ବାପା ରାଜୀବ ଗାନ୍ଧୀଙ୍କୁ ମନେ ପକାଇ, “ଭାରତ ଯୋଡ ଯାତ୍ରା”ର ଶୁଭାରମ୍ଭ କଲେ ରାହୁଲ


ଅସହିଷ୍ଣୁ ରାଜନୀତିରେ ବାପାଙ୍କୁ ହରାଇଥିଲି, କିନ୍ତୁ ଅସହିଷ୍ଣୁ ରାଜନୀତିରେ ତାଙ୍କର ପ୍ରିୟତମ ଦେଶ ହରାଇବେ ନାହିଁ ବୋଲି ଆଜି କଂଗ୍ରେସର ‘ଭାରତ ଯୋଡ଼ୋ’ ଯାତ୍ରାର ଶୁଭାରମ୍ଭ ପୂର୍ବରୁ ସାଂସଦ ରାହୁଲ୍‌ ଗାନ୍ଧୀ ଆବେଗଭରା ଟୁଇଟ୍‌ କରିଛନ୍ତି।

କନ୍ୟାକୁମାରୀରୁ ବିଶାଳ ଯାତ୍ରାର ଶୁଭାରମ୍ଭ କରିବା ପୂର୍ବରୁ ଆଜି ସକାଳେ ରାହୁଲ୍‌ ଗାନ୍ଧୀ ତାମିଲନାଡୁର ଶ୍ରୀପେରୁମ୍ବୁଦୁର୍‌ରେ ଥିବା ତାଙ୍କର ପିତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ସ୍ମାରକୀ ଦର୍ଶନ କରିଥିଲେ।

ସ୍ମରଣଯୋଗ୍ୟ, ୧୯୯୧, ମେ ୨୧ ତାରିଖ ଦିନ ଶ୍ରୀପେରୁମ୍ବୁଦୁର୍‌ ‘ଲିବରେସନ୍‌ ଟାଇଗର୍ସ ଅଫ୍‌ ତାମିଲ୍‌ ଏଲମ୍‌‘ର ଜଣେ ଆତଙ୍କବାଦୀଙ୍କ ଆତ୍ମଘାତୀ ଆକ୍ରମଣରେ ରାଜୀବ ଗାନ୍ଧୀ ନିହତ ହୋଇଥିଲେ।


Share It

Comments are closed.