ନୂଆବର୍ଷ ପୂର୍ବରୁ ଘରର ଏହି ସବୁ ଦିଗ ପ୍ରତି ରଖନ୍ତୁ ଯଥେଷ୍ଟ ଧ୍ୟାନ, ବର୍ଷିବ ମା ଲକ୍ଷ୍ମୀଙ୍କ କୃପା


ନୂଆବର୍ଷକୁ ଆଉ ଅଳ୍ପ ଦିନ ବାକି। ବିଦାୟ ନେବ ପୁରୁଣା ବର୍ଷ। ପାଦଥାପିବ ନୂଆବର୍ଷ ୨୦୨୩। ତେବେ ବାସ୍ତୁ ଶାସ୍ତ୍ରରେ ନୂଆ ବର୍ଷକୁ ନେଇ କିଛି ସରଳ ଉପାୟ ବର୍ଣ୍ଣନା କରାଯାଇଛି। ଯାହାର ପାଳନ କରିବା ଦ୍ୱାରା ବର୍ଷ ଆରମ୍ଭରୁ ହିଁ ଘରେ ସୁଖ-ସମୃଦ୍ଧି ଆସିବା ସହ ଆର୍ଥିକ ସମସ୍ୟା ଦୂର ହୋଇଥାଏ। ଜାଣନ୍ତୁ..

ବାସ୍ତୁରେ କଳରୁ ପାଣି ପଡିବାକୁ ଅଶୁଭ ସହ ବାସ୍ତୁ ଦୋଷ ସୃଷ୍ଟି ହୋଇଥାଏ ବୋଲି କୁହାଯାଏ। ଏହାଦ୍ୱାରା ଘରେ ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ। ଗାଧୁଆ ଘରେ ହେଉ କିମ୍ବା ଅନ୍ୟ କକ୍ଷରେ ନଳରୁ ପାଣି ପଡୁଥିଲେ,ସେହି ଖରାପ ନଳକୁ ଠିକ କରି ଦିଅନ୍ତୁ। ଯେପରି ଅନବରତ ପାଣି ପଡିବ ନାହିଁ।

ଘରେ ଭଙ୍ଗାରୁଜା ଜିନିଷ ରଖିବା ଦ୍ୱାରା ଅଶାନ୍ତି ଲାଗି ରହିଥାଏ।
ଗାଧୁଆ ଘରେ ଓଦା ଲୁଗା ରଖୁଥିଲେ, ତୁରନ୍ତ ଏହି ଅଭ୍ୟାସକୁ ବଦଳାଇ ଦିଅନ୍ତୁ। ଏହାଦ୍ୱାରା ଘରେ ନକରାତ୍ମକ ଶକ୍ତି ଆସିବା ସହ କଳହ ଲାଗି ରହିଥାଏ।

ବାସ୍ତୁରେ ସଠିକ ଦିଗ ଓ ସଠିକ ସ୍ଥାନ ପ୍ରତି ସର୍ବଦା ଗୁରୁତ୍ୱ ଦିଆଯାଇଥାଏ। ନୂଆ ବର୍ଷରେ ମା’ଲକ୍ଷ୍ମୀଙ୍କ କୃପା ପାଇଁ ବାସ୍ତୁରେ ଗାଧୁଆ ଘର ସହ ଜଡିତ ଥିବା ବାସ୍ତୁ ନିୟମର ପାଳନ କରନ୍ତୁ। ନୂଆ ବର୍ଷ ପୂର୍ବରୁ ଗାଧୁଆ ଘରୁ ଭଙ୍ଗା କାଚ, ଭଙ୍ଗା ଜିନିଷ କାଢି ଦିଅନ୍ତୁ। ଭଙ୍ଗା କାଚ ରଖିବା ଦ୍ୱାରା ବାସ୍ତୁ ଦୋଷ ସୃଷ୍ଟି ହେବା ସହ ଆର୍ଥିକ କ୍ଷେତ୍ରରେ ସମସ୍ୟା ଲାଗି ରହିଥାଏ।

ସେହିପରି ଗାଧୁଆ ଘରେ ଆଦୌ ଖାଲି ବାଲତି ରଖନ୍ତୁ ନାହିଁ। ମାନ୍ୟତା ଅନୁଯାୟୀ ଏପରି କରିବା ଦ୍ୱାରା ଏହା ଦୁର୍ଭାଗ୍ୟର କାରଣ ପାଲଟିଥାଏ। ବାଲତିରେ ସର୍ବଦା ପାଣି ଭର୍ତ୍ତି କରି ରଖନ୍ତୁ।


Share It

Comments are closed.