ବିଶ୍ୱର ୨୦ ସହର ମଧ୍ୟରେ ଭୁବନେଶ୍ୱର


ବିଶ୍ୱରେ ୨୦ ସ୍ମାର୍ଟ ସିଟିକୁ ନେଇ ଗ୍ଲୋବାଲ ସିଟି ପର୍ଫର୍ମାନ୍ସ ଇଣ୍ଡେକ୍ସ-୨୦୧୭ ର୍ୟାଙ୍କିଙ୍ଗ୍ରେ ଭୁବନେଶ୍ୱର ସ୍ଥାନ ପାଇଛି ।ବିଶ୍ୱର ୨୦ଟି ସହରର ୪ଟି ମାନଦଣ୍ଡକୁ ଜୁନିପର ରିସର୍ଚ ଏକ ଆନ୍ତର୍ଜାତୀୟ ସଂସ୍ଥା ସର୍ଭେରେ ସିଙ୍ଗାପୁର ସହର ପ୍ରଥମ ସ୍ଥାନରେ ରହିଛି । ଆଧୁନିକ ଜ୍ଞାନକୌଶଳ ଦ୍ୱାରା କିପରି କୋକଙ୍କ ବିଭିନ୍ନ କାର୍ଯ୍ୟରେ ସମୟ ବଞ୍ଚାଇବା ଏବଂ ସମସ୍ତଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ହେଉଛି ଏହାର ମୂଳ ଲକ୍ଷ୍ୟ ।

ସ୍ମାର୍ଟ ସିଟି ଗୁଡ଼ିକର ଜନ ପରିବହନ, ସ୍ୱାସ୍ଥ୍ୟ, ଉତ୍ପାଦନ, ସୁରକ୍ଷା କ୍ଷେତ୍ରକୁ ନେଇ ଗତବର୍ଷ ଜୁନ୍-ସେପ୍ଟେମ୍ବର ମଧ୍ୟରେ ଜୁନିପର ରିସର୍ଚ ସଂସ୍ଥା ପକ୍ଷରୁ ଏକ ସର୍ଭେ କରାଯାଇଥିଲା । ବିଶ୍ୱରେ ଭୁବନେଶ୍ୱର ସହର ପରିବହନ, ସ୍ୱାସ୍ଥ୍ୟ, ଉତ୍ପାଦନ କ୍ଷେତ୍ରରେ ୧୩ତମ ସ୍ଥାନରେ ରହିଛି । ଭୁବନେଶ୍ୱର ମହିଳାଙ୍କ ସୁରକ୍ଷା କ୍ଷେତ୍ରରେ ଉତ୍ତମ କାର୍ଯ୍ୟ କରିଛି ବୋଲି ଉକ୍ତ ସଂସ୍ଥା ଦର୍ଶାଇଛି । ବାର୍ସିଲୋନା, ବର୍ଲିନି, ପୋର୍ଟଲ୍ୟାଣ୍ଡ୍, ମେକ୍ସିକୋ, ୟୁକ୍ସି, ୟିଦୁଆନ୍ ଏବଂ ହ୍ୟାଙ୍ଗ୍ଜୋୟ ପରି ସହରମାନଙ୍କୁ ପଛରେ ପକାଇ ଭୁବନେଶ୍ୱର ୧୩ ତମ ସ୍ଥାନ ଅଧିକାର କରିଛି । ସମଗ୍ର ଦେଶ ପାଇଁ ଏହା ଏକ ଖୁସିର ଖବର ।


Share It

Comments are closed.