ଭାରତ ଫାଇନାନ୍ସିଆଲ ଇନ୍‌କ୍ଲୁଜନ ଲିମିଟେଡ୍ ପକ୍ଷରୁ ଓଡ଼ିଶାରେ ଗ୍ରାହକ ସଚେତନତା କାର୍ଯ୍ୟକ୍ରମର ଶୁଭାରମ୍ଭ


ଭୁବନେଶ୍ୱର: ଇଣ୍ଡସ୍‌ଇଣ୍ଡ୍ ବ୍ୟାଙ୍କର ୧୦୦% ସହାୟକ ସଂସ୍ଥା ଭାରତ ଫାଇନାନ୍ସିଆଲ ଇନ୍‌କ୍ଲୁଜନ୍ ଲିମିଟେଡ୍ (ବିଏଫ୍‌ଆଇଏଲ୍‌) ପକ୍ଷରୁ ଓଡ଼ଶାର ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କ ଉପସ୍ଥିତିରେ ଓଡ଼ିଶାରେ ଗ୍ରାହକ ସଚେତନତା ଅଭିଯାନର ଶୁଭାରମ୍ଭ କରାଯାଇଛି । ଏହି ଅଭିଯାନର ଲକ୍ଷ୍ୟ ହେଉଛି ଆର୍ଥିକ ଉତ୍ପାଦ ବିଷୟରେ ସଚେତନତା ସୃଷ୍ଟି କରିବା, ସୁରକ୍ଷିତ ଭାବେ ଆର୍ଥିକ କାରବାର କରିବା, ଆର୍ଥିକ ଠକେଇକୁ ଏଡ଼ାଇବା ଓ ଛୋଟ ଆକାରର ଭିଡିଓ ଜରିଆରେ ସାମଗ୍ରିକ ଆର୍ଥିକ କଲ୍ୟାଣ ହାସଲ କରିବା ।

ଏହି ଅଭିଯାନରେ ପାଂଚଟି ଆନିମେଟେଡ୍ ଭିଡିଓ ରହିଛି ଯେଉଁଥିରେ ‘ଭାରତୀ ଦିଦି’ ନାମକ କାଳ୍ପନିକ ଚରିତ୍ର ରହିଛି ଏବଂ ଦୁଇଟି ସ୍ୱାଧୀନ ଭିଡିଓ ରହିଛି ଯେଉଁଥିରେ ରାମାୟଣର ଅଭିନେତା ଅରୁଣ ଗୋଭିଲ ଅଭିନୟ କରିଛି । ଭାରତୀ ଦିଦି ଓ ଅରୁଣ ଗୋଭିଲ୍ ଗ୍ରାହକମାନଙ୍କୁ ଆର୍ଥିକ ବିଷୟର ଗୁରୁତ୍ୱ ବିଷୟରେ ବୁଝାଉଛନ୍ତି ଯାହା ସେମାନଙ୍କୁ ସଂଚୟ ବଢାଇବା ଏବଂ ଫିକ୍ସଡ୍ ଡିପୋଜିଟ୍ (ଏଫ୍‌ଡି) ଓ ରିକରିଂ ଡିପୋଜିଟ୍ (ଆର୍‌ଡି) ଭଳି ଅନ୍ୟାନ୍ୟ ନିବେଶ ଉତ୍ପାଦ ବିଷୟରେ ପରାମର୍ଶ ଦେଉଥିବା ବେଳେ ସୁରକ୍ଷିତ ଭାବେ ନଗଦ ରାଶି ଉଠାଣ ଏବଂ ବାୟୋ-ସ୍ଥାପିତ ଠକେଇକୁ ଏଡ଼ାଇବା ଉପରେ ଆଲୋକପାତ କରିଛନ୍ତି । ସାରା ରାଜ୍ୟର ଗ୍ରାମୀଣ ଓ ସହରାଚଂଳ ଲଘୁ ଋଣଗ୍ରହୀତାଙ୍କୁ ନଜରରେ ରଖି ଏହି ଆର୍ଥିକ ସଚେତନତା ଅଭିଯାନକୁ ପ୍ରସ୍ତୁତ କରାଯାଇଛି ।

ଏହି ଅଭିଯାନ ସମ୍ପର୍କରେ କଂପାନିର କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ଜେ ଶ୍ରୀଧରନ କହିଛନ୍ତି ଯେ, “ବିଏଫ୍‌ଆଇଏଲ୍‌ରେ ଆମେ ଆମ ନିଷ୍ପତି ଗ୍ରହଣରେ ପ୍ରଥମେ ଆମ ଗ୍ରାହକମାନଙ୍କ କଲ୍ୟାଣକୁ ସର୍ବଦା ରଖିଥାଉ । ଶିଳ୍ପରେ ଦୁଇ ଦଶନ୍ଧିର ଅଭିଜ୍ଞତା ଓ ମୁଖ୍ୟତଃ ମହିଳା ଲଘୁ ଉଦ୍ୟୋଗୀଙ୍କ ଭଳି ଉପେକ୍ଷୀତ ଗ୍ରାହକଙ୍କ ସହ ପ୍ରତି ସପ୍ତାହରେ କ୍ଷେତ୍ରରେ ଯୋଡ଼ି ହୋଇରହିବା ଦ୍ୱାରା ଆମେ ସେମାନଙ୍କ କଷ୍ଟକୁ ଭଲ ଭାବେ ବୁଝିପାରିଛୁ । ଆର୍ଥିକ ସାକ୍ଷରତାର ସ୍ତରର ସିଧାସଳଖ ପ୍ରଭାବ ଆମ ପୃଷ୍ଠପୋଷକମାନଙ୍କ ଆର୍ଥିକ ସ୍ୱାସ୍ଥ୍ୟ ଉପରେ ପଡ଼ିଥାଏ । ଉତ୍ପାଦର ଦାୟିତ୍ୱବାନ ବ୍ୟବହାର ସହିତ ଠକେଇଠାରୁ ନିଜକୁ ଦୂରେଇ ରଖି ପରିଶେଷରେ ଆର୍ଥିକ ସ୍ୱାଧୀନତା ହାସଲ କରିବା ପାଇଁ ଜ୍ଞାନ ଭିତିକ ବାର୍ତା ଓ ପ୍ରାସଙ୍ଗିକ ଭିଡିଓ ଜରିଆରେ ଗ୍ରାହକମାନଙ୍କୁ ସଶକ୍ତ କରିବା ଲାଗି ଏହି ଅଭିଯାନରେ ଲକ୍ଷ୍ୟ ରଖାଯାଇଛି ।’’

ଏହି କାର୍ଯ୍ୟକ୍ରମ ହେଉଛି ଓଡ଼ିଶାରେ ଏକ ପାଇଲଟ୍ ପ୍ରକଳ୍ପ ଏବଂ ଚଳିତ ବର୍ଷ ସାରା ସେହି ଅଭିଯାନକୁ ଦେଶର ଅନ୍ୟ ପ୍ରାନ୍ତକୁ ସମ୍ପ୍ରସାରଣ କରିବାକୁ କଂପାନି ଯୋଜନା ରଖିଛି ।


Share It

Comments are closed.