ଚିରଞ୍ଜିବୀଙ୍କ ଆଗାମୀ ଫିଲ୍ମରେ ନଜର ଆସିବେ ବିଗ ବି


ଯୁବ ସମୟ – ୭୫ ବର୍ଷିୟ ବଲିଉଡ ସୁପରଷ୍ଟାର ଅମିତାବ ବଚ୍ଚନ ବଲିଉଡ ପରେ ଦକ୍ଷିଣ ଭାରତରେ ନିଜର ଯାଦୁ ଦେଖାଇବା ପାଇଁ ପ୍ରସ୍ତୁତ । ବିଗ୍ ବି ଚିରଞ୍ଜିବୀଙ୍କ ଫିଲ୍ମ ସେ ରା ନରସିଂହମା ରେଡ୍ଡି ଫିଲ୍ମରେ ନରସିଂହା ଭୂମିକାରେ ନଜର ଆସିବେ । ଏହି କାହାଣୀଟି ସ୍ୱର୍ଗତ ସ୍ୱାଧିନତା ସଂଗ୍ରାମୀ ଉଲ୍ଲଲାୱଡା ନରସିଂହା ରେଡ୍ଡୀଙ୍କ ଜୀବନକାହାଣୀ ଉପରେ ପ୍ରସ୍ତୁତ ।
ଚିରଞ୍ଜିବୀଙ୍କ ଏହି ଫିଲ୍ମଟିରେ ଅମିତାବଙ୍କ ନୂତନ ପ୍ରକାରର ଅବତାର ଦେଖିବାକୁ ମିଳିଛି । ବିଗ୍ ବି ନିଜର ବ୍ଲଗରେ ଦକ୍ଷିଣ ଭାରତୀୟ ସୁପରଷ୍ଟାର ଚିରଞ୍ଜିବୀଙ୍କ ସହିତ କାମ କରୁଛନ୍ତି ବୋଲି କହିଥିଲେ । ବିଗ୍ ବି ଙ୍କ ଅଭିନିତ ଫିଲ୍ମ ୧୦୨ ନଟ ଆଉଟ ମାର୍ଚ୍ଚରେ ପରଦାକୁ ଆସୁଥିବା ବେଳେ ଥଗସ୍ ଅଫ ହିନ୍ଦୁସ୍ତାନର ସୁଟିଙ୍ଗ ଚାଲୁ ରହିଛି ।


Share It

Comments are closed.