ପ୍ରଶାନ୍ତଙ୍କ ପାଇଁ ଏଥର ସହଜ ହେବ ନାହିଁ ଟିକେଟ ହାତେଇବା, ଚାଲିଲାଣି ଜୋରଦାର ବିରୋଧ


ନିର୍ବାଚନ ତାରିଖ ଦିନକୁ ଦିନ ଯେତେ ପାଖେଇ ଆସୁଛି ତାହାକୁ ନେଇ ସମସ୍ତ ଦଳର ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ ଚଞ୍ଚକତା ସେତେ ବଢିବାକୁ ଲାଗିଲାଣି । ଅନ୍ୟ ନିର୍ବାଚନ ମଣ୍ଡଳୀ ଭଳି ଏଥିରୁ ବାଦ ପଡି ନାହିଁ ଜଗତସିଂହପୁର ଜିଲ୍ଲାର ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀ । ଅନ୍ୟ ନିର୍ବାଚନ ମଣ୍ଡଳୀ ଭଳି ଏଠାରେ ମଧ୍ୟ ଟୁୟିଷ୍ଟ ଏବଂ ସସପେନ୍ସ ଲାଗି ରହିଛି । ଏହି ନିର୍ବାଚନ ମଣ୍ଡଳୀ ବର୍ତ୍ତମାନ ବିଜେଡି ଦଖଲରେ ଥିବା ବେଳେ ଏହାର ବିଧାୟକ ହେଉଛନ୍ତି ପ୍ରଶାନ୍ତ ମୁଦୁଲି । ତେବେ ଆଗାମୀ ନିର୍ବାଚନରେ ବିଧାୟକ ପ୍ରଶାନ୍ତ, ଦଳ ତରଫରୁ ଟିକେଟ ହାତେଇ ପାରିବେ କି ନାହିଁ ତାହାକୁ ନେଇ ଲୋକଙ୍କ ମନରେ ବର୍ତ୍ତମାନ ଠାରୁ ଆଶଙ୍କା ପ୍ରକାଶ ପାଇ ଲାଣି । କାରଣ ଲୋକସଂପର୍କରେ ଅଭାବ ଏବଂ ବାଲିକୁଦା-ଏରସମାରେ ମନ୍ଥର ଗତି ଚାଲିଥିବା ଉନ୍ନୟନ ମୂଳକ କାମ ଯୋଗୁଁ ପ୍ରଶାନ୍ତ ଟିକେଟ ହାତଇବାରେ ଏଥିର ଅସଫଳ ରହିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି ।

ବର୍ତ୍ତମାନ ଦଳ ତରଫରୁ ଏଠାରେ ନୂଆ ଯୁବ ମୁହଁ ଖୋଜା ଚାଲିଥିବାବେଳେ ଏହି ରେସରେ ସାମିଲ ଅଛନ୍ତି ବିଜୁ ଛାତ୍ର ଜନତା ଦଳର ପୂର୍ବତ୍ତନ ସାଧାରଣ ସମ୍ପାଦକ ତଥା ବାଲିକୁଦା ପଞ୍ଚାୟତ ସମିତିର ସମିତ ସଭ୍ୟ ‘ସୌମ୍ୟଜିତ ମହାପାତ୍ର’ । ସୌମ୍ୟଙ୍କର ଏଠାରେ ଭଲ ଲୋକ ସଂପର୍କ ଥିବା ହେତୁ ତାଙ୍କୁ ବିଜେଡି ତରଫରୁ ପ୍ରାର୍ଥୀ କରାଗଲେ ସେ ସୁନିଶ୍ଚିତ ବିଜୟୀ ହେବେ ବୋଲି ତାଙ୍କ ସମର୍ଥକମାନେ ଦାବୀ କରି ଆସୁଛନ୍ତି । ନିକଟ କିଛି ଦିନ ତଳେ ସୌମ୍ୟ ଏକ ବିଶାଳ ବାଇକ ର‌୍ୟାଲି କରି ନିଜର ଶକ୍ତି ପ୍ରଦର୍ଶନ କରିଥିବାବେଳେ ଏହି ବାଇକ ର‌୍ୟାଲିରେ ତାଙ୍କର ବିପୁଳ ସମର୍ଥକଙ୍କ ସମାଗମକୁ ଦେଖି ବିରୋଧିଙ୍କ ମନରେ ଭୟର ବାତାବରଣ ଖେଳିଯାଇଛି ।

ଜଗତସିଂହପୁର ଜିଲ୍ଲାର ଏହା ଏକ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ମଣ୍ଡଳୀ ହୋଇଥିବା ହେତୁ ହାଇକମାଣ୍ଡ ଏଥିପାଇଁ କିଛି ବିକଳ୍ପ ଯୋଜନା କରୁଛନ୍ତି ବୋଲି ରାଜନୈତିକ ବିଶେଷଜ୍ଞମାନେ ମତବ୍ୟକ୍ତ କରିବା ସହ ଆଉ କିଛି ଦିନ ପରେ ଏହାର ଚିତ୍ର ସ୍ପଷ୍ଟ ହୋଇଯିବ ବୋଲି କହିଛନ୍ତି ।


Share It

Comments are closed.