ପଦ୍ମ ଛାଡିବେ ଦିଲୀପ ଏବଂ ବିଜୟ


ଆସନ୍ତାକାଲି ବିଜେପିରୁ ଇସ୍ତଫା ଦେଇପାରନ୍ତି ରାଉରକେଲା ବିଧାୟକ ଦିଲୀପ ରାୟ । ମିଳିଥିବା ସୂଚନା ମୁତାବକ ଦୀଲିପ ନିଜର ବିଧାୟକ ପଦରୁ ଇସ୍ତଫା ଦେବା ସହ ବିଜେପିର ହାତ ଛାଡିବେ ବୋଲି ନିଷ୍ପତି ନେଇପାରନ୍ତି । ତେବେ ଆସନ୍ତା କାଲି ଦିଲୀପ ବାଚସ୍ପତିଙ୍କୁ ଭେଟି ଇସ୍ତାଫା ପତ୍ର ପ୍ରଦାନ କରି ବିଧିବଦ୍ଧଭାବେ ବିଧାୟକ ପଦରୁ ଇସ୍ତଫା ପତ୍ର ଦେବେ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି ।
ପ୍ରକାଶ ଥାଉକି ବ୍ରାହ୍ମଣୀ ନଦୀ ଉପରେ ଦ୍ୱିତୀୟ ସେତୁ କାର୍ଯ୍ୟରେ ବିଳମ୍ବ ହେବା ନିଷ୍ପତିକୁ ନେଇ ସେ ଗତ କିଛି ଦିନ ତଳେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଏହା ସହ ସେ ଚଳିତ ମାସ ଶେଷ ସୁଦ୍ଧା ବଡ ନିଷ୍ପତି ନେବା ସହ ବିଧାୟକ ପଦ ଏବଂ ବିଜେପି ହାତ ଛାଡିବେ ବୋଲି ଇସାରା ଦେଇଥିଲେ ।
ସେପଟେ କେବଳ ଦିଲୀପ ନୁହଁନ୍ତି ବିଜେପିରେ କୋଣଠେସା ହୋଇ ପଡିଥିବା ବିଜୟ ମହାପାତ୍ର ମଧ୍ୟ ବିଜେପିର ହାତ ଛାଡିବେ ବୋଲି ସ୍ପଷ୍ଟ ଇସାରା ଦେଇସାରିଲେଣି । ଗତ କିଛି ଦିନ ତଳେ ଦିଲୀପ ଦେଇଥିବା ବୟାନ ଏବଂ ନିଷ୍ପତିକୁ ବିଜୟ ସମର୍ଥନ ଜଣାଇଥିଲେ ।
ଏହା ସହ ଉଭୟ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କୁ ନିଜ ଇସ୍ତପା ପତ୍ର ପଠାଇବେ ବୋଲି ଜଣାପଡିଛି । ଅନେକ ଦିନ ହେବ ଦଳରେ କୋଣଠେସା ହୋଇ ପଡିଥିବା ଏହି ଦୁଇ ନେତା ଶେଷରେ ବାଧ୍ୟ ହୋଇ ଏହି ନିଷ୍ପତି ନେଇ ବୋଲି ସ୍ପଷ୍ଟବାରି ହେଉଯାଉଛି ।


Share It

Comments are closed.