ଗ୍ରୀଷ୍ମ ଭ୍ରମଣ ପାଇଁ ସର୍ବୋକୃଷ୍ଟ ଏହି ସାତୋଟି ପର୍ଯ୍ୟଟନ ସ୍ଥଳୀ


ଭାରତରେ ରହିଛି ପ୍ରକୃତିର ଅପୂର୍ବ ଚିତ୍ରପଟ, ଯାହା ନାନା ରଙ୍ଗ ଓ ସୌନ୍ଦର୍ଯ୍ୟରେ ସଜ୍ଜିତ ହୋଇଛି । ଏହାକୁ ଦେଖିବା ପାଇଁ ଦେଶ ବିଦେଶରୁ ଅନେକ ପର୍ଯ୍ୟଟକମାନେ ଆସିଥାନ୍ତି । ଋତୁ ଅନୁଯାୟୀ ପର୍ଯ୍ୟଟନ ସ୍ଥଳୀମାନଙ୍କୁ ଭ୍ରମଣ କରିବାକୁ ସମସ୍ତେ ପସନ୍ଦ କରିଥାଆନ୍ତି । ସେହିପରି ଗ୍ରୀଷ୍ମଛୁଟିରେ ଆପଣ ଆପଣଙ୍କ ପରିବାର ସହିତ କେତୋଟି ପର୍ଯ୍ୟଟନ ସ୍ଥଳୀ ବୁଲି ପୂରା ଛୁଟିର ମଜା ଉଠାଇପାରିବେ । ତେବେ ନିମ୍ନରେ ଦର୍ଶାଯାଇଥିବା ୪ଟି ପର୍ଯ୍ୟଟନ ସ୍ଥଳୀ ଯାଆନ୍ତୁ ଓ ସପରିବାରେ ଏଗୁଡ଼ିକୁ ଉପଭୋଗ କରନ୍ତୁ ।

୧- ଶ୍ରୀନଗର:

କାଶ୍ମୀରସ୍ଥିତ ଶ୍ରୀନଗର ଗ୍ରୀଷ୍ମ ଅବକାଶ କଟାଇବା ନିମନ୍ତେ ଏକ ଉତ୍କୃଷ୍ଟ ପର୍ଯ୍ୟଟନ ସ୍ଥଳୀ, ଯାହା ନିଜର ଭାସମାନ ଉଦ୍ୟାନ ଓ ଅପୂର୍ବ ସୌନ୍ଦର୍ଯ୍ୟ ପାଇଁ ସାରା ବିଶ୍ୱରେ ପରିଚିତ । ବହୁ ପୁରାତନ କାଳରୁ ଏହାର ଗୁରୁତ୍ୱ ରହିଆସିଛି ଓ ଏହାର ଅଭୂତପୂର୍ବ ସୌନ୍ଦର୍ଯ୍ୟ ଯୋଗୁଁ ଅନେକ ବାହ୍ୟ ଶକ୍ତି ଏହାକୁ ଅକ୍ତିଆର କରିବାକୁ ଚେଷ୍ଟା କରିଥିଲେ । ଏଥିରେ ଥିବା ପର୍ଯ୍ୟଟନ ସ୍ଥଳୀମାନଙ୍କ ମଧ୍ୟରେ ଦଳ ହ୍ରଦ, ନିଶାତ ବ୍ୟାଗ୍, ଶାଲିମାର ବ୍ୟାଗ୍, ଜାମା ମସଜିଦ, ହାଜରତବଲ ମସ୍କ ଓ ଶଙ୍କରାଚାର୍ଯ୍ୟ ପାହାଡ଼ ଆଦି ଅନ୍ୟତମ । ଏଠାରେ ଥିବା ଭସମାନ ବଜାରରୁ ଡଙ୍ଗା ଦ୍ୱାରା ପରିବା ଓ ଫୁଲ କିଣି ଆପଣ ଗ୍ରୀଷ୍ମ ଅବକାଶକୁ ଭଲ ଭାବରେ ଉପଭୋଗ କରିପାରିବେ ।

କିପରି ଯିବେ
ଉଭୟ ବିମାନ ଓ ରେଳ ମାଧ୍ୟମରେ ଆପଣ ଶ୍ରୀନଗର ଯାଇପାରିବେ । ଶ୍ରୀନଗର ବିମାନବନ୍ଦରରେ ପହଞ୍ôଚ କିମ୍ବା ଉଦ୍ଧାମପୁର ଷ୍ଟେସନରୁ ଆପଣ ଶ୍ରୀନଗରକୁ ଯାଇପାରିବେ । ଉଦ୍ଧାମପୁର ଷ୍ଟେସନଠାରୁ ଶ୍ରୀନଗର ୨୨୯ କିମିର ବାଟ । ଶ୍ରୀନଗର ରେଳ ଷ୍ଟେସନ ଏବେ ନିର୍ମାଣାଧିନ ଅବସ୍ଥାରେ ଅଛି ।

୨- ମନାଲୀ:

ମନାଲୀ ହିମାଚଳ ପ୍ରଦେଶର ଏକ ମନୋରମ ପର୍ଯ୍ୟଟନ ସ୍ଥଳୀ, ଯେଉଁଠାରେ ଆପଣ ପୂରା ଗ୍ରୀଷ୍ମ ଛୁଟିର ମଜା ଉଠାଇପାରିବେ । ଏଠାରେ ଆପଣ ଅନେକ ଲୋକପ୍ରିୟ ସ୍ଥାନ ଭ୍ରମଣ କରିପାରିବେ । ଏଠରେ କ୍ଲବ୍ ହାଉସ୍, ସୋଲଙ୍ଗ ଭ୍ୟାଲି, ଯୋଗୀନୀ ଝର, ଅର୍ଜୁନ ଗୁମ୍ଫା, ହଡ଼ିମ୍ବା ମନ୍ଦିର ଆଦି ଲୋକପ୍ରିୟ ଭ୍ରମଣ ସ୍ଥାନ ରହିଛି । ଏହାଛଡ଼ା ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଆପଣ ମନଭରି ଉପଭୋଗ କରିପାରିବେ ।

କିପରି ଯିବେ
ବିମାନ ଯୋଗେ ଆପଣ ଭୁନ୍ତର ବିମାନବନ୍ଦରରେ ପହଞ୍ôଚ ସେଠାରୁ ଆପଣ ବସ୍ କିମ୍ବା ଟ୍ୟାକ୍ସି ଯୋଗେ ମନାଲୀ ଯାଇପାରିବେ । ଟ୍ରେନରେ ଗଲେ ଆପଣ ଯୋଗିନ୍ଦର ଷ୍ଟେସନରେ ପହଞ୍ôଚ ମନାଲୀକୁ ଯାଇପାରିବେ, ଯାହା ଷ୍ଟେସନଠାରୁ ମାତ୍ର ୫୦ କିମି ।

୩- ମୁନ୍ନାର:

ଗ୍ରୀଷ୍ମ ଅବକାଶ କଟାଇବା ପାଇଁ ଆପଣ ମୁନ୍ନାର ଭ୍ରମଣରେ ଯାଇପାରିବେ । ଏହା ଗ୍ରୀଷ୍ମ ଛୁଟି ପାଇଁ ଏକ ଉତ୍କୃଷ୍ଟ ପର୍ଯ୍ୟଟନସ୍ଥଳୀ । ମୁନ୍ନାର ଏହାର ସ୍ୱାସ୍ଥ୍ୟକର ପରିବେଶ ଓ ଫଳ ତଥା ଚାହା ଦ୍ୱାରା ପରିପୂର୍ଣ୍ଣ ପାହାଡ଼ ପାଇଁ ଅତ୍ୟନ୍ତ ଲୋକପ୍ରିୟ । ଏଠାରେ ଥିବା ପର୍ଯ୍ୟଟନସ୍ଥଳୀମାନଙ୍କ ମଧ୍ୟରେ ରହିଛି କୁଣ୍ଡଳ ହ୍ରଦ, ଇକୋ ପଏଣ୍ଟ, ଏଲିଫ୍ୟାଣ୍ଟ ଲେକ୍, ଆନାମୁଦି ପିକ୍, ଟାଟା ଟି ମ୍ୟୁଜିୟମ୍, ଚିଥିରପୂର୍ଣ୍ଣମ, ଦେବୀକୁଲମ୍, ଚିନ୍ନାକାନଲ ଆଦି ଲୋକପ୍ରିୟ । ଏଠାରେ ଆପଣ ଟ୍ରି ହାଉସ୍ ମାନଙ୍କରେ ରହିବାର ମଜା ନେଇପାରିବେ ।

କିପରି ଯିବେ
କୋଚିଂ ଆନ୍ତର୍ଜାତୀୟ ବିମାନବନ୍ଦରରୁ ମୁନ୍ନାର ୧୨୫ କିମି ଦୂର ଓ ଆଲୁଭା ରେଳ ଷ୍ଟେସନରୁ ଏହା ମାତ୍ର ୧୧୦ କିମି ଦୂର । ଆପଣ ବିମାନବନ୍ଦର ଆଥବା ରେଳ ଷ୍ଟେସନରୁ ବସ୍ କିମ୍ବା ଟ୍ୟାକ୍ସି ଯୋଗେ ମୁନ୍ନାର ଯାଇପାରିବେ ।

୪- ନୈନିତାଲ:

ନୈନିତାଲ ଭାରତରେ ଥିବା ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀମାନଙ୍କ ମଧ୍ୟରୁ ଗୋଟିଏ । ଏହା ଉତ୍ତରାଖଣ୍ଡଠାରେ ସମୁଦ୍ର ପତନଠାରୁ ୧,୯୩୮ ମିଟର ଉପରେ ଅବସ୍ଥିତ । ଏଠାରେ ଥିବା ହିଲ୍ ଷ୍ଟେସନରେ ରହିଛି ବିସ୍ତିର୍ଣ୍ଣ ଜଙ୍ଗଲ ଦ୍ୱାରା ପରିପୂର୍ଣ୍ଣ ଉପତ୍ୟାକା ଓ ଏହା ମଧ୍ୟରେ ରହିଛି ଏକ ସୁନ୍ଦର ହ୍ରଦ । ନୈନିତାଲ ହ୍ରଦ ଓ ନୈନିତାଲ ଦେବୀ ମନ୍ଦିର, ରାଜଭବନ, ଜୁ ଆଦି ଏଠାକୁ ଅଅସୁଥିବା ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିଥାଏ । ହ୍ରଦରେ ବୋଟିଂର ସୁବ୍ୟବସ୍ଥା ରହିଛି, ଯାହାଦ୍ୱାରା ଆପଣ ବୋଟିଂ ସହିତ ଏହାର ମନୋରମ ପରିବେଶକୁ ଉପଭୋଗ କରିପାରିବେ । ହନୁମାନ ଗର୍ହିଠାରେ ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ଅତ୍ୟନ୍ତ ମନୋମୁଗ୍ଧକର ।

କିପରି ଯିବେ
ପାନ୍ତନଗର ବିମାନବନ୍ଦରଠରୁ ଏହାର ଦୂର ମାତ୍ର ୬୫ କିମି ଓ କାଠଗୋଦାମ ରେଳଷ୍ଟେସନଠାରୁ ଏହାର ଦୂର ମାତ୍ର ୩୪ କିମି । ସେଠାରୁ ଆପଣ ବସ୍ ବା କାର୍ ଯୋଗେ ନୈନିତାଲ ଯାଇପାରିବେ ।

୫- ଉଟ୍ଟି :

ଭାରତର ତାମିଲନାଡୁରେ ଅବସ୍ଥିତ ଏହି ସ୍ଥାନଟି ଖୁବ ଲୋକପ୍ରିୟ । ଗ୍ରୀଷ୍ମ ଋତୁରେ ବୁଲିଯିବା ପାଇଁ ଉଟ୍ଟି ପ୍ରକୃଷ୍ଟ ସ୍ଥାନ । ଏହି ହିଲ ଷ୍ଟେସନଟି ନିଲଗିରି ପର୍ବତରେ ଅବସ୍ଥିତ । ସେଠାକାର ପାହାଡ, ସବୁଜ ବନଲତା, ହ୍ରଦ ପର୍ଯ୍ୟଟକମାନଙ୍କୁ ସେଠାକୁ ଯିବା ପାଇଁ ଆକୃଷ୍ଟ କରିଥାଏ । ଏଠାକାର ଦୋଦାବେଟା ପିକ, ଉଟ୍ଟି ଲେକ, ଟାଇଗର ହିଲ, ସନସେଟ ପଏଣ୍ଟ, ଟି ପ୍ଲାଣ୍ଟନଟେସନ, ବଟାନିକାଲ ଗାର୍ଡେନ ଇତ୍ୟାଦି ଖୁବ ଆକର୍ଷଣୀୟ ।

କିପରି ଯିବେ
ଏହି ସ୍ଥାନଟି ବାଙ୍ଗାଲୁରୁ ଠାରୁ ଖୁବ କମ ଦୂରତାରେ ଅବସ୍ଥିତ । କୋଏମ୍ବାଟୁରଠାରୁ ଏହା ୮୬ କିଲୋମିଟର ଏବଂ ମହିସୂରଠାରୁ ୧୨୮ କିଲୋମିଟର । ଆପଣ ନିଳଗିରୀ ଏକ୍ସପ୍ରେସରେ ଆପଣ କୋଏମ୍ବାଟୁରରୁ ମୋଟ୍ଟୁପାଲାୟମ ପରେ ଉଟ୍ଟିକୁ ଟାକ୍ସି ଯୋଗେ ଯାଇପାରିବେ ।

୬- କ୍ରୁଗ :

ଭାରତର ବାଙ୍ଗାଲୋର ସିଟିଠାରୁ କ୍ରୁଗ ମାତ୍ର ୨୬୦ କିଲୋମିଟର । ଏଠାକାର ଥଣ୍ଡା ଜଳବାୟୁ ଖରାଦିନେ ଭଲ ଅନୁଭୂତି ପ୍ରଦାନ କରିବା ସହିତ ପିଲାମାନଙ୍କୁ ଖୁବ ପସନ୍ଦ ଆସିଥାଏ । ଏଠାରେ ବିଭିନ୍ନ ଆକର୍ଷଣୀୟ ସ୍ଥାନ ମଧ୍ୟରେ ଥିବା ଆବେ ଫଲସ, ନଲଦନ୍ଦ ମହଲ, ବାରାପୋଲ ରିଭର, ବ୍ରହ୍ମଗିରି ପିକ୍, ଇରୁପ୍ପୁ ଫଲସ, ନାଗର ହୋଲ ଜାତୀୟ ପାର୍କ ପର୍ଯ୍ୟଟକଙ୍କୁ ଖୁବ ଆକର୍ଷଣ କରିଥାଏ ।

୭- ପଞ୍ଚମାରି –

ଏହି ପଞ୍ଚମାରି ହିଲେଷ୍ଟସନଟି ମଧ୍ୟପ୍ରଦେଶର ଭୋପାଳରେ ଅବସ୍ଥିତ । ଏହି ସ୍ଥାନକୁ ସତପୁରାର ରାଣୀ ମଧ୍ୟ କୁହାଯାଏ । ଏଠାରେ ୫ଟି ପର୍ବତ ଥିବାରୁ ଏହାକୁ ପଞ୍ଚମାରି ମଧ୍ୟ କୁହାଯାଏ । ଏଠାକାର ଆକର୍ଷଣୀୟ ପାହାଡ, ପର୍ବତ, ବନଲତା ଇତ୍ୟାଦି ପର୍ଯ୍ୟଟକମାନଙ୍କୁ ଛୁଟି କାଟିବା ପାଇଁ ଖୁବ ଭଲ । ବି ଫିଲସ, ରଜତ ପ୍ରତାପ, ଗୁପ୍ତ ମହାଦେବ, ଧୂପଗଡ, ଅପ୍ସସରା ଫଲ୍ସ ଇତ୍ୟାଦି ଖୁବ ଆକର୍ଷଣୀୟ ।

କିପରି ଯିବେ
ଭୋପାଳ ବିମାନବନ୍ଦର ଠାରୁ ଏହା ୧୯୫ କିଲୋମିଟର । ଏହାର ନିକଟତମ ରେଲ ଷ୍ଟେସନ ପିପାରିଆ ୫୧ କିଲୋମିଟର । ଆପଣ ବସ, ଟ୍ରେନ ଏବଂ ବିମାନବନ୍ଦର ଯୋଗେ ଏହା ସବୁ ସ୍ଥାନକୁ ଭ୍ରମଣ କରିପାରିବେ । ସେଠାରେ ବସ ଖୁବ ସହଜରେ ଉପଲବ୍ଧ ହୋଇଥାଏ ।


Share It

Comments are closed.