ଚଳିତ ବର୍ଷ ଏହି ଦେଶର ରାଷ୍ଟ୍ରପତି ହେବେ ଗଣତନ୍ତ୍ର ଦିବସର ମୁଖ୍ୟ ଅତିଥି


ପ୍ରତିବର୍ଷ ଗଣତନ୍ତ୍ର ଦିବସ ଅବସରରେ ରାଜପଥଠାରେ ଆୟୋଜିତ ହେଉଥିବା ଭବ୍ୟ ସମାରୋହରେ ଜଣେ ମୁଖ୍ୟ ଅତିଥି ସାମିଲ ହୋଇଥାନ୍ତି । ଚଳିତ ବର୍ଷ ବ୍ରାଜିଲର ରାଷ୍ଟ୍ରପତି ଜୈର୍ ବୋଲ୍‌ସୋନାରୋ ଗଣତନ୍ତ୍ର ଦିବସ ସମାରୋହର ମୁଖ୍ୟ ଅତିଥି ହେବେ । ବ୍ରିକ୍ସ ସମ୍ମିଳନୀ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବ୍ରାଜିଲର ରାଷ୍ଟ୍ରପତି ଜୈର୍ ବୋଲ୍‌ସୋନାରୋଙ୍କୁ ଗଣତନ୍ତ୍ର ଦିବସର ମୁଖ୍ୟ ଅତିଥି ହେବା ପାଇଁ ଆମନ୍ତ୍ରିତ କରିଥିଲେ । ବୋଲ୍‌ସୋନାରୋ ମୋଦିଙ୍କ ଆମନ୍ତ୍ରଣ ସ୍ୱୀକାର କରିଥିଲେ । ଗଣତନ୍ତ୍ର ଦିବସ ସମାରୋହରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ମନ୍ତ୍ରୀ, ବିରୋଧୀ ଦଳର ନେତା ଓ ବିଭିନ୍ନ ଦଳର ପ୍ରମୁଖମାନେ ଯୋଗ ଦେଇଥାନ୍ତି । ଏହି ସମାରୋହରେ ବିଭିନ୍ନ ରାଜ୍ୟର ପ୍ରଜ୍ଞାପନ ମେଢ ମଧ୍ୟ ପ୍ରଦର୍ଶିତ ହୋଇଥାଏ । ପ୍ରଦର୍ଶନୀରେ ପ୍ରତ୍ୟେକ ରାଜ୍ୟର ଲୋଙ୍କ ବିଶେଷତା, ସେଠାକାର ଲୋକଗୀତ, କଳା ଓ ସଂସ୍କୃତିର ପ୍ରଦର୍ଶନ କରାଯାଇଥାଏ ।
୧୯୫୦ରୁ ବର୍ତମାନ ପର୍ଯ୍ୟନ୍ତ ଭାରତର ଗଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବିଭିନ୍ନ ରାଷ୍ଟ୍ରର ନେତା ହେଉଛନ୍ତି ଇଣ୍ଡୋନେସିଆ ରାଷ୍ଟ୍ରପତି ସୁକର୍ଣ୍ଣୋ (୧୯୫୦), ନେପାଳ ରାଜା ତ୍ରିଭୂବନ ବୀର ବିକ୍ରମ ଶାହ (୧୯୫୧), ୧୯୫୨-୫୪ ମଧ୍ୟରେ କୌଣସି ଆମନ୍ତ୍ରଣ ହୋଇନଥିଲା, ପାକିସ୍ତାନର ଗଭର୍ଣ୍ଣର ଜେନେରାଲ ମଲିକ୍ ଗୁଲାମ ମହମ୍ମଦ (୧୯୫୫), ବ୍ରିଟେନ ରାଜକୋଷର କୂଳପତି ଆର୍ ଏ ବଟ୍‌ଲର ଓ ଜାପାନର ମୁଖ୍ୟ ବିଚାରପତି କୋଟାରୋ ତନାକା (୧୯୫୬), ସୋଭିଏତ୍ ସଂଘର ରକ୍ଷାମନ୍ତ୍ରୀ ଜର୍ଜିଆ ଝୁକୋଭ୍ (୧୯୫୭), ଚୀନ୍‌ର ମାର୍ଶଲ୍ ୟେ ଜିୟାନିଙ୍ଗ (୧୯୫୮), ୟୁକେର ଏଡିନ୍‌ବର୍ଗର ଡ୍ୟୁକ୍ ପ୍ରିନ୍ସ ଫିଲିପ୍ (୧୯୫୯), ସୋଭିଏତ୍ ସଂଘର ଅଧ୍ୟକ୍ଷ କ୍ଲିମେଂଟ୍ ବୋରୋସିଲୋଭ୍ (୧୯୬୦), ୟୁକେର ମହାରାଣୀ ଏଲିଜାବେଥ୍ ୨ୟ (୧୯୬୧), ଡେନ୍‌ମାର୍କର ପ୍ରଧାନମନ୍ତ୍ରୀ ଭିଗୋ କ୍ୟାମ୍ପ୍‌ମନ୍ (୧୯୬୨), କମ୍ବୋଡିଆର ରାଜା ନୋରୋଡୋମ୍ ସିହାନୋକ୍ (୧୯୬୩), ୟୁକେର ପ୍ରତିରକ୍ଷା କର୍ମଚାରୀଙ୍କ ମୁଖ୍ୟ ଲର୍ଡ ଲୁଇସ୍ ମାଉଂଟ୍‌ବ୍ୟାଟେନ୍ (୧୯୬୪), ପାକିସ୍ତାନର ଖାଦ୍ୟ ଓ କୃଷି ମନ୍ତ୍ରୀ ରାଣା ଅବ୍‌ଦୁଲ ହମିଦ୍ (୧୯୬୫), ୧୯୬୬ (କୌଣସି ଆମନ୍ତ୍ରଣ ହୋଇନଥିଲା),

ଆଫ୍‌ଗାନିସ୍ତାନର ରାଜା ମହମ୍ମଦ ଜହିର ଶାହ (୧୯୬୭), ସୋଭିଏତ୍ ସଂଘର ଅଧ୍ୟକ୍ଷ ଆଲେକ୍ସି କେକାସିଗିନ୍ ଓ ୟୁଗୋସ୍ଲାଭିଆର ରାଷ୍ଟ୍ରପତି ଜୋସିପ୍ ବ୍ରୋଜ୍ ଟିଟୋ (୧୯୬୮), ବଲ୍‌ଗେରିଆ ପ୍ରଧାନମନ୍ତ୍ରୀ ଟୋଡୋର ଝିକ୍କୋଭ୍ (୧୯୬୯), ବେଲ୍‌ଜିୟମର ରାଜା ବୌଦୌଇନ୍ (୧୯୭୦), ତାଞ୍ଜାନିଆ ରାଷ୍ଟ୍ରପତି ଜୁଲିୟସ୍ ନ୍ୟେରେ (୧୯୭୧), ମରିଶସ୍ ପ୍ରଧାନମନ୍ତ୍ରୀ ସିଇଭୋସଗୁର୍ ରାମଗୁଲାମ (୧୯୭୨), ଜୈରେ ରାଷ୍ଟ୍ରପତି ମୋବୂତୁ ସେସେ ସେକୋ (୧୯୭୩), ୟୁଗୋସ୍ଲାଭିଆ ରାଷ୍ଟ୍ରପତି ଜୋସିପ୍ ବ୍ରୋଜ୍ ଟିଟୋ ଓ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ସିରିମାଭୋ ବନ୍ଦରାନାଇକ୍ (୧୯୭୪), ଜାମ୍ବିଆ ରାଷ୍ଟ୍ରପତି କେନେଥ୍ କୌଣ୍ଡା (୧୯୭୫), ଫ୍ରାନ୍ସ ପ୍ରଧାନମନ୍ତ୍ରୀ ଜାକ୍ ସିରାକ୍ (୧୯୭୬), ପୋଲାଣ୍ଡର ପ୍ରଥମ ସଚିବ ଏଡ୍‌ୱାର୍ଡ ଗିରେକ୍ (୧୯୭୭), ଆୟରଲ୍ୟାଣ୍ଡ ରାଷ୍ଟ୍ରପତି ପ୍ୟାଟ୍ରିକ୍ ହିଲେରୀ (୧୯୭୮), ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ମ୍ୟାଲ୍‌କମ୍ ଫ୍ରେଜର (୧୯୭୯), ଫ୍ରାନ୍ସ ରାଷ୍ଟ୍ରପତି ଭୈଲେରି ଗିସ୍କର୍ଡ ଡି ଏଷ୍ଟାଇଙ୍ଗ୍ (୧୯୮୦), ମେକ୍ସିକୋ ରାଷ୍ଟ୍ରପତି ଜୋସ୍ ଲୋପେଜ୍ ପୋର୍ଟିଲୋ (୧୯୮୧), ସ୍ପେନ୍ ରାଷ୍ଟ୍ରପତି କିଙ୍ଗ୍ ଜୁଆନ୍ କାର୍ଲୋସ୍ ଆଇ (୧୯୮୨), ନାଇଜେରିଆ ରାଷ୍ଟ୍ରପତି ସେହୁ ସାଗ୍‌ରି (୧୯୮୩), ଭୁଟାନର ରାଜା ଜିଗ୍‌ମେ ସିଙ୍ଗ୍ୟେ ୱାଙ୍ଗଚୁକ୍ (୧୯୮୪),ଆର୍ଜେଂଟିନା ରାଷ୍‌ଯ୍ରପତି ରାଓଲ ଅଲ୍‌ଫୋନ୍‌ସିନ୍ (୧୯୮୫), ଗ୍ରୀସ୍ ପ୍ରଧାନମନ୍ତ୍ରୀ ଆଣ୍ଡ୍ରିଆସ୍ ପୈପାଣ୍ଡ୍ରେଓ (୧୯୮୬), ପେରୁ ରାଷ୍ଟ୍ରପପତି ଏଲନ୍ ଗାର୍ସିଆ (୧୯୮୭), ଶ୍ରୀଲଙ୍କା ରାଷ୍ଟ୍ରପତି ଜେ ଆର୍ ଜୟବର୍ଦ୍ଧନେ (୧୯୮୮), ଭିଏତନାମ ଜେନେରାଲ ସଚିବ ଗୁୟେନ ୱାନ୍ ଲିନ୍ (୧୯୮୯), ମରିଶସ ପ୍ରଧାନମନ୍ତ୍ରୀ ଅନିରୁଦ୍ଧ ଜୁଗ୍‌ନଥ୍ (୧୯୯୦), ମାଳଦ୍ୱୀପ ରାଷ୍ଟ୍ରପତି ମମୁନ ଅବ୍‌ଦୁଲ ଗୟୁମ୍ (୧୯୯୧), ପର୍ତୁଗାଲ ରାଷ୍ଟ୍ରପତି ମାରିୟୋ ସୋରେସ୍ (୧୯୯୨), ୟୁକେ ପ୍ରଧାନମନ୍ତ୍ରୀ ଜନ୍ ମେଜର୍ (୧୯୯୩), ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଗୋହ ଚୋକ୍ ଟୋଙ୍ଗ୍ (୧୯୯୪), ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ନେଲ୍‌ସନ୍ ମାଣ୍ଡେଲା (୧୯୯୫), ବ୍ରାଜିଲ ରାଷ୍ଟ୍ରପତି ଡଃ ଫର୍ଣ୍ଣାଡୋ ହେନ୍‌ରିକ୍ କାର୍ଡେସୋ (୧୯୯୬), ତ୍ରିନିଦାଦ୍ ଆଣ୍ଡ ଟବାଗୋ ପ୍ରଧାନମନ୍ତ୍ରୀ ବାସଦେବ୍ ପାଣ୍ଡେ (୧୯୯୭),

ଫ୍ରାନ୍ସ ରାଷ୍‌ଯ୍ରପତି ଜ୍ୟାକ୍ ସିରାକ୍ (୧୯୯୮), ନେପାଳ ରାଜା ବିରେନ୍ଦ୍ର ବୀର ବିକ୍ରମ ଶାହ ଦେବ (୧୯୯୯), ନାଇଜେରିଆ ରାଷ୍ଟ୍ରପତି ଓଲେଜଗୁନ୍ ଓବାସାଞ୍ଜୋ (୨୦୦୦), ଆଲ୍‌ଜେରିଆ ରାଷ୍ଟ୍ରପତି ଅବ୍‌ଦେଲଜିଜ୍ ବୁଟିଫିଲା (୨୦୦୧), ମରିଶସ ରାଷ୍ଟ୍ରପତି କସମ ଉତେମ (୨୦୦୨), ଇରାନ୍ ରାଷ୍ଟ୍ରପତି ମହମ୍ମଦ ଖଟାମି (୨୦୦୩), ବ୍ରାଜିଲ ରାଷ୍ଟ୍ରପତି ଲୁଇଜ୍ ଇନାସିଓ ଲୁଲା ଦା ସିଲ୍‌ଭା (୨୦୦୪), ଭୁଟାନ ରାଜା ଜିଗ୍‌ମେ ସିଙ୍ଗ୍ୟେ ୱାଙ୍ଗ୍‌ଚୁକ୍ (୨୦୦୫), ସାଉଦି ଆରବ ରାଜା ଅବ୍‌ଦୁଲ୍ଲା ବିନ୍ ଅବ୍‌ଦୁଲଅଜିଜ୍ ଅଲ୍‌ସଉଦ୍ (୨୦୦୬), ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ (୨୦୦୭), ଫ୍ରାନ୍ସ ରାଷ୍ଟ୍ରପତି ନିକୋଲସ୍ ସର୍‌କୋଜି (୨୦୦୮), କଜାଖସ୍ତାନ ରାଷ୍ଟ୍ରପତି ନୁର୍‌ସୁଲ୍‌ତାନ ନଜରବାୟେବ୍ (୨୦୦୯), ଦକ୍ଷିଣ କୋରିଆ ରାଷ୍ଟ୍ରପତି ଲି ମୟୁଙ୍ଗ୍ ବାକ୍ (୨୦୧୦), ଇଣ୍ଡୋନେସିଆ ରାଷ୍ଟ୍ରପତି ସୁସିଲୋ ବାମ୍ବାଙ୍ଗ ୟୁଧୋୟୋନୋ (୨୦୧୧), ଥାଇଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ୟିଙ୍ଗ୍‌ଲୁକ୍ ଶିନାବାତ୍ରା (୨୦୧୨), ଭୁଟାନ ରାଜା ଜିଗ୍‌ମେ ଖେସର ନାମଗ୍ୟାଲ ୱାଙ୍ଗଚୁକ୍ (୨୦୧୩), ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ (୨୦୧୪), ଆମେରିକା ରାଷ୍ଟ୍ରପତି ବାରାକ୍ ଓବାମା (୨୦୧୫), ଫ୍ରାନ୍ସ ରାଷ୍ଟ୍ରପତି ଫ୍ରାଙ୍କୋଇସ୍ ହୋଲାଣ୍ଡ (୨୦୧୬), ୟୁଏଇ କ୍ରାଉନ୍ ପ୍ରିନ୍ସ ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହୟାନ (୨୦୧୭), ୨୦୧୮ (ଥାଇଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ଜେନେରାଲ ପ୍ରାୟୁତ ଚାନ୍ ଓ ଚା, ମ୍ୟାନ୍‌ମାର୍‌ର ସର୍ବୋଚ୍ଚ ନେତା ଆଙ୍ଗ୍ ସାନ୍ ସୁ କି, ବ୍ରୁନେଇ ସୁଲ୍‌ତାନ ହସନଅଲ୍ ବୋଲ୍‌କିଆ, କମ୍ବୋଡିଆର ପ୍ରଧାନମନ୍ତ୍ରୀ ହୁନ୍ ସେନ୍‌, ଇଣ୍ଡୋନେସିଆର ରାଷ୍ଟ୍ରପତି ଜୋନୋ ଭିଡୋଡୋ, ସିଙ୍ଗାପୁରର ପ୍ରଧାନମନ୍ତ୍ରୀ ଲି ସିୟନ ଲୁଙ୍ଗ୍‌, ମ୍ୟାଲେସିଆର ପ୍ରଧାନମନ୍ତ୍ରୀ ନଜିବ ରଜାକ୍‌, ଭିଏତନାମର ପ୍ରଧାନମନ୍ତ୍ରୀ ଗୁୟେନ ସୁୟାନ ଫୁକ୍‌, ଲାଓସ୍‌ର ପ୍ରଧାନମନ୍ତ୍ରୀ ଥାଙ୍ଗଲୌନ୍ ସିସୋଲିଥ୍‌, ଫିଲିପାଇନ୍ସର ରାଷ୍ଟ୍ରପତି ଡ୍ରିଗୋ ଦୁତେର୍ତେ) ଏବଂ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ସାୟରିଲ୍ ରାମାଫୋସା (୨୦୧୯) ।


Share It

Comments are closed.