ଗଣ୍ଠିଜନିତ ସମସ୍ୟା ଦୂର କରିବ ଲେମ୍ବୁଚୋପା


ଆଜିକାଲି ଗଣ୍ଠି ଜନିତ ଦରଜ ଏକ ସାଧାରଣ ସମସ୍ୟା ହୋଇଗଲାଣି । ଯେଉଁ କାରଣରୁ କମ ବୟସ୍କର ଲୋକମାନଙ୍କ ଶରୀରରେ ମଧ୍ୟ ଏହି ଗଣ୍ଠିଜନିତ ସମସ୍ୟା ଚିନ୍ତାର ବିଷୟ ହୋଇଯାଇଛି । ତେବେ ଏହି ଗଣ୍ଠି ଜନିତ ସମସ୍ୟା ମଧ୍ୟରେ ରହିଛି – ଆଣ୍ଠୁଗଣ୍ଠି ଜନିତ ଦରଜ, କହୁଣୀ ଦରଜ, ଗୋଡ ଦରଜ ଇତ୍ୟାଦି ରହିଛି । ତେବେ ଆପଣଙ୍କ ଜୀବନଶୈଳୀରେ ଏହାର ଉପଚାର ଆଣିବା ନିତ୍ୟାନ୍ତ ଜରୁରୀ ।

ଅର୍ଥାତ ନିୟମିତ ରୂପରେ ବ୍ୟାୟାମ ଏବଂ ପୌଷ୍ଟିକ ଭୋଜନ ଏଥି ପାଇଁ ନିତ୍ୟାନ୍ତ ଜରୁରୀ, ଯାହାକି ଆପଣଙ୍କୁ ଅନେକ ରୋଗ ସମସ୍ୟାଠାରୁ ବଞ୍ଚାଇଥାଏ । ଆଉ ଏହା ପରେ ବି ଯଦି ଆପଣଙ୍କୁ ଗଣ୍ଠିଜନିତ ସମସ୍ୟା ଲାଗି ଚିନ୍ତିତ ରହିଛନ୍ତି, ତେବେ ଏଥିରୁ ମୁକୁଳିବାର ସରଳ ଉପାୟଟିକୁ ଆଜି ଆମେ ଆପଣଙ୍କୁ ଜଣାଇବୁ । ଆପଣ ଲେମ୍ବୁ ଏବଂ ଅଲିଭ ଅଏଲର ପ୍ରୟୋଗ ଦ୍ୱାରା ନିଜ ଆଣ୍ଠୁଗଣ୍ଠି ଯନ୍ତ୍ରଣାର ଉପଚାର ମଧ୍ୟ କରିପାରିବେ ।

ସାଧାରଣତଃ ଲେମ୍ବୁରେ ମ୍ୟାଗ୍ନେସିୟମ, ପୋଟାସିୟମ,କ୍ୟାଲସିୟମ, ଫୋଲିକ ଏସିଡ, ପେକ୍ଟିନ, ଫସଫରସ, ଭିଟାମିନ ଏ, ସି, ବି୧ ଏବଂ ୬ ଭରପୁର ମାତ୍ରାରେ ରହିଥାଏ । ଏଥିପାଇଁ ଆପଣଙ୍କୁ ହୁଏତ ଏହାର ଫାଇଦାର ବିଷୟରେ କିଛି ନା କିଛି ନିଶ୍ଚିତ ରୂପରେ ଜାଣିଥିବେ । ହେଲେ ଲେମ୍ବର ଚୋପା ଯେ, ବ୍ୟକ୍ତି ଶରୀରର ଗଣ୍ଠିଜନିତ ସମସ୍ୟାରୁ ମୁକ୍ତି ଦେଇଥାଏ ଏକଥା ଆପଣ ହୁଏତ ଜାଣିନଥିବେ ।
ଆବଶ୍ୟକୀୟ ସାମଗ୍ରୀ –
୧. ୨ ଟି ଲେମ୍ବୁର ଚୋପା,
୨. ୧୦୦ ଗ୍ରାମ ଅଲିଭ ଅଏଲ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମତଃ ଆପଣ ଲେମ୍ବୁର ଚୋପାକୁ ଜାର ମଧ୍ୟରେ ପକାଇ ଦିଅନ୍ତୁ ଏବଂ ଏଥିରେ କିଛି ମାତ୍ରାରେ ଅଲିଭ ଅଏଲ ରଖନ୍ତୁ । ଏହା ପରେ ଆପଣ ଜାର ମୁହଁକୁ ଠିପି ସାହର‌୍ୟ୍ୟରେ ବନ୍ଦ କରିଦେଇ ୨ ସପ୍ତାହ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ । ଏଥିପାଇଁ ଆପଣେ ଏହାର ମିଶ୍ରଣକୁ ୨ ସପ୍ତାହ ପରେ କୌଣସି ଏକ ରେଶମ କପଡାରେ କାଢି ଦରଜ ହେଉଥିବା ସ୍ଥାନରେ ଲଗାଇ ଦେଇ ତାହାକୁ ବ୍ୟାଣ୍ଡେଜ କରି ଦିଅନ୍ତୁ । ଏହାର ପ୍ରୟୋଗ କେବଳ ରାତିରେ ଶୋଇବା ବେଳେ ହିଁ କରିପାରିବେ ।


Share It

Comments are closed.