ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର ମୋର ପ୍ରିୟ ବିମାନ ବନ୍ଦର : ଅମିତାଭ ବଚ୍ଚନ


ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର ହେଉଛି ବଲିଉଡର ମହାନାୟକ ଅମିତାଭ ବଚ୍ଚନଙ୍କ ପସନ୍ଦର ପ୍ରଥମ ବିମାନ ବନ୍ଦର । ଏହି କଥାଟି ଆପଣଙ୍କୁ ଆଶ୍ଚର୍ଯୟ ଲାଗିଲେ ବି ଏହା ସତ । ଖୋଦ ଅମିତାଭ ବଚ୍ଚନ ଏକ ସାକ୍ଷତକାର ମାଧ୍ୟମରେ ଏହାର ସୂଚନା ଦେଇଛନ୍ତି । ଭ୍ରମଣ ଲେଖିକା ଆରତି ସିଂହ କପୁରଙ୍କୁ ଦେଇଥିବା ଏକ ସାକ୍ଷାତକାରରେ ଅମିତାଭ କହିଥିଲେ ଯେ, ଭୁବନେଶ୍ୱର ବିମାନ ବନ୍ଦର ଅନ୍ୟ ମେଟ୍ରୋ ସହରରେ ଥିବା ବିିମାନ ବନ୍ଦର ତୁଳନାରେ ଛୋଟ ହେଲେ ମଧ୍ୟ ଏହାର ଅଖପାଖର ପରିସର ବେଶ ସଫାସୁତୁରା । ଏଠାରେ ଯାତ୍ରୀଙ୍କ ପାଇଁ ଆବଶ୍ୟକୀୟ ସମସ୍ତ ସୁବିଧା ଉପଲବ୍ଧ ଥିବା ସହ ସେଠାରେ ଥିବା ଶୃଙ୍ଖଳିତ ଗ୍ରାଉଣ୍ଡ ଷ୍ଟାଫଙ୍କ ଯୋଗୁଁ ଏହା ମୋର ସବୁଠାରୁ ପ୍ରିୟ ବିମାନ ବନ୍ଦର ଅଟେ ।

ବିମାନ ବନ୍ଦରକୁ ଯାତାୟାତ ଦୃଷ୍ଟିକୋଣରୁ ଏହା ଉଚିତ ସ୍ଥାନ ବୋଲି ବଲିଉଡର ମହାନାୟକ ଅମିତାଭ ବଚ୍ଚନ କହିଥିଲେ । ଏୟାରପୋର୍ଟ ଇଣ୍ଡିଆ ପତ୍ରିକା ଅଗଷ୍ଟ ୨୦୧୮ ସଂସ୍କରଣରେ ଏହା ପ୍ରକାଶିତ ହୋଇଛି । ବର୍ତ୍ତମାନ ଏବେ ସୋସିଆଲ ମିଡିଆରେ ଭାଇରାଲରେ ହେବାରେ ଲାଗୁଛି । ଏୟାରପୋର୍ଟ ଇଣ୍ଡିଆ ହେଉଛି ଏକ ମାସିକିଆ ପତ୍ରିକା ଯାହାକି ଏୟାରପୋର୍ଟ ଅଥୋରିଟି ଅଫ ଇଣ୍ଡିଆ ଦ୍ୱାରା ପ୍ରକାଶିତ ହୋଇଥାଏ ।


Share It

Comments are closed.