ଦେଢ ବର୍ଷରେ ବିଜେପୁରରେ ତିନି ଥର ନିର୍ବାଚନ


ବିଜେପୁରରେ ପୁଣିଥରେ ନିର୍ବାଚନ ହେବ । ଦେଢ ବର୍ଷ ମଧ୍ୟରେ ତିନିଥର ନିର୍ବାଚନ ହେଲାଣି । ପୂର୍ବବର୍ଷ ବିଧାୟିକା ରିତାରାଣୀ ସାହୁ ଏଥର ପୁଣି ଥରେ ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି । ସେହିପରି ବିଜେପି ଏବଂ କଂଗ୍ରେସ ପକ୍ଷରୁ ମଧ୍ୟ ପ୍ରାର୍ଥୀ ଘୋଷଣା କରାଯାଇଛି । ତିନୋଟି ପ୍ରମୁଖ ରାଜନୈତିକ ଦଳ ବିଜେଡି, କଂଗ୍ରେସ ଏବଂ ବିଜେପି ନିଜ ପ୍ରାର୍ଥୀ ଘୋଷଣା କରି ସାରିଥିବାବେଳେ ସମସ୍ତେ ନିଜର ନାମାଙ୍କ ପତ୍ର ମଧ୍ୟ ଦାଖଲ କରି ସାରିଛନ୍ତି ।
ଶ୍ରୀମତୀ ରୀତା ସାହୁ ବିଜେଡିରୁ ପ୍ରାର୍ଥୀ ହୋଇଥିବାବେଳେ ବିଜେପିରୁ ସନତ ଗଡତିଆ ଏବଂ କଂଗ୍ରେସରୁ ଦୀଲିପ ପଣ୍ଡା ପ୍ରାର୍ଥୀ ହୋଇଛନ୍ତି । ଗତ ସାଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁରରୁ ପ୍ରାର୍ଥୀ ହୋଇ ବିଜେପି ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ହରାଇଥିବାବେଳେ ସେ ହିଞ୍ଜିଳିକାଟୁ ଏବଂ ବିଜେପୁରରୁ ଦୁଇଟି ଯାକ ଆସନରୁ ପ୍ରାର୍ଥୀ ହୋଇ ବିଜୟଥିବା ହେତୁ ସେ ନିଜ ପାରମ୍ପରିକ ଆସନ ହିଞ୍ଜିଳିକାଟୁକୁ ରଖି ବିଜେପୁର ଆସନରୁ ନିଜ ଇସ୍ତଫା ଦେଇଥିଲେ ।
ଅପରପକ୍ଷରେ ରୀତା ସାହୁ ନିର୍ବାଚନ ପୂର୍ବରୁ ବିଜେପୁର ବିଧାୟିକା ଥିବାବେଳେ ୩ଟି ମୁଖ୍ୟ ଦଳ ଆଶା ବାନ୍ଧିଛନ୍ତି ଯେ, ସେ ନିଶ୍ଚୟ ଜିତିବେ । ସେହିପରି ଗତ ନିର୍ବାଚନରେ ପ୍ରାୟ ୫୦ ହଜାର ଭୋଟରେ ହାରିଥିବା ସନତ ପୁଣି ଥରେ ରୀତାଙ୍କ ବିପକ୍ଷରେ ପ୍ରାର୍ଥୀ ହୋଇଛନ୍ତି । ସମସ୍ତ ଦଳ ପରସ୍ପର ଉପରେ ଆରୋପ ପ୍ରତ୍ୟରୋପ ଆରମ୍ଭ କରିଦେଇଥିବାବେଳେ ଏହି ଆସନକୁ କିପରି ନିଜ ହାଟମୁଠାକୁ ଅଣାଯିବ ସେଥିପାଇଁ ସମସ୍ତ ଦଳ ନିଜ ପାରୁ ପର୍ଯ୍ୟନ୍ତ ଚେଷ୍ଟା ଜାରି ରଖିଛନ୍ତି ।
ପ୍ରକାଶ ଥାଉକି, ପୂର୍ବତ୍ତନ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ଅକାଳ ବିୟୋଗରେ ତାଙ୍କ ପତ୍ନୀ ରୀତା ସାହୁ ବିଜେଡି ମିଶି ଦଳ ପକ୍ଷରୁ ପ୍ରାର୍ଥୀ ହୋଇଥିବାବେଳେ ଅନ୍ୟପଟେ କଂଗ୍ରେସ ଏହି ନିର୍ବାଚନରୁ ଦୁଇ ଦୁଇ ଥର ପଛରେ ପଡିଯାଇଛି । କଂଗ୍ରେସକୁ ବିଜୟ ପାଇଁ ବର୍ତ୍ତମାନ ଅର୍ଥ ବାଧକ ସାଜିଥିବାବେଳେ କିନ୍ତୁ ବିଜେଡି ଏବଂ ବିଜେପି, ଏହି ଆସନକୁ ଅକ୍ତିଆର କରିବା ପାଇଁ ନିଜର ସମସ୍ତ ବଳ ପ୍ରୟୋଗ କରିପାରେ ବୋଲି ରାଜନୀତି ବିଶେଷଜ୍ଞ ମାନେ ମତ ଦେଇଛନ୍ତି


Share It

Comments are closed.