ଶ୍ରୀଦେବୀଙ୍କ ଉପରେ ହେଉଛି ବାୟୋପିକ


ଯୁବ ସମୟ- ବଲିଉଡର ଭେଟରାନ ଆକ୍ଟର ଅଭିନେତ୍ରୀ ଶ୍ରୀଦେବୀଙ୍କ ସହ କାମ କରିବାର ଅବଶୋଷ ଜୀବନସାର ଅନୁଭବ କରିବେ ଫିଲ୍ମ ନିର୍ମାତା ହଂସଲ ମେହଟା । ଏହାର ଭେଟରାନ ଅଭିନେତ୍ରା ଶ୍ରୀଦେବୀଙ୍କ ଆକ୍ସମିକ ମୃତ୍ୟୁର ଠିକ ପୂର୍ବରୁ ତାଙ୍କ ସହ ଏକ ଫିଲ୍ମ କରିବା ଲାଗି ଯୋଗାଯୋଗ କରିଥିଲେ ମେହଟା । ତାଙ୍କର ଆକ୍ସମିକ ମୃତ୍ୟୁ ସମସ୍ତ ବଲିଉଡ ସମେତ ବିଶ୍ୱର ସମସ୍ତ ଫିଲ୍ମ ଜଗତକୁ ସ୍ତବ୍ଧ କରିଦେଇଥିବା ବେଳେ ଏବେ ତାଙ୍କର ଉପରେ ପର୍ଯ୍ୟବେଶିତ ଏକ ବାୟୋପିକ ଫିଲ୍ମ କରିବାକୁ ଲାଗିପଡିଛନ୍ତି ନିର୍ମାତାମାନେ । ଯାହା ପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯାଇଛି ।

ତେବେ ସୂଚନା ମୁତାବକ ଶ୍ରୀଦେବୀଙ୍କ ଏହି ବାୟୋପିକ ଫିଲ୍ମରେ ମୁଖ୍ୟ ଅଭିନେତ୍ରା ରୂପେ ବିଦ୍ୟା ବାଲାନ ଅଭିନୟ କରିପାରନ୍ତି । ଏହି ଫିଲ୍ମ ଲାଗି ବିଦ୍ୟାଙ୍କୁ ଆପ୍ରୋଚ କରାଯାଇଥିବାର ଜଣାପଡିଛି । ଏହି ପରୀପେକ୍ଷରେ ଫିଲ୍ମର ନିର୍ମାତା ଶ୍ରୀ ମେହଟା କହିଛନ୍ତି ଯେ, ‘ଶ୍ରୀଦେବୀଙ୍କ ଭଳି ଆଉ ଅଭିନେତ୍ରୀ ମିଳିବା କଷ୍ଟକର, ତାଙ୍କ ସହ କାମ କରିବାର ଅବଶୋଷ ଜୀବନ ସାରା ରହିବ । ସେଥିପାଇଁ ତାଙ୍କ ଉପରେ ପର୍ଯ୍ୟବେଶିତ ଏକ ବାୟୋପ୍ଖଳ କରି ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବୀ’ ।


Share It

Comments are closed.