବ । ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ଗୃହିଣୀମାନେ ବ୍ରିଟାନିଆ ମ୍ୟାରି ଗୋଲ୍ଡ ପ୍ୟାକ୍‌ରେ ଦିଆଯାଇଥିବା ନମ୍ବରରେ ମିସ୍ କଲ୍ ଦେଇପାରିବେ କିମ୍ବା ହ୍ୱାଟ୍‌ସଆପ୍ ମେସେଜ୍ ପଠାଇପାରିବେ । ଏଥିସହିତ www.mystartupcontest.com ରେ ଲଗ୍ ଅନ୍ କରି ନିଜ ବିଜ୍‌ନେସ୍ ଆଇଡିଆ ସେୟାର କରିପାରିବେ ।

ବ୍ରିଟାନିଆ ମ୍ୟାରି ଗୋଲ୍ଡ ମାଇଁ ଷ୍ଟାର୍ଟଅପ୍ ଅଭିଯାନର ୨ୟ ସଂସ୍କରଣ ଓ ଏନ୍‌ଏସ୍‌ଡିସି ସହ ସହଭାଗିତା ସମ୍ପର୍କରେ ମତ ରଖି ବ୍ରିଟାନିଆ ଇଣ୍ଡଷ୍ଟ୍ରୀଜ୍ ଲିମିଟେଡ୍‌ର ମାର୍କେଟିଙ୍ଗ ହେଡ୍ ବିନୟ ସୁବ୍ରମଣ୍ୟମ କହିଛନ୍ତି ଯେ, “ ଏନ୍‌ଏସ୍‌ଡିସି ସହ ଆମର ସହଭାଗିତା ଏକ ଜୀବନ୍ତ ଇକୋସିଷ୍ଟମ ଗଠନ କରିବାରେ ଓ ମହିଳାମାନଙ୍କ ମଧ୍ୟରେ କ୍ଷୁଦ୍ର ଉଦ୍ୟୋଗୀକତାକୁ ସୁଗମ କରିବାରେ ସହଯୋଗ କରିବ ।” ଏହି ଅଭିଯାନ ସମ୍ପର୍କରେ , ମୂଖ୍ୟ ଅତିଥି, ଶ୍ରୀ ଅମିତାଭ କାନ୍ତ, ସିଇଓ, ନିତି ଆୟୋଗ କହିଛନ୍ତି ଯେ, “ ମୁଁ ନିର୍ଦ୍ଧିଷ୍ଟ ଭାବେ ଏଥିପାଇଁ ଆନନ୍ଦିତ ଯେ ଏହି ପଦକ୍ଷେପ ମାଧ୍ୟମରେ ଗୃହିଣୀମାନଙ୍କ ପାଇଁ ଆହୁରି ଅଧିକ ସୁଯୋଗ ରହିବ କାରଣ ଅଭିନବତା ପାଇଁ ଭାରତରେ ମହିଳାମାନଙ୍କ ମଧ୍ୟରେ ଏକ ବିରାଟ ମନୋବଳ ରହିଛି ଏବଂ ପ୍ରତ୍ୟେକ ଉପଲବ୍ଧ ଉତ୍ସକୁ ଶ୍ରେଷ୍ଠ କରିବାର କ୍ଷମତା ରହିଛି ଏବଂ ସେମାନଙ୍କ ବିନା ଭାରତ ପାଇଁ ବିକାଶ ସମ୍ଭବପର ନୁହେଁ ।“ କୌଶଳ ବିକାଶ ଓ ଉଦ୍ୟୋଗୀକତା ମନ୍ତ୍ରଣାଳୟର ଯୁଗ୍ମ ସଚିବ ଅନୁରାଧା ଭେମୁରି କହିଛନ୍ତି ଯେ, ସେମାନଙ୍କର ଦକ୍ଷତାକୁ ଜାଗୃତ କରିବା ଓ ସଫଳତା ପାଇବାରେ ସେମାନଙ୍କୁ ସହଯୋଗ କରିବା ପାଇଁ ଏହି ଯାତ୍ରାରେ ଆମେ ସେମାନଙ୍କ ପ୍ରେରକ ହୋଇ ରହିବା ଜାରି ରଖିବୁ । ”


Share It

Comments are closed.