ଭାରତୀ ଆକ୍ସା ଲାଇଫ ଇନସ୍ୟୁରାନ୍ସକୁ ଆସୋଚାମ ପକ୍ଷରୁ ଶ୍ରେଷ୍ଠତା ପୁରସ୍କାର


ବିଶ୍ୱର ଅଗ୍ରଣୀ ବୀମା କମ୍ପାନୀ ଭାରତୀ ଆକ୍ସା ଲାଇଫ ଇନସ୍ୟୁରାନ୍ସକୁ ଭାରତର ଆପେକ୍ସ ଟ୍ରେଡ ଅନୁଷ୍ଠାନ ଆସୋଚାମ ଦ୍ୱାରା କର୍ପୋରେଟ କମ୍ୟୁନିକେସନ ଟିମ ଆୱାର୍ଡ ୨୦୧୯ରେ ସମ୍ମାନିତ କରାଯାଇଛି । ଆସୋଚାମ ପକ୍ଷରୁ ଏବଂ ଇଣ୍ଡଷ୍ଟ୍ରି, ଭାରତୀ ଆକ୍ସା ଲାଇଫ ଇନସ୍ୟୁରାନ୍ସକୁ ବୀମା କ୍ଷେତ୍ରରେ ଶ୍ରେଷ୍ଠତା ଏବଂ ଉତ୍ତମ ଯୋଗଦାନ ପାଇଁ ସମ୍ମାନିତ କରାଯାଇଛି । ସମ୍ପ୍ରତି କୋଲକାତାରେ ଅନୁଷ୍ଠିତ ହୋଇଥିବା ଇନସ୍ୟୁରାନ୍ସ ଲିଡର୍ସ କାର୍ଯ୍ୟକ୍ରମ ୨୦୧୯ରେ କମ୍ପାନୀକୁ ଉକ୍ତ ପୁରସ୍କାର ପ୍ରଦାନ କରାଯାଇଥିଲା । ଭାରତୀ ଆକ୍ସା ଲାଇଫ ଇନସ୍ୟୁରାନ୍ସ ପକ୍ଷରୁ ନୂତନ ବ୍ୟବସାୟିକ ପ୍ରିମିୟମ ଆଦାୟରେ ୪୦ ପ୍ରତିଶତ ବିକାଶ ସହ ୬୧୭ କୋଟି ହାସଲ କରିଛି, ଯାହା ୨୦୧୭-୧୮ରେ ଏହି ସମୟରେ ଟ.୪୪୨କୋଟି ଥିଲା । ସମ୍ପ୍ରତି ଏହି କମ୍ପାନୀ ପକ୍ଷରୁ ୧୦,୦୦୦ ବୀମା ଉପଦେଷ୍ଟା ନିଯୁକ୍ତ ହୋଇଥିବା ବେଳେ ୫୦ଟି ନୂତନ ବ୍ରାଞ୍ଚର ଶୁଭାରମ୍ଭ କରାଯାଇଛି ।
ଏହି ପରିପ୍ରେକ୍ଷୀରେ ଭାରତୀ ଏକ୍ସା ଲାଇଫ ଇନସ୍ୟୁରାନ୍ସର ପରିଚାଳନା ନିର୍ଦ୍ଦେଶକ ଏବଂ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ବିକାଶ ସେଠ କହିଛନ୍ତି ଯେ, “ସମ୍ପୂର୍ଣ୍ଣ ଭାରତକୁ ଏକ ସୁତ୍ରରେ ବାନ୍ଧିବା ପାଇଁ ଆମ ପ୍ରୟାସ ଏବଂ ରଣନୀତିକୁ ସମ୍ମାନିତ କରାଯାଇଥିବାରୁ, ଆମ ପାଇଁ ଏହା ଏକ ଗୌରବର ବିଷୟ । ଜାତୀୟ, ଆଞ୍ଚଳିକ ଏବଂ ଭାଷା ଆଧାରିତ ଆମ୍ଭମାନଙ୍କର ଗ୍ରାହକ-କେନ୍ଦ୍ରିୟ କମ୍ୟୁନିକେସନ ଅଭିଯାନ ଦ୍ୱାରା ଦେଶର ଗ୍ରାମାଞ୍ଚଳର ଲୋକମାନଙ୍କ ପାଖରେ ପହଞ୍ଚିବା ଏବଂ ସେମାନଙ୍କୁ ବୀମାର ସୁବିଧା ସମ୍ପର୍କରେ ଶିକ୍ଷା ପ୍ରଦାନ କରିବା ଆମ୍ଭମାନଙ୍କର ଉଦ୍ଦେଶ୍ୟ ।”
ଭାରତୀ ଆକ୍ସା ଲାଇଫ ଇନସ୍ୟୁରାନ୍ସର କର୍ପୋରେଟ କମ୍ୟୁନିକେସନର ଉପାଧ୍ୟକ୍ଷ ଏବଂ ମୁଖ୍ୟ ଶ୍ରୀଯୁକ୍ତ ସଞ୍ଜୀବ କୁମାର କହିଛନ୍ତି ଯେ, “ଜୀବନ ବୀମା ପରି ସମସ୍ତ ସମ୍ପର୍କରେ ବିଶ୍ୱାସ ଏବଂ ଭରସା ଗୁରୁତ୍ୱପୂର୍ଣ୍ଣ । ଆମ୍ଭମାନଙ୍କ ପାଇଁ କମ୍ୟୁନିକେସନର ଅର୍ଥ ମାନବ ସଂଯୋଗ । ଏହାକୁ ନଜରରେ ରଖି ଆମ୍ଭେମାନେ ସମଗ୍ର ଭାରତର ଲୋକମାନଙ୍କୁ ସେମାନଙ୍କ ନିଜସ୍ୱ ଭାଷାରେ ସୁରକ୍ଷିତ ବୀମା ଏବଂ ଆର୍ଥିକ ସୁରକ୍ଷାର ଗୁରୁତ୍ୱ ସମ୍ପର୍କରେ ବୁଝାଉଥାଉ ।”


Share It

Comments are closed.